ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାଷୀଙ୍କୁ ମୋବାଇଲ ସୂଚନା ଦେବା ବନ୍ଦ କଲେ କୃଷି କର୍ମଚାରୀ, ୧୩ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ମାଲକାନଗିରି,୮/୨ : ବିଭିନ୍ନ ଦାବିନେଇ କୃଷିକର୍ମଚାରୀ ଙ୍କ ଆଜି ଠାରୁ ଚାଷୀଙ୍କୁ ମୋବାଇଲ ସୂଚନା ସେବା ବନ୍ଦ କରିଦେଇଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୧୩ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଧମକ ଦେଇଛନ୍ତି।

 ଦୀର୍ଘ ମାସ ଧରି ଅବହେଳିତ କୃଷି କର୍ମଚାରୀ ମାନଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହି ଆସୁଛନ୍ତି। ଏହା ସହ କେଡର୍ ପୁନର୍ଗଠନ ଭଳି ବହୁ ପ୍ରତିକ୍ଷିତ ଦାବି ପ୍ରତି ଅଣଦେଖା କରୁଥିବା ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ଅଭିଯୋଗ କରି ଆସୁଛି। ଏଣୁ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମରେ ମାଲକାନଗିରି ଜିଲ୍ଲାର ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଆଜିଠାରୁ   ୧ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ ବିଭାଗୀୟ ସେବାରୁ ନିବୃତ ରହିବା ପାଇଁ ଚେତାବନୀ ଦେଇଛନ୍ତି। 

ତେବେ ଉପରୋକ୍ତ ସମୟ ସୀମା ମଧ୍ୟରେ ଉଚ୍ଚ କତୃପକ୍ଷ ଯଦି ସଂଘ କରିଥିବା ଦାବିକୁ ଅଣଦେଖା କରନ୍ତି। ତେବେ ଆସନ୍ତା ୧୩ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୋବାଇଲ ଯୋଗେ କରୁଥିବା ପ୍ରଦତ୍ତ ସେବା ବନ୍ଦ ସହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେବେ ବୋଲି ସଂଘ ନିଷ୍ପତ୍ତି ନେଇଛି। ଏହାସହ ୨୦ ତାରିଖ ଠାରୁ ରାଜ୍ୟ ମୁଖ୍ୟ ଦପ୍ତର କୃଷି ଭବନ ସମ୍ମୁଖରେ ସମୂହ ଗଣଧାରଣା ଦେବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି। ଏଥିରେ ଯଦି କୃଷି ଓ କୃଷକମାନଙ୍କର କୌଣସି କ୍ଷତି ଘଟେ ତାହା ପାଇଁ ବିଭାଗ ଓ ସରକାର ଏହାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ କରିଥିବା ଦାବିପତ୍ର ରେ ଉଲ୍ଲେଖ ରହିଛି। ଏବଂ ଏହାର ସମ୍ପୂର୍ଣ୍ଣ କ୍ଷତିପୂରଣ ସରକାର ଭରିବେ ବୋଲି ଚେତାବନୀ ଦିଆଯାଇଛି। ଏନେଇ ଆଜି ଜିଲ୍ଲା ସଂଘର କର୍ମକର୍ତ୍ତା ମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ଜିଲ୍ଲା ସଭାପତି ମନୋଜ ଢ଼ାଲି ସମ୍ପାଦକ ଭୁପେଶ କୁମାର ଷଡ଼ଙ୍ଗୀ, ଦେବାଶିଷ ମିଶ୍ର,ସୁଦେବ ରାୟ, ମିନାକ୍ଷୀ ରାଓ, ବିଶ୍ବନାଥ ମଣ୍ଡଳ, ଅମୂଲ୍ୟ ପାତ୍ର, ରବିନ୍ଦ୍ରନାଥ ପଟ୍ଟନାୟକ, ଅବିନାଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

ଆହୁରି ପଢନ୍ତୁ : ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପ୍ରତି ଗୁରୁତ୍ବ : ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୨ ଶହ କୋଟି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.