ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମାଗଣାରେ ମୂର୍ତ୍ତି ନଦେବାରୁ ଗୋଟିଏ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଖୋର୍ଦ୍ଧା, ୦୨/୦୯ : ଖୋର୍ଦ୍ଧା ଜିଲ୍ଲା କଦଳୀ ବାଡି ରାସ୍ତାରେ ଘର କରି ରହୁଥିବା ବିଶ୍ବମ୍ବର ମୁଦୁଲିଙ୍କ ପରିବାର ଉପରକୁ ମରଣାନ୍ତକ ଆକ୍ରମଣ। ବିଶ୍ଵମ୍ଵର ମୁଦୁଲି, ତାଙ୍କ ପତ୍ନୀ ରମା ମୁଦୁଲି ଓ ପୁଅ ବିଜୟ ମୁଦୁଲିକୁ ରାତି ପ୍ରାୟ ୩ଟା ବେଳେ କଦଳୀ ବାଡି ଗ୍ରାମର ୭ ରୁ ୮ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି। ଦୁର୍ବୃତ୍ତମାନେ ବିଶ୍ବମ୍ବରଙ୍କ ହାତକୁ ହାଣିବା ପରେ ପତ୍ନୀ ରମାଙ୍କ ବେକମୁଣ୍ଡାକୁ କ୍ରିକେଟ୍ ବ୍ୟାଟରେ ପିଟି ଦେବାରୁ ସେ ସଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ । ପରେ ପରେ ସେମାନେ ପୁଅ ବିଜୟକୁ ଆକ୍ରମଣ କରିଥିଲେ । 

ସୂଚନାନୁଯାୟୀ, ଏହି ଦୁର୍ବୃତ୍ତମାନେ ମୂର୍ତ୍ତି ତିଆରି କରୁଥିବା ମୁଦୁଲି ପରିବାରକୁ ମାଗଣା ମୂର୍ତ୍ତି ମାଗିଥିଲେ। ସେ ନ ଦେବାରୁ ରାଗ ରଖି ଦୁବୃର୍ତ୍ତମାନେ ବିଳମ୍ବିତ ରାତିରେ ମଦ୍ୟପାନ କରି ଏକ କାର ଓ ଦୁଇଟି ମୋଟର ସାଇକେଲରେ ଯାଇ ବିଶ୍ଵମ୍ଵରଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ । ଆହତମାନେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସଦର ଥାନା ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.