ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨ ଜାଗାର ବିକାଶ ପାଇଁ ଭୂମି ପୂଜା

ପୁରୀ ୭/୧୨ : ପୁରୀ ସହର ର ୧୨ ଟି ଜାଗାର ବିକାଶ ପାଇଁ ଭୂମି ପୂଜା କରାଯାଇଛି। ସହରରେ ଥିବା ୩୫ ଟି ଜାଗା ଆଖଡା ର ବିକାଶ କରାଯିବ ଏବଂ ବହୁମୁଖୀ ବ୍ୟାୟାମଶାଳା ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି।

ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ  ନୂଆ ତୋଟା ଜାଗା ,ଜଗୁ ତିଆଡି ଜାଗା, ଅଡଙ୍ଗ ତିଆଡି, ଖାସ ଜାଗା,କୁସନ ଖୁଣ୍ଟିଆ ଜାଗା, ମୁଦୁଲି ଜାଗା, ଧ୍ୱଜ ଗଡ଼ ଜାଗା, ଜମି ଖୁଣ୍ଟିଆ ଜାଗା, ବାରବାଟୀ ଜାଗା,ନୃସିଂହ ବଲ୍ଲଭ ଜାଗା, ଓ ଶଂଖ ତୋଟା ଜାଗାରେ ପହଞ୍ଚି ଭୂମି ପୂଜା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଉପ ସଭାପତି ରାମଦାସ ମହାପାତ୍ର, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର,ବାଲି ସାହି ଆଖଡା ର ସମ୍ପାଦକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.