ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଉତ୍କଳ ଆଲୁମିନାରେ ଶ୍ରୀଲକ୍ଷ୍ମୀ ନାରାୟଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

କାଶୀପୁର - କାଶିପୁର ବ୍ଲକ ସ୍ଥିତ ଉତ୍କଳ ଆଲୁମିନାର ଉଷା ପଡ଼ା ଟାଉନସିପ୍ ପରିସରରେ ଶ୍ରୀ ଲକ୍ଷ୍ମୀନାରାୟଣ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଚଳିତ ମାସ ଆଠ ତାରିଖରୁ ଆରମ୍ଭ ହୋଇ ଥିବା ପାଞ୍ଚ ଦିନିଆ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି। 

ପ୍ରଥମ ଦିବସରେ କଳସ ଯାତ୍ରା ଓ ଅଙ୍କୁର ରୋପଣ, ଦ୍ବିତୀୟ ଦିନରେ ରତ୍ନମୁଦି, ତୃତୀୟରେ ଜଳାଧିବାସ ଓ ଯଜ୍ଞାରମ୍ଭ ଚତୁର୍ଥରେ ଠାକୁର ସ୍ନାନ ଓ ଶୟନ ଏବଂପଞ୍ଚମ ତଥା ଅନ୍ତିମ ଦିବସରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା, ସିଂହାସନ ଆରୋହଣ, ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇ ଯାଇଛି। ଯଜ୍ଞର କର୍ତ୍ତା ଭାବେ ଉତ୍କଳ ଆଲୁମିନାର ବରିଷ୍ଠ ଅଧିକାରୀ କିରଣ କୁମାର ନାୟକ, କୌଶିକ ମିଶ୍ର, ଜୟ ତିୱାରୀ ଯୋଗ ଦେଇଥିଲେ। 

ସେହିପରି ଜିଲ୍ଲା ବାହାରୁ ଆସି ଥିବା ପଣ୍ଡିତ ପିତାମ୍ବର ରଥଙ୍କ ସହିତ ବଳରାମ ପାଠୀ, ରାମକୃଷ୍ଣ ତ୍ରିପାଠୀ, ହରିହର ମିଶ୍ର ପ୍ରମୁଖ ନୈଷ୍ଠୀକ ଦ୍ବିଜବର ପୂଜା,ହୋମ ଯଜ୍ଞାଦିର ପରିଚାଳନା କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ବୁଧବାର ରାତିରେ ଗଜଲ ସମ୍ରାଟ ପଦ୍ମଶ୍ରୀ ଅନୁପ୍ ଜଲଟାଙ୍କ ଗ୍ରୁପ୍‌ ଦ୍ଵାରା ପରିବେଷିତ ଗଜଲ ଓ ଭଜନ ସମାରୋହ ଦର୍ଶକଙ୍କୁ ଆମୋଦିତ କରିଥିଲା। ନିମନ୍ତ୍ରିତ ଅତିଥିଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅନେକ ଏହି ଉତ୍ସବରେ ଯୋଗ ଦେଇ ପ୍ରସାଦ ସେବନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.