କୋଣାର୍କ, ୨୭/୦୮ : ସମୁଦ୍ରରେ ତିନି ଦିନ ହେବ ଫସି ରହିଛି ୨ ମାଛଧରା ବୋଟ୍। ଏହି ବୋଟ୍ରେ ୧୨ ଜଣ ମତ୍ସ୍ୟଜୀବୀ ଅଛନ୍ତି। ବୋଟ୍ ଦୁଇଟିରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ପୁରୀ ଜିଲ୍ଲା ଦେବୀ ମୁହାଣ ଠାରୁ ମାତ୍ର ୩ କି.ମି ଦୂରରେ ଫସି ରହିଛନ୍ତି। ସମୁଦ୍ର ଅଶାନ୍ତ ଥିବାରୁ ତଟରକ୍ଷୀ ବାହିନୀ ସେମାନଙ୍କ ନିକଟରେ ପହଞ୍ଚିପାରି ନାହିଁ।
ସୂଚନାନୁଯାୟୀ, ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ ଜେଠି ନିକଟରୁ ୭ ଦିନ ତଳେ ମା' କାଳୀ ଓ ମା' ପାର୍ବତୀ ନାମକ ୨ଟି ବୋଟ୍ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଦେବୀ ମୁହାଣ ଠାରୁ ମାତ୍ର ୩ କି.ମି ଦୂରରେ ଫସିରହିଛନ୍ତି। ଦୁଇଟି ବୋଟ୍ର ଯାନ୍ତ୍ରିକ ତୃଟି ଯୋଗୁଁ ୩ଦିନ ହେବ ୧୨ ଜଣ ମସ୍ୟଜୀବୀ ଫସିରହିଛନ୍ତି। ଅସ୍ତରଙ୍ଗ ତଟରକ୍ଷୀ ବାହିନୀ ଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ ଥିବାରୁ ସେମାନଙ୍କ ନିକଟରେ ପହଞ୍ଚିପାରି ନାହିଁ।
ଅଶାନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ହେଲେ ୧୮ ଟନ୍ରୁ ୨୦ ଟନ୍ ବୋଟ୍ର ଆବଶ୍ୟକତା ରହିଛି। କିନ୍ତୁ ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନାରେ ଥିବା ସ୍ପିଡି ବୋଟ୍ଟି ୧୨ ଟନ୍ ଥିବାରୁ ବୋଟ୍ ସମୁଦ୍ର ଭିତରକୁ ପ୍ରବେଶ କରି ଉଦ୍ଧାର କାର୍ଯ୍ୟ କରିବା ସମ୍ଭବପର ହେଉନାହିଁ। ସେପଟେ ପାରାଦ୍ୱୀପ କୋଷ୍ଟଗାର୍ଡଙ୍କୁ ଏନେଇ ସୂଚନା ଦିଆଯାଇଛି। ଫସି ରହିଥିବା ମତ୍ସ୍ୟଜୀବୀଙ୍କ ସହ ଲଗାତର ଯୋଗାଯୋଗ କରାଯାଉଛି। ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯିବ ବୋଲି ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ସୂଚନା ଦେଇଛନ୍ତି।