ମାଲକାନଗିରି,୩୧/୩ : ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଜଙ୍ଗଲର ଏକ ଲାଡି ରୁ ୧୧୬କେଜି ଗଞ୍ଜେଇ ଜବତ କରିବା ସହିତ ଜଣେବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ଚିତ୍ରକୋଣ୍ଡା ଥାନା ସ୍ଥ ପାଣ୍ଡିଆଗୁଡ଼ା ଗ୍ରାମର ଗୋପୀ ପାଙ୍ଗି ।
ଚିତ୍ରକୋଣ୍ଡା ଥାନା ସ୍ଥ ପଣ୍ଡିଆ ଗୁଡା ଜଙ୍ଗଲରେ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ଗଛିତ ଥିବାର ଜିଲ୍ଲା ଅବକାରୀ ବିଭାଗ ନିକଟରେ ଖବର ପହଁଚି ଥିଲା। ଜିଲ୍ଲା ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ବାଲିମେଳା ଅବକାରୀ ଷ୍ଟେସନର ଥାନା ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ ଅନ୍ୟ ଅବକାରୀ କର୍ମଚାରୀ ଙ୍କ ସହିତ ପଣ୍ଡିଆଗୁଡ଼ା ଗ୍ରାମ୍ୟ ଜଙ୍ଗଲ କ୍ଷେତ୍ର ରେ ଚଢାଉ କରି ୧୧୬ କିଲୋଗ୍ରାମ ର ଗଞ୍ଜେଇ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୧୧ଲକ୍ଷ ୬୦ହଜାର ଟଙ୍କା ହେବ। ଏହି ଚଢାଉ ରେ ମାଥିଲି ଥାନା ର ଓଆଇସି ପ୍ରଭାକର ସେଠୀ,ଏ ଏସ ଆଇ ସୁରେନ୍ଦ୍ର ମାଝୀ,ରାମଚନ୍ଦ୍ର ହନ୍ତାଳ,କନଷ୍ଟେବଳ କାହ୍ନୁ ଚରଣ ମଲ୍ଲିକ, ପ୍ରଭାତ କୁମାର ସାହୁ,ନିତ୍ୟରଞ୍ଜନ ତାଣ୍ଡି,ଚନ୍ଦ୍ରକାନ୍ତ ନାୟକ, ମୂରଲୀ ରଜକ , ସୁଜାତା କୁମାରୀ ହିଆଲ ସାମିଲ ଥିଲେ।