ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

କୋଭିଡ୍‌ ପରେ ଚିନ୍ତା ବଢ଼ାଉଛି ସଂକ୍ରମଣ, ବାରମ୍ବାର ସଂକ୍ରମିତ ହେଉଛନ୍ତି ଶ୍ୱାସରୋଗୀ

Published By : Prameya | February 28, 2024 10:25 AM

ଭୁବନେଶ୍ୱର, ୨୮/୦୨ : ଚିନ୍ତା ବଢ଼ାଇଲାଣି ଶ୍ୱାସରୋଗ । ଭୟାନକ ଭାବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି କୋଭିଡ୍‌ ପରଠାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କମାନେ ଅତି ସହଜରେ ସଂକ୍ରମିତ ହେଉଛନ୍ତି । ଥଣ୍ଡା, ଜ୍ୱର କାଶ ହେଲେ ମାସ ମାସ ଧରି ଲାଗି ରହୁଛି । ଔଷଧ କାମ କରୁନି । କୋଭିଡ୍‌ ପରେ ୭୫ ପ୍ରତିଶତ ଶ୍ୱାସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଲୋକେ ବାରମ୍ବାର ଶ୍ୱାସ ରୋଗରେ ସଂକ୍ରମିତ ହେଉଛନ୍ତି । 

ବରିଷ୍ଠ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର କାର୍ତ୍ତିକ ଜେନା କହିଛନ୍ତି, କୋଭିଡ୍‌ ପୂର୍ବରୁ ଯେଉଁମାନେ ଶ୍ୱାସ ରୋଗରେ ପୀଡ଼ିତ ଥିଲେ, ସେମାନେ ୪ରୁ୫ ଦିନ ଭିତରେ ସୁସ୍ଥ ହେଉଥିଲେ । ହେଲେ କୋଭିଡ ପରେ ଶ୍ୱାସ ଜନିତ ଜଟିଳତା ଲାଗି ରହୁଛି । କୋଭିଡରେ ଯେଉଁ ବ୍ୟକ୍ତିଙ୍କ ଫୁସଫୁସ୍‌ ସଂକ୍ରମିତ ହୋଇଥିଲା, ସେମାନେ ବାରମ୍ବାର ଶ୍ୱାସ ରୋଗରେ ସଂକ୍ରମିତ ହେଉଛନ୍ତି । ଆରୋଗ୍ୟ ହେବାକୁ ବହୁ ସମୟ ଲାଗୁଛି । କୋଭିଡ୍‌ରେ ସଂକ୍ରମିତ ୭୫ ପ୍ରତିଶତ ବ୍ୟକ୍ତିଙ୍କଠାରେ ଶ୍ୱାସ ରୋଗ ସମସ୍ୟା ଲାଗି ରହୁଛି । ଅନ୍ୟପଟରେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି । ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଛି, ସେମାନଙ୍କ ସମସ୍ୟା ବଢ଼ିଯାଉଛି । 

ଏମ୍‌ସ ଶିଶୁ ରୋଗ ବିଭାଗ ଡାକ୍ତର ରଶ୍ମି ରଞ୍ଜନ ଦାସ କହିଛନ୍ତି, କୋଭିଡ୍‌ ପରେ ଶ୍ୱାସ ରୋଗୀଙ୍କ ସଂଖ୍ୟା ବଢ଼ିଛି । କାରଣ କୋଭିଡ୍‌ ଭାରଇସ ନୂଆ ନୂଆ ଷ୍ଟ୍ରେନ୍‌ ସୃଷ୍ଟି କରୁଛି । ସେଥିପାଇଁ ପିଲାମାନେ ବାରମ୍ବାର ବିଭିନ୍ନ ଷ୍ଟ୍ରେନ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି । ହସ୍ପିଟାଲକୁ ପୂର୍ବରୁ ସପ୍ତାହରେ ୧୦ ଜଣ ଶ୍ୱାସ ରୋଗୀ ଆସୁଥିଲେ । ବର୍ତ୍ତମାନ ଏହି ସଂଖ୍ୟା ୩୦ରେ ପହଞ୍ଚିଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.