ପ୍ରମୁଖ ଖବର
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

କରଣୀ ସେନା ମୁଖ୍ୟ ସୁଖଦେବ ସିଂଙ୍କୁ ହତ୍ୟା ଘଟଣା, ବିଳମ୍ବିତ ରାତିରେ ହରିୟାଣାରୁ ୩ ସୁଟର ଗିରଫ

ନୂଆଦିଲ୍ଲୀ, ୦/୧୨: ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ମୁଖ୍ୟ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ୨ ଜଣ ସୁଟରଙ୍କ ସହ ୩ ଜଣଙ୍କୁ ବିଳମ୍ବିତ ରାତିରେ ହରିୟାଣାରୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

୨ ସୁଟର, ରୋହିତ ରାଠୋର ଓ ନୀତିନ ଫଉଜିଙ୍କୁ ଚଣ୍ଡିଗଡ଼ରୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସ ଓ ରାଜସ୍ଥାନ ମିଳିତ ଅପରେସନରେ ଏହି ୨ ସୁଟର ଧରା ପଡ଼ିଛନ୍ତି । ୨ ସୁଟରଙ୍କ ସହ ଆଉ ଜଣେ ସହଯୋଗୀ ଉଦ୍ଧମ ସିଂହଙ୍କୁ ପୋଲିସ ଗିରଫ କରିଛି । ମାମଲାରେ ଏଯାବତ୍ ପୋଲିସ ୪ ଜଣଙ୍କୁ ଗିରଫ କରିଛି ।

ଶନିବାର ରାଜସ୍ଥାନ ପୋଲିସ ରାମବୀର ଜାଟକୁ ଗିରଫ କରିଥିଲା । ସୁଟରଙ୍କୁ ରାମବୀର ସହାୟତା କରିଥିବା ପୋଲିସ କହିଥିଲା । ସୁଟର ରୋହିତ ଓ ନୀତିନ ଫେରାର୍ ଲାଗି ରାମବୀର ସେମାନଙ୍କୁ ବାଇକରେ ଆଜମେର ରୋଡରେ ଛାଡ଼ିଥିଲା ।

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହଙ୍କୁ ଘରେ ପଶି ଗୁଳି କରି ହତ୍ୟା, ‘ଜଙ୍ଗଲରାଜ ଆରମ୍ଭ’ କହି ଘେରିଲା କଂଗ୍ରେସ

ମଙ୍ଗଳବାର କରଣୀ ସେନା ମୁଖ୍ୟ ସୁଖଦେବଙ୍କୁ ତାଙ୍କ ଘରେ ଅତି ନିକଟରୁ ଗୁଳି କରା ଯାଇଥିଲା । ଚା ପିଇବା ପରେ ଗୁଳି କରିଥିଲେ ଦୁର୍ବୃତ୍ତ । ଗୁଳିବିନିମୟରେ ଜଣେ ଆତତାୟୀ ନିହତ ହୋଇଥିବା ବେଳେ ରୋହିତ ଓ ନୀତିନ ଖସି ପଳାଇଥିଲେ ।    

ଗିରଫ ଗ୍ୟାଙ୍ଗଷ୍ଟର ରୋହିତ ଗୋଡରା, ଗୋଲ୍ଡି ବରାର ଓ ଲରେନ୍ସ ବିଶ୍ନୋଇର ସହଯୋଗୀ ବୋଲି ପୋଲିସ କହିଛି । ସୁଖଦେବ ସିଂହଙ୍କୁ ହତ୍ୟା ପରେ ସୁଟର ପ୍ରଥମେ ଟ୍ରେନ୍ ଯୋଗେ ହିସାର ପହଞ୍ଚିଥିଲେ । ସେଠାରୁ ଉଦ୍ଧମ ସିଂହଙ୍କ ସହ ମନାଲି ଯାଇଥିଲେ । ମଣ୍ଡିରେ ଗୋଟିଏ ଦିନ ରହିଥିଲେ । ମଣ୍ଡିରୁ ଚଣ୍ଡିଗଡ଼ ଆସିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ରାଜପୁତ କରଣୀ ସେନା ମୁଖ୍ୟଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ଘଟଣା ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ନେଇ ରାଜସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଥିଲା । ହତ୍ୟାକାରୀଙ୍କୁ ଧରିବାକୁ ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.