ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପିସିଆର ଭଙ୍ଗାରୁଜା ଘଟଣା : ମହିଳାଙ୍କ ସମେତ ୯ ଗିରଫ

ଭୁବନେଶ୍ବର,୩୦।୫ : ଖଣ୍ଡଗିରି ପିସିଆର ଭଙ୍ଗାରୁଜା ଘଟଣାରେ ଜଣେ ମହିଳାଙ୍କ ସମେତ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ବୁଧବାର ରାତିରେ ଖଣ୍ଡଗିରି ଥାନା ଅଞ୍ଚଳରେ ପିସିଆରକୁ ଭଙ୍ଗାରୁଜା କରାଯାଇଥିଲା। 

ବୁଧବାର ରାତିରେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳକ ଓ ତାର ମା’ କୁ ଆକ୍ରମଣ ହୋଇଥିଲା ।୨୦ରୁ ୨୫ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ଖବର ପାଇ ୧୫ ନମ୍ବର ପିସିଆର ଘଟଣାସ୍ଥଳକୁ ଯାଇଥିଲା । ଉତ୍ତ୍ୟକ୍ତ ଲୋକେ ପିସିଆର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ପିସିଆରକୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଥିଲେ ।ଏହି ଭଙ୍ଗାରୁଜା ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ। ଅତି ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ କହିଛନ୍ତି ।

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ : ପୁଅ ମୃତ, ବାପା ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.