ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ନିଜ ହତ୍ୟା ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟରେ ପହଞ୍ଚିଲା ୧୧ ବର୍ଷର ବାଳକ, ପ୍ରକୃତ ଷଡ଼ଯନ୍ତ୍ରକାରୀକୁ ଧରାଇ ଦେଲା

Image Courtesy: thedailyguardian

ଲକ୍ଷ୍ନୌ: ନିଜ ହତ୍ୟା ମାମଲାରେ ସାକ୍ଷୀ ହୋଇ ସୁପ୍ରିମକୋର୍ଟରେ ପହଞ୍ଚି ସମସ୍ତଙ୍କୁ ଚିକିତ କରିଦେଇଛି ଜଣେ ୧୧ ବର୍ଷ ବାଳକ । କୋର୍ଟରେ ତାର ହତ୍ୟା ହୋଇଥିବା ନେଇ ମାମଲାର ଶୁଣାଣି ଚାଲୁଥିବା ବେଳେ ସେ ହଠାତ ସେଠାରେ ପହଞ୍ଚି ଏବେ ବି ବଞ୍ଚିଛି ବୋଲି କହିଥିଲା । ଏହା ପରେ ଜଜଙ୍କ ସମେତ କୋର୍ଟ ରୁମରେ ଥିବା ପ୍ରତ୍ୟେକଟି ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଥିଲେ।  ତେବେ ପୀଡ଼ିତଙ୍କ ବାପା ତାଙ୍କର ମାମୁଁମାନଙ୍କୁ ଫସାଇବା ପାଇଁ ମିଥ୍ୟା ମାମଲା କରିଥିବା ଜଣାପଡ଼ିଛି । ୧୧ ବର୍ଷୀୟ ବାଳକ ଅଭାଇ କୁମାର ସୁପ୍ରିମକୋର୍ଟରେ କହିଥିଲେ ଯେ, ତାଙ୍କ ଅଜା ଏବଂ ୪ ମାମୁଁଙ୍କୁ ଫସାଇବାକୁ ତାଙ୍କ ବାପା ଏହି ମାମଲା କରିଛନ୍ତି । 

ଅସୁସ୍ଥ ପତ୍ନୀଙ୍କୁ ଦେଖିବାକୁ ତିହାର ଜେଲରୁ ଆସି ଘରେ ପହଞ୍ଚିଲେ ସିସୋଦିଆ, କୋର୍ଟ ଦେଇଛନ୍ତି ୭ ଘଣ୍ଟାର ସମୟ

ଉତ୍ତର ପ୍ରଦେଶର ପିଲିଭିଟର ଏହି ବାଳକଙ୍କ ଆବେଦନ ଶୀର୍ଷ ଅଦାଲତ ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ଶୁଣାଣି ଯାଏ ଆବେଦନକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି କହିଛନ୍ତି । ଏହା ସହ ମାମଲାରେ ଅଧିକ ତଦନ୍ତ କରିବା ଲାଗି ପିଲିଭିଟର ଏସପି ଏବଂ ଅନ୍ୟ ତଦନ୍ତ ଏଜେନ୍ସିକୁ ଟପ୍‌ କୋର୍ଟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ମାମଲାରେ ଅଧିକ ତଥ୍ୟ ଦେଇ ବାଳକ ପକ୍ଷରୁ ନିଯୁକ୍ତ ଓକିଲ କୁଲଦୀପ ଜଉହାରି କହିଛନ୍ତି ଯେ, ୨୦୧୩ରୁ ଅଭାଇ କୁମାର ତାଙ୍କ ମାମୁଁଙ୍କ ଘରେ ରହିଆସୁଛି । ଅଭାଇର ବାପା ତା ମା’ଙ୍କୁ ଯୌତୁକ ନିର୍ଯାତନା ଦେଉଥିଲେ ।  ଏପରିକି ଅଭାଇର ବାପାଙ୍କ ମାଡ଼ରେ ହିଁ ତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ଅଭାଇଙ୍କ ଅଜା ନିଜ ଜ୍ବାଇଁଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଥିଲେ ଏବଂ ନାତିକୁ ନିଜ ପାଖକୁ ନେଇଯାଇଥିଲେ । ହେଲେ ଅଭାଇକୁ ତାଙ୍କ ପାଖରେ ରଖିବାକୁ ଜିଦ ଧରିଥିଲେ ବାପା । ଯେଉଁଥିପାଇଁ ଦୁଇ ପରିବାର ମଧ୍ୟ ତିକ୍ତତା ଆହୁରି ବୃଦ୍ଧିପାଇଥିଲା। 

ଦୁଇ ପକ୍ଷ ପରଷ୍ପର ବିରୁଦ୍ଧରେ ଥାନାରେ ଏକାଧିକ ଏତଲା ଦେଇଥିଲେ । ପରେ ଅଭାଇକୁ ତାଙ୍କ ଅଜା ଏବଂ ଚାରି ମାମୁଁ ହତ୍ୟା କରିଥିବା ନେଇ ତା ବାପା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଅଭାଇଙ୍କ ଅଜା ଅହ୍ଲାବାଦ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ହେଲେ କିଛି ଲାଭ ମିଳିନଥିଲା । ଶେଷରେ କିଛି ଉପାୟ ନପାଇ ଅଭାଇଙ୍କୁ ନେଇ ତାଙ୍କ ଅଜା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ବୋଲି ଜଉହାରି କହିଛନ୍ତି  । ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣି ଜାନୁଆରି ୨୦୨୪ରେ ହେବ ।   

ଚାନ୍ଦିନୀ ଚୌକରେ ପୁଣି ଅଗ୍ନିକାଣ୍ଡ, ସ୍ଥାନୀୟ ଲୋକେ ଆତଙ୍କିତ


                                                                                                                                                                                                                                                         

  • Murder
  • Supreme Court
  • Copyright © 2022 - Summa Real Media Private Limited. All Rights Reserved.