ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବସ୍‌ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ବଲାଙ୍ଗୀର, ୨୭/୦୩ : ବସ୍ ଧକ୍କାରେ ୨ ମୃତ। ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ପୁଇଁନ୍ତଳା ପୋଲିସ ଛାନଭିନ୍ ଆରମ୍ଭ କରିଛି।

ସୂଚନାନୁଯାୟୀ, ବାଇକ୍‌ରେ ଦୁଇ ଜଣ ଯୁବକ ଯାଉଥିବା ବେଳେ ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକ ନିକଟରେ ଏକ ବସ୍ ଧକ୍କା ଦେଇଥିଲା। ଫଳରେ ୨ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ। ତେବେ ଯୁବକଙ୍କ ବାଇକଟି ସମ୍ବଲପୁର ନମ୍ବର ଥିବା ୟାମାହା ଗାଡି ରହିଛି। ପୁଇଁନ୍ତଳା ପୋଲିସ ବସ୍ ଡ୍ରାଇଭର୍‌ଙ୍କୁ ଅଟକ ରଖି ଛାନଭିନ୍ ଆରମ୍ଭ କରିଛି। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.