ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିହାରରେ ମଧ୍ୟାହ୍ନ ଭୋଜନ ଖାଇ ୧୭୧ ପିଲା ଅସୁସ୍ଥ , ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବେତିୟା : ପଶ୍ଚିମ ଚମ୍ପାରଣର ବଗହା-୧ ଅଞ୍ଚଳର ବାନ୍ସଗାଁ ପରସୌନୀ ମଧ୍ୟ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନ ଭୋଜନ ଖାଇବା ପରେ ୧୭୧ ପିଲା ଗୁରୁତର ହୋଇଛନ୍ତି। ଭୋଜନ ପରେ ସେମାନେ ଝାଡ଼ା ବାନ୍ତି ଓ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ। ଏହାପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକାସାଥିରେ ଏତେ ପିଲା ଅସୁସ୍ଥ ହେବା ଯୋଗୁଁ ସ୍କୁଲରେ ଆତଙ୍କ ଖେଳି ଯାଇଛି। 

ସୂଚନା ପାଇଁ ଅଭିଭାବକମାନେ ମଧ୍ୟ ସ୍କୁଲରେ ପହଞ୍ଚି ଥିଲେ ଏବଂ ପିଲାଙ୍କୁ ନେଇ ବଗହା ଅନୁମଣ୍ଡଳ ହସ୍ପିଟାଲର ଓ ରାମନଗର ପିଏଚସିକୁ ନେଇ ଯାଇଥିଲେ। ସୂଚନା ଅନୁସାରେ , ୯୬ଜଣ ପିଲାଙ୍କୁ ବଗହା ଅନୁମଣ୍ଡଳ ହସ୍ପିଟାଲ ଓ ୭୫ ଜଣଙ୍କୁ ରାମନଗର ପିଏଚସିରେ ଭର୍ତ୍ତି କରାଯାଇଛି। 

ଡାକ୍ତରମାନେ ସ୍ଥିତି ସଙ୍ଗୀନ ହୋଇଥିବା ଦେଖି ୬ଷ୍ଠ ଶ୍ରେଣୀର ଅଜିତ କୁମାର , ୭ମର ମଞ୍ଜିତ୍‌ କୁମାର ଓ ରାଜକୁମାର ରାମ , ୪ର୍ଥ ଶ୍ରେଣୀର ସନ୍ଦୀପ କୁମାର ରାମ ଓ ୮ମ ଶ୍ରେଣୀର ଉତ୍ତମ କୁମାରଙ୍କୁ ଜିଏମସିଏଚ , ବେତିୟା ରେଫର କରି ଦେଇଛନ୍ତି । ସେପଟେ ସୁସ୍ଥ ହୋଇଥିବା ଅଧିକାଂଶ ପିଲାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି। 

ସ୍କୁଲ ପିଲାଙ୍କ ଅସୁସ୍ଥ ହେବାର ସୂଚନା ପାଇବା ପରେ ପୁଲିସ ମଧ୍ୟ ନିଜର ଗାଡ଼ିରେ ନେଇ ପିଲାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ଉକ୍ତ ଘଟଣାରେ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇ ଯାଇ ଥିଲେ। ସ୍କୁଲରେ ପ୍ରବଳ ମାତ୍ରାରେ ଭିଡ଼ ଜମିଥିଲା।  ଅନ୍ୟପଟେ ପରିବାର ଲୋକଙ୍କ ଉତ୍ତେଜିତ ସ୍ଥିତିକୁ ଦେଖି ରୋଷେୟା ଓ ଶିକ୍ଷକ ସ୍କୁଲ ଛାଡ଼ି ଫେରାର ହୋଇ ଯାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.