ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

କଅଁଳ କାନ୍ଧରେ ସଂସାର ଭାର, ଶାଗ ବିକି ଘରକୁ ଆର୍ଥିକ ସହଯୋଗ କରୁଛନ୍ତି ଦୁଇ ଭଉଣୀ

ରାଉରକେଲା, ୨୬/୦୬ : କଅଁଳ କାନ୍ଧରେ ସଂସାର ଭାର । ପାଠ ପଢା ବୟସରେ ଘାରିଛି ଅର୍ଥ ରୋଜଗାରର ଚିନ୍ତା । ଘରର ଆର୍ଥିକ ଅଭାବ ରାଉରକେଲାର ଏହି ଦୁଇ ନାବାଳିକା ଭଉଣୀଙ୍କୁ ଟାଣି ଆଣିଛି ରାସ୍ତା କଡ଼କୁ । ଶୈଶବରୁ ସୁଖ କଣ ଜାଣି ନ ଥିବା ଏହି ଦୁଇ ଭଉଣୀ ପରିବାରର ଆର୍ଥିକ ପରିସ୍ଥିତି ଦେଖି କିଛିଟା ସହଯୋଗ ପାଇଁ ଆପଣାଇଛନ୍ତି ଶାଗ ବିକ୍ରି କରିବାର ବେଉସା । 

ରାଉରକେଲାର ରାସ୍ତା କଡ଼ରେ ଶାଗର ପସରା ମେଲାଉଛନ୍ତି ଏହି ଦୁଇ ଭଉଣୀ । ବଡ଼ ଭଉଣୀର ବୟସ ୧୪ ବର୍ଷ । ସେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଭଉଣୀ ସ୍ଥାନୀୟ ଗୋପବନ୍ଧୁପାଲି ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ନ୍ତି । ବାପା ରୋଗାକ୍ରାନ୍ତ ଓ ମାଆ ଶ୍ରମଜୀବୀ । ମାଆଙ୍କ ରୋଜଗାରରେ କୁଟୁମ୍ବ ଚଳିବା କଷ୍ଟକର । ବାପା ମାଆଙ୍କୁ ସହଯୋଗ କରିବା ପାଇଁ ସ୍କୁଲ ଛୁଟି ସମୟରେ ଏଭଳି ବୃତ୍ତିରେ ମନ ଦେଇଥିବା କହିଛନ୍ତି ଏହି ଦୁଇ ଭଉଣୀ । କେବେ ସୁନୁଶୁନିଆ ଶାଗ ତ କେବେ କେବେ ସେମାନେ ଆଣିଥାନ୍ତି କଳମ ଶାଗ। ରାସ୍ତା କଡରେ ନାବାଳିକା ଏହି ଦୁଇ ଶାଗ ବିକ୍ରେତାଙ୍କୁ ଦେଖିଲେ ଅନେକ ଗ୍ରାହକ ତାଙ୍କ ନିକଟରେ ଅଟକି ଯାଆନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.