ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ତରଳୁଛି ବରଫ ପାହାଡ଼ , ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ... ଉତ୍ତାପ ବୃଦ୍ଧିରେ ଆମେରିକାର ଚେତାବନୀ

ଜେନିଭା : ଗତବର୍ଷ ଉଷ୍ମତା ବା ଉତ୍ତାପର ସବୁ ରେକର୍ଡ ଭାଙ୍ଗି ଦେଇଥିଲା। ସଂଯୁକ୍ତ ରାଷ୍ଟ୍ରର ସଦ୍ୟ ରିପୋର୍ଟରେ ଏହି କଥା ସ୍ପଷ୍ଟ ହୋଇଛି। ୟୁଏନ୍‌ର ୱାର୍ଲ୍ଡ ମେଟ୍ରିୟୋଲଜିକାଲ ଅର୍ଗାନାଇଜେସନ (ଡବ୍ଲୁଏମଓ) ମଙ୍ଗଳବାର ଏହି ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ମୁତାବିକ, ୨୦୨୩ ମସିହାରେ ଅସହ୍ୟ ଉତ୍ତାପ ପଡ଼ିଥିଲା ଏବଂ ଏହା ସବୁଠୁ ଉତ୍ତାପ ବର୍ଷ ଭାବେ ରେକର୍ଡ କରାଯାଇ ଥିଲା। ଏହି ସମୟରେ ଖୁବ୍‌ ହିଟୱେଭ୍‌ ପ୍ରବାହିତ ହେଉଥିଲା, ଯାହାର ପ୍ରଭାବ ସମୁଦ୍ରାରୁ ନେଇ ଗ୍ଲାସିୟର ଯାଏ ଦେଖିବାକୁ ମିଳିଥିଲା। 

ଡବ୍ଲୁଏମ୍‌ଓ ମୁତାବିକ, କେବଳ ୨୦୨୩ ନୁହେଁ , ୨୦୧୪ରୁ ୨୦୨୩  ଯାଏ ପୂରା ଦଶକ ହିଁ  ଭୟଙ୍କର ଗରମ କବଳରେ ରହିଛି। ସଂଯୁକ୍ତ ରାଷ୍ଟ୍ରର ପ୍ରମୁଖ ଆଣ୍ଟୋନିଓ ଗୁଟେରେସ୍‌ ତ ଏମିତି କହିଛନ୍ତି କି, ରିପୋର୍ଟ ଦର୍ଶାଉଛି କି ପୃଥିବୀ ବିପଦର ଦ୍ୱାର ଦେଶରେ ରହିଛି। 

ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏହାକୁ ନେଇ କଡ଼ା ଚେତାବନୀ ଜାରି କରିଛନ୍ତି। ସେ କହିଛନ୍ତି କି, ପରିବର୍ତ୍ତନ ଖୁବ୍‌ ଜୋରରେ ହେଉଛି। ପୃଥିବୀ ପ୍ରତି ଲଗାତାର ବିପଦର ସଙ୍କେତ ମିଳୁଛି। ଡବ୍ଲୁଏମଓର ରିପୋର୍ଟ ମୁତାବିକ , ଗତବର୍ଷ ପୃଷ୍ଠ ଭାଗର ହାରାହାରି ତାପମାତ୍ରା ସ୍ତର ଠାରୁ ୧.୪୫ ଡିଗ୍ରୀ ସେଲସିୟସ୍‌ ଅଧିକ ଥିଲା। କହି ରଖୁଛି କି, ୨୦୧୫ରେ ପ୍ୟାରିସ ଜଳବାୟୁ ଚୁକ୍ତିରେ ଯେଉଁ ସୀମା ସ୍ଥିର କରାଯାଇ ଥିଲା ଏହା ୧.୫ ଡିଗ୍ରୀ। ରିପୋର୍ଟ ମୁତାବିକ , ଏହା ରେଡ୍‌ ଆଲର୍ଟର ସ୍ଥିତି। ସବୁଠୁ ଆଶ୍ଚର୍ଯ୍ୟକର ଜିନିଷ ଏହା କି ଗତ ବର୍ଷ ସାମୁଦ୍ରିକ ହିଟ୍‌ୱେଭ୍‌ ଦୁନିଆର ଏକ ତୃତୀୟାଂଶ ମହାସାଗର ଉପରେ ପ୍ରଭାବ ପକାଇ ଥିଲା। ୨୦୨୩ ମସିହାର ଶେଷ ଆସିବା କ୍ଷଣି ଏହି ଡାଟା ୯୦ ପ୍ରତିଶତ ଯାଏ ପହଞ୍ଚି ସାରିଛି।  


ରିପୋର୍ଟରେ ସମୁଦ୍ରର ଜଳସ୍ତର ବୃଦ୍ଧି କଥା ମଧ୍ୟ କୁହାଯାଇଛି। ଏହା ପଛର କାରଣ ମଧ୍ୟ ବଢୁଥିବା ତାପମାତ୍ରାକୁ କୁହାଯାଇଛି। ଏହା ମୁତାବିକ, ଉତ୍ତାପ ବୃଦ୍ଧି ଯୋଗୁଁ ଗ୍ଲାସିୟର ଖୁବ୍‌ ଜୋରରେ ତରଳୁଛି। ଡବ୍ଲୁଏମଓ କହିଛି କି, ଗତ ଏକ ଦଶକ (୨୦୧୪-୨୦୨୩)ରେ ସମୁଦ୍ରର ଜଳସ୍ତର ପୂର୍ବର ଦଶକ ତୁଳନାରେ ଦୁଇଗୁଣା ଗତିରେ ବଢିଛି। ରିପୋର୍ଟରେ ଏହା ବି କୁହାଯାଇଛି କି, ଏହିପରି ଜଳବାୟୁ ପରିବର୍ତ୍ତନରେ ସାରା ଦୁନିଆରେ ସମସ୍ୟା ହେଉଛି। ଏଥିପାଇଁ ବହୁତ ଅଧିକ ଉତ୍ତାପ, ବନ୍ୟା ଓ ଅନାବୃଷ୍ଟି ବା ମରୁଡ଼ି ମାମଲା ସାମନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.