ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନ୍ତାମଣିଶ୍ଵର ଅଞ୍ଜନ ବେହେରା ହତ୍ୟା ମାମଲା : କଟକର ଲଜ୍‌ରୁ ଗିରଫ ହେଲେ ଅନ୍ୟ ୪ ସହଯୋଗୀ

ଭୁବନେଶ୍ଵର, ୨୨/୦୩ : ବହୁ ଚର୍ଚ୍ଚିତ ଚିନ୍ତାମଣିଶ୍ବର ଅଞ୍ଜନ ବେହେରା ହତ୍ୟା ମାମଲା। ଗିରଫ ହେଲେ ନିହାରିକା ଓ ପିଙ୍କୁଙ୍କ ୪ ସହଯୋଗୀ। କଟକର ଏକ ଲଜ୍‌ରେ ଲୁଚିଥିବା ବେଳେ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ। ପୂର୍ବରୁ ଗିରଫ ହୋଇଥିଲେ ଏହି ହତ୍ୟା ଷଡ଼ଜନ୍ତ୍ରର ୨ ମୁଖ୍ୟ ଅଭିଯୁକ୍ତ ପିଙ୍କୁ ଓ ନିହାରିକା। ଗତ ମାର୍ଚ୍ଚ ୧୫ ତାରିଖ ବିଳମ୍ବିତ ରାତିରେ ତ୍ରିକୋଣୀୟ ପ୍ରେମକୁ ନେଇ ଲକ୍ଷ୍ମୀସାଗର ଚିନ୍ତାମଣିଶ୍ଵର ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ। ସାଙ୍ଗ ପାଇଁ ବଳି ପଡ଼ିଥିଲେ ଅଞ୍ଜନ ବେହେରା। ଏହି ହତ୍ୟାକାଣ୍ଡର ମୁଖ୍ୟ ଖଳନାୟିକା ହେଉଛି ଚିନ୍ତାମଣିଶ୍ଵର ଚମ୍ପା ପୋଖରୀ ଅଞ୍ଚଳର ନିହାରିକା ଦାସ। ସୋମବାର ସାଲିଆ ସାହିରୁ ନିହାରିକା ଓ ତାର ପ୍ରେମିକ ପିଙ୍କୁକୁ ଗିରଫ କରିଥିଲା ପୋଲିସ। 

ପ୍ରକାଶ ଥାଉକି, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ସ୍କୁଲରେ ନିହାରିକାଙ୍କ ସହ ପଢୁଥିଲେ ସେହି ଅଞ୍ଚଳର ଗୌତମ ସାହୁ । ସ୍କୁଲ ବେଳରୁ ଗୌତମ ନିହାରିକାଙ୍କୁ ଏକତରଫା ପ୍ରେମ କରୁଥିଲେ । ସ୍କୁଲ ସରିବା ପରେ ନିହାରିକା କଲେଜରେ ପଢ଼ୁଥିଲେ । ତଥାପି ଗୌତମ ତାଙ୍କ ପିଛା ଛାଡ଼ୁ ନଥିଲେ । ପିଙ୍କୁ ସହ ନିହାରିକାଙ୍କର ପୁର୍ବରୁ ପ୍ରେମ ସଂପର୍କ ଥିବାରୁ ସେ ଗୌତମଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରୁଥିଲେ । ଗତ ୧୫ ତାରିଖରେ ଗୌତମ ନିହାରିକାଙ୍କ କଲେଜ ନିକଟକୁ ଯାଇ ସେଠାରେ ତାଙ୍କୁ ପୁଣି ପ୍ରେମ ନିବେଦନ କରିଥିଲେ । ଏନେଇ ନିହାରିକା ପିଙ୍କୁଙ୍କୁ ଜଣାଇଥିଲେ । ଏହା ଜାଣିବା ପରେ ପିଙ୍କୁ ପ୍ରତିଶୋଧପରାୟଣ ହୋଇ ପଡ଼ିଥିଲେ । ସବୁଦିନ ପାଇଁ କିଭଳି ଗୌତମକୁ ଏହି ରାସ୍ତାରୁ ହଟାଯିବ ସେ ନେଇ ନିହାରିକା ଓ ପିଙ୍କୁ ଷଡ଼ଯନ୍ତ୍ର ରଚିଥିଲେ । 

ସେହି ରାତିରେ ପିଙ୍କୁ ଓ ନିହାରିକା ତାଙ୍କର ଅନ୍ୟ ୪ସହଯୋଗୀଙ୍କ ସହ ମିଶି ଫୋନ୍‌ କରି ଗୌତମଙ୍କୁ ଡକାଇଥିଲେ । ଏକ କ୍ୟାଟେରିଂ ସଂସ୍ଥାରେ କାମ କରୁଥିବା ଗୌତମ ସାଙ୍ଗ ଅଞ୍ଜନଙ୍କ ସହ ଜଟଣୀରୁ ଏକ ବିବାହ ଭୋଜି କାମସାରି ଫେରୁଥିଲେ । ନିହାରିକାଙ୍କ ଫୋନ୍‌ କଲ୍‌ ପାଇ ଗୌତମ ଅଞ୍ଜନଙ୍କୁ ସାଙ୍ଗରେ ଧରି ରାତି ପ୍ରାୟ ସାଢ଼େ ଗୋଟାଏରେ ଚିନ୍ତାମଣିଶ୍ୱର ଚମ୍ପା ପୋଖରୀ ନିକଟରେ ପହଞ୍ଚିଥିଲେ । ସେଠାରେ ପିଙ୍କୁ ଓ ନିହାରିକା ମିଶି ଗୌତମଙ୍କୁ ଗାଳିଗୁଲଜ କରିଥିଲେ । ଗୌତମ ପ୍ରତିବାଦ କରିବାରୁ ପିଙ୍କୁ ତାଙ୍କ ବାଇକ୍‌ରେ ରଖିଥିବା ଏକ ଖଣ୍ଡା ଆଣି ଗୌତମଙ୍କୁ ଚୋଟ ପକାଇବା ବେଳେ ଅଞ୍ଜନ ଆସି ପ୍ରତିବାଦ କରିଥିଲେ । ରକ୍ତମୁଖା ପିଙ୍କୁ ଅଞ୍ଜନଙ୍କୁ ୨ ଚୋଟ ପକାଇଥିଲେ । ଜୀବନ ବିକଳରେ ସେଠାରୁ ଗୌତମ ଦୌଡ଼ି ପଳାଇଥିଲେ । ଖଣ୍ଡାଚୋଟ ପରେ ରକ୍ତ ଜୁଡୁବୁଡୁ ହୋଇ ଅଞ୍ଜନ ତଳେ ପଡ଼ିଯାଇଥିଲେ । ଏହାପରେ ପିଙ୍କୁ, ନିହାରିକା ଓ ତାଙ୍କ ଅନ୍ୟ ୪ ସହଯୋଗୀ ସେଠାରୁ ଖସି ପଳାଇଥିଲେ । ଖବରପାଇ ପିସିଆର ପୁଲିସ ଓ ଅଞ୍ଜନଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅଞ୍ଜନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ହସ୍ପିଟାଲରେ ପହଞ୍ଚି ଅଞ୍ଜନଙ୍କ ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ହତ୍ୟାକାରୀ ପିଙ୍କୁ ନାମରେ ପୂର୍ବରୁ କ୍ୟାପିଟାଲ ଓ ନୂଆପଲ୍ଲୀ ଥାନାରେ ୨ଟି ମାମଲା ଥିବା ଜଣା ପଡ଼ିଥିଲା । ସେ ଜେଲ୍‌ ଯାଇ ନିକଟରେ ଫେରିଥିଲା। ସୋମବାର ରାଜ୍ୟ ବାହାରକୁ ଖସି ଯିବା ପାଇଁ ଉଦ୍ୟମ କରୁଥିବା ଜାଣିବାକୁ ପାଇ ସାଲିଆ ସାହିରୁ ପିଙ୍କୁ ଓ ନିହାରିକାକୁ ଗିରଫ କରିଥିଲା ପୋଲିସ। 




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.