ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

୨,୭୩୮ ଗୋଲାପରେ ଅଲିମ୍ପିଆନ୍‌ଙ୍କ ପ୍ରେମ ନିବେଦନ

ନୂଆଦିଲ୍ଲୀ, ୦୭/୦୮ : ଆମେରିକୀୟ ଅଲିମ୍ପିଆନ୍‌ ଜଷ୍ଟିନ୍‌ ବେଷ୍ଟ । ନୌଚାଳନାରେ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ଏବେ ପୁଣି ଥରେ ସେ ଖବରର ଶିରୋନାମା ହୋଇଛନ୍ତି । ଆଇଫିଲ ଟାୱାର ସାମ୍ନାରେ ନିଜର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍‌ଙ୍କୁ ସେ ୨,୭୩୮ ହଳଦିଆ ଗୋଲାପ ଫୁଲ ଦେଇ ପ୍ରେମ ନିବେଦନ କରିଛନ୍ତି । ଏହି ଖାସ୍‌ ମୁହୂର୍ତ୍ତର ଟିଭିରେ ସିଧାପ୍ରସାରଣ ହୋଇଥିଲା, ଯାହା ବିଶ୍ୱବାସୀଙ୍କ ହୃଦୟ ଜିତିଛି । ଜଷ୍ଟିନ୍‌ ନିଜେ ଏହି ନିଆରା ପ୍ରେମ ନିବେଦନର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି । ଜଷ୍ଟିନ୍‌ ଗର୍ଲଫ୍ରେଣ୍ଡ୍‌ଙ୍କ ସାମ୍ନାରେ ଆଣ୍ଠେଇ କହିଥିଲେ ‘ଲୈନି ଅଲିଭିଆ ଡନ୍‌କାନ, ତୁମେ ମୋ ଜୀବନର ପ୍ରେମ’ । ଏହା ଦେଖି ଲୈନି ସ୍ତବ୍ଧ ହୋଇଯାଇଥିଲେ । ପ୍ରତିକ୍ରିୟା ଦେବାକୁ ତାଙ୍କ ପାଖରେ ଭାଷା ନ ଥିଲା । 

ଜଷ୍ଟିନ୍‌ ଆହୁରି କହିଥିଲେ ‘ଆମର ପ୍ରଥମ ଡେଟିଂଠାରୁ ତୁମେ ମୋ ପାଇଁ ଖାସ୍‌ ଥିଲ । ଅଲମ୍ପିକ୍ସ ଯିବାକୁ ଚାହୁଁଛି ବୋଲି ମୁଁ ତୁମକୁ କହିଥିଲି । ତୁମେ ବିନା ଦ୍ୱିଧାରେ ହଁ କହିଥିଲ । ତୁମେ ଅତ୍ୟନ୍ତ ସୁନ୍ଦରୀ ଓ ବୁଦ୍ଧିମତୀ । ତୁମ କରୁଣାଭାବର କୌଣସି ସୀମା ନାହିଁ । ମୁଁ କାହାକୁ ଜାଣିନି, ଯିଏ ତୁମକୁ ଭଲପାଏ ନାହିଁ ।’ ଏହା କହିବା ପରେ ଜଷ୍ଟିନ୍‌ ପକେଟ୍‌ରୁ ମୁଦି ବାହାର କରି ଲୈନିଙ୍କୁ କହିଲେ ‘ଏହା ମୋ ଜୀବନର ସବୁଠୁ ସହଜ ପ୍ରଶ୍ନ । ମୋ ଜୀବନର ବାକି ସମୟ ମୁଁ ତୁମ ସହ ବିତାଇବାକୁ ଚାହୁଁଛି ଏବଂ ଆମେ ସାଙ୍ଗହୋଇ ପରିବାର ଗଢୁ ବୋଲି ଚାହୁଁଛି । ଲୈନି, ତୁମେ ମୋତେ ବିବାହ କରିବ?’ ଜଷ୍ଟିନ୍‌ଙ୍କ ପ୍ରେମ ନିବେଦନରେ ଲୈନି ସମ୍ପୂର୍ଣ୍ଣ ଭାବେ ଭାବବିହ୍ୱଳ ହୋଇପଡ଼ିଥିଲେ । ଲୁହଭରା ଆଖିରେ ସେ ପ୍ରେମ ନିବେଦନକୁ ସ୍ୱୀକାର କଲେ । ଏହି ନିଆରା ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କିଛି ଲୋକ ହଳଦିଆ ଗୋଲାପର ବୁକେ ଧରି ପ୍ରେମୀଯୁଗଳଙ୍କ ପାଖରେ ଠିଆ ହୋଇଥିଲେ । ପ୍ରେମୀଯୁଗଳ ଏକାଠି ବିତାଇଥିବା ପ୍ରତ୍ୟେକ ଦିନର ପ୍ରତୀକ ରୂପେ ମୋଟ୍‌ ୨,୭୩୮ ଗୋଲାପ ଫୁଲ ଏହି ଖାସ୍‌ ମୁହୂର୍ତ୍ତରେ ଉପଯୋଗ ହୋଇଥିଲା । ଏ ନେଇ ଜଷ୍ଟିନ୍‌ କହିଛନ୍ତି, ଆମର ଏକାଠି ରହିବାର ପ୍ରତ୍ୟେକ ଦିନକୁ ଏହି ଗୋଲାପ ଫୁଲ ପ୍ରତିନିଧିତ୍ୱ କରୁଛନ୍ତି । ସ୍ନାପ୍‌ଚାଟ୍‌ରେ ଆମର ୨,୭୩୮ ଦିନ ବିତିଛି । ବାସ୍ତବରେ ଆମ ପ୍ରେମ ଅମର ହୋଇଗଲା ।’

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.