ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୁବନେଶ୍ୱର ଲୋକସଭା ଆସନରେ ୧୭ ସାଂସଦ ପ୍ରାର୍ଥୀ, କାହାକୁ ଭୋଟ ଦେବେ ଜନତା ?

ଖୋର୍ଦ୍ଧା,୦୭/୦୫: ୨୦୨୪ ସାଧାରଣ ନିର୍ବାଚନ ପାଇଁ  ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୁନର୍ବାର ପ୍ରାର୍ଥୀ କରିଥିବା ବେଳେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରିଛି । ଗତ ନିର୍ବାଚନରେ ଦଳ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର  ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ  ରାଉତରାୟଙ୍କୁ ଟିକଟ ଦେଇଛି । କଂଗ୍ରେସ ଜଣେ ଯୁବ ଚେହେରା ସୟଦ୍‌ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିଛି । ଗତ ୨୯ ତାରିଖ ଠାରୁ ଭୁବନେଶ୍ୱର  ଲୋକସଭା ନିମନ୍ତେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ  ସୋମବାର ଶେଷ ହୋଇଛି । ୧୭ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି ।  ୯ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ କେଉଁମାନେ  ମଇଦାନରେ ରହିବେ ତାହା ସ୍ପଷ୍ଟ ହୋଇଯିବ ।

ପ୍ରାର୍ଥୀଙ୍କ ନାମ ଦଳ 

୧- ସୁଧାଂଶୁଶେଖର ଦାସ ସ୍ୱାଧୀନ 

୨- ଲଳିତ କୁମାର ନାୟକ ବିଏସ୍‌ପି

୩- ରିଟୁନା ନାୟକ ମାନସ ଲୋକଶକ୍ତି 

୪- ସୁରେଶଚନ୍ଦ୍ର ପାଣିଗ୍ରାହୀ ସିପିଆଇ(ଏମ୍‌) 

୫- ଶାନ୍ତିଲତା ରାଉତ ସୁପ୍ରିମ ଜିରୋ ପାର୍ଟି 

୬- ନଟବର ମହାରଣା ଭାରତୀୟ ବିକାଶ ପରିଷଦ 

୭- ପ୍ରଦୀପ କୁମାର ସାହୁ କଳିଙ୍ଗ ସେନା 

୮- ଅପରାଜିତା ଷଡ଼ଙ୍ଗୀ ବିଜେପି 

୯- ମନ୍ମଥ ରାଉତରାୟ ବିଜେଡି 

୧୦- ଗୋକୁଳାନନ୍ଦ ମିଶ୍ର ସ୍ୱାଧୀନ 

୧୧- ହୁଲାସ ସେନାପତି ସ୍ୱାଧୀନ 

୧୨- କିଶୋର କୁମାର ସୁତାର ସ୍ୱାଧୀନ 

୧୩- ସଂଗୀତା ପଟ୍ଟନାୟକ ଓଡ଼ିଶା ଜନତା ପାର୍ଟି 

୧୪- ସନ୍ତୋଷ କୁମାର ମିଶ୍ର ସ୍ୱାଧୀନ 

୧୫- ସୟଦ୍‌ ୟାସିର ନୱାଜ୍‌ କଂଗ୍ରେସ 

୧୬- ରଜତ କୁମାର ବେହେରା ବହୁଜନ ସମାଜ ପାର୍ଟି 

୧୭- ସଂଜୟ କୁମାର ସାହୁ ସ୍ୱାଧୀନ

  • PrameyaOdia
  • prameya
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.