ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୭ ଦିନରେ ଚାଲିଗଲା ଚାକିରି, ହଠାତ୍ ମଜୁରିଆଙ୍କ ଆକାଉଣ୍ଟ୍‌କୁ ଆସିଲା ୨୦୦ କୋଟି

ହରିୟାଣା,୦୭/୦୯: ହରିୟାଣାର ଚରଖୀ ଦାଦରୀ ଜିଲ୍ଲାରେ ଏକ ଅଜବ  ମାମଲା ସାମ୍ନାକୁ ଆସିଛି । ଜଣେ ୮ମ ପାସ୍‌ ଶ୍ରମିକଙ୍କ ବ୍ୟାଙ୍କ୍‌ ଖାତାରେ  ୨୦୦ କୋଟି ଟଙ୍କା ଜମା ହୋଇଛି । ଏ  ବିଷୟରେ ଜାଣିବା ପରେ ଶ୍ରମିକଙ୍କ ମୁଣ୍ଡ କାମ କରୁନି । ତାଙ୍କ ପରିବାର ଏ ନେଇ ଆଚମ୍ବିତ । ତାଙ୍କ ବ୍ୟାଙ୍କ୍‌ ଖାତା ମାଧ୍ୟମରେ  କେହି ଜଣେ ବଡ଼ ଧରଣର ଜାଲିଆତି କରୁଛି ବୋଲି ସେ ପୁଲିସକୁ କହିଛନ୍ତି । ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ୨୦୦ କୋଟି ଆସିବା  ପରେ ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଡିଜିପିଙ୍କ ସମେତ ପୁଲିସ ଅଧିକାରୀଙ୍କୁ  ଟ୍ୱିଟ୍‌ ଜରିଆରେ ସୂଚନା ଦେଇଛନ୍ତି ।  

ଦାଦରୀ ଜିଲ୍ଲାର ବରେଲା ଗାଁ ବାସିନ୍ଦା  ବିକ୍ରମ ଦିନ ମଜୁରି କରନ୍ତି । ତାଙ୍କ ୟଶ୍‌  ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ୨୦୦ କୋଟି ଟଙ୍କା  ଜମା ହେବା ପରେ ୟୁପି ପୁଲିସ ତାଙ୍କ  ଘରେ ପହଞ୍ଚି ପଚରାଉଚରା ଆରମ୍ଭ କଲା ।  ଏହି ଅର୍ଥ କେଉଁଠୁ ଆସିଲା ବୋଲି ପୁଲିସ  ପଚାରିବାରୁ ବିକ୍ରମଙ୍କ ଆଶ୍ଚର୍ଯ୍ୟର ସୀମା  ରହିଲା ନାହିଁ । ବ୍ୟାଙ୍କ୍‌ ତାଙ୍କ ଆକାଉଣ୍ଟ୍‌କୁ  ଫ୍ରିଜ୍‌ କରିଦେଇଛି । ଖାସ୍‌ କଥା ହେଉଛି, ଏହି ରାଶି ଆକାଉଣ୍ଟ୍‌ରେ ପକାଇବା ପାଇଁ  ଯେତେ ଥର ନେଣଦେଣ ହୋଇଛି, ସମସ୍ତ  ଅଙ୍କ ୯, ଯାହା ସମସ୍ତଙ୍କୁ ଚକିତ କରିଛି ।  ବିକ୍ରମ ୨ ମାସ ତଳେ ଚାକିରି କରିବାକୁ ପଟୌଦୀ କ୍ଷେତ୍ରକୁ ଯାଇଥିଲେ । ସେଠାରେ ଏକ୍ସପ୍ରେସ୍‌-୨୦ ନାମକ କମ୍ପାନିରେ ଶ୍ରମିକ  ଭାବେ ଯୋଗ ଦେଲେ । ବିକ୍ରମଙ୍କ  ଭାଇ ପ୍ରଦୀପଙ୍କ ଅନୁସାରେ, ବ୍ୟାଙ୍କ୍‌  ଆକାଉଣ୍ଟ୍‌ ଖୋଲିବା ପାଇଁ ବିକ୍ରମଙ୍କଠାରୁ  କାଗଜପତ୍ର ନିଆଗଲା । ପରେ ଆକାଉଣ୍ଟ୍‌  ରଦ୍ଦ ହେବା କଥା କହି ତାଙ୍କୁ ଚାକିରିରୁ ବାହାର କରିଦିଆଗଲା । ସେ ମାତ୍ର ୧୭  ଦିନ କାମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.