ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସେଠାରେ ଲୋକେ ମୋତେ ବହୁତ ହଇରାଣ କରୁଥିଲେ ...! ଅଞ୍ଜୁ ଓ ସୀମାଙ୍କ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ : ପାକିସ୍ତାନରୁ ନୋଏଡା ଆସିଥିବା ସୀମା ହାଇଦର ଓ ସ୍ୱାମୀ-ପିଲାଙ୍କୁ ଛାଡ଼ି ରାଜସ୍ଥାନରୁ କରାଚୀ ଯାଇଥିବା ଅଞ୍ଜୁ , ଏହି ଦୁଇ ମହିଳା ଗତ ଅନେକ ଦିନରୁ ଚର୍ଚ୍ଚାରେ ରହିଛନ୍ତି। ନିଜ ପ୍ରେମିକ ନସରୁଲ୍ଲାଙ୍କ ପାଖକୁ ଯାଇଥିବା ଅଞ୍ଜୁ ନିକାହ କରି ଏବେ ଭାରତ ଫେରି ଆସିଛନ୍ତି। ଏମିତି କୁହାଯାଉଛି କି, ସେ ନିଜ ପିଲାଙ୍କୁ ନେଇ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏହି ସମୟରେ ଇନଷ୍ଟାଗ୍ରାମରେ ଏକ ରିଲ୍ସ ଭାଇରାଲ ହେଇଛି , ଯେଉଁଥିରେ ଅଞ୍ଜୁ ଓ ସୀମା ପରସ୍ପର ସହ କଥାବାର୍ତ୍ତା ହେବାର ନଜର ଆସୁଛି। ଭିଡ଼ିଓରେ ଉଭୟ ମହିଳା ପାକିସ୍ତାନ ବିଷୟରେ କମେଣ୍ଟ କରୁଛନ୍ତି। 

ସେଠାରେ ଲୋକେ ମୋ ସହ ଜବରଦସ୍ତୀ କରୁଥିଲେ...

ଭାଇରାଲ ଭିଡ଼ିଓକୁ ଏବେସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି। ଭିଡ଼ିଓ ଦେଖି ଏମିତି ଲାଗୁଛି କି, ଯେମିତି ସୀମା ଓ ଅଞ୍ଜୁ ଭିଡ଼ିଓ କଲ୍‌ରେ କଥାବାର୍ତ୍ତା ହେଉଛନ୍ତି। ଭିଡ଼ିଓରେ ସୀମା କହୁଛନ୍ତି , ଅଞ୍ଜୁ  ତୁମେ ପାକିସ୍ତାନରୁ ପୁଣି କାହିଁକି ଫେରି ଆସିଲ ? ଏହା ଉପରେ ଅଞ୍ଜୁ କହୁଛନ୍ତି , ସୀମା ...ସେଠାରେ ପାକିସ୍ତାନର ପୁଲିସ ମୋତେ ନିର୍ଯାତନା ଦେଉ ଥିଲେ। ସେଠାର ଶାସନ ମୋତେ ବାଧ୍ୟ କଲା ପୁଣି ଭାରତ ଫେରି ଆସିବାକୁ। ସେଠାରେ ଲୋକେ ମୋ ସହ ଜବରଦସ୍ତୀ କରୁଥିଲେ ...। ସୀମା ଭିଡ଼ିଓରେ ଆଗକୁ କହୁଛନ୍ତି , ମୋ ସହ ମଧ୍ୟ ସେଠାରେ ଏମିତି ହେଉ ଥିଲା। ସେଥିପାଇଁ ମୁଁ ସେଠାରୁ ଲୁଚି ଭାରତ ପଳାଇ ଆସିଲି। ତୁମେ କଣ ପୁଣି ସେଠାକୁ ଯିବ ? ଏହାର ଜବାବରେ ଅଞ୍ଜୁ କହୁଛନ୍ତି , ମୁଁ ଆଉ କେବେ ସେଠାରୁ ଯିବି ନାହିଁ ...ସେଠାରେ ମୋ ସହ ବହୁତ ଅନ୍ୟାୟ ହୋଇଛି।

ସୀମା ଓ ଅଞ୍ଜୁଙ୍କ ଭାଇରାଲ ଭିଡ଼ିଓର ଲାଇଭ୍‌ ହିନ୍ଦୁସ୍ତାନୀ ଫ୍ୟାକ୍ଟ ଚେକ୍‌ କରିଥିଲା। ଫ୍ୟାକ୍ଟ ଚେକ୍‌ରେ ଜଣାପଡ଼ିଲା କି ଏହି ଭିଡ଼ିଓ ପୂରା ମିଛ ଓ ଭ୍ରମାତ୍ମକ। ଡିପ୍‌ଫେକ୍‌ ମାଧ୍ୟମରେ ଉଭୟଙ୍କର କଥାବାର୍ତ୍ତା କରୁଥିବାର ଦେଖା ଯାଇଛି। ପ୍ରଥମ ଦେଖାରେ କେହି ବି ଏହି ଭିଡ଼ିଓକୁ ଦେଖିଲେ ସତ ମାନି ନେବ। ଭିଡ଼ିଓରେ ଅଞ୍ଜୁ ଓ ସୀମା ପରସ୍ପରକୁ ଦେଖି କଥା ହେଉଛନ୍ତି। ଉଭୟଙ୍କର ଓଠ ମଧ୍ୟ ଶବ୍ଦ ଅନୁସାରେ ଉପର ତଳ ହେଉଛି। ହେଲେ ଦୁହିଁଙ୍କର ସ୍ୱର ପୂର ଅଲଗା ଲାଗୁଛି। ଏହି ଭାଇରାଲ ହେଉଥିବା ରିଲ୍‌ ସଂପୂର୍ଣ୍ଣ ଫେକ୍‌। 

ପାକିସ୍ତାନରୁ ଫେରିଥିବା ଅଞ୍ଜୁ ଏକ ସାକ୍ଷାତକାରରେ କହିଛନ୍ତି , ସେ ଏବେ ଦୁବାଇରେ ରହିବାକୁ ଚାହାନ୍ତି। ସେ କହିଛନ୍ତି ସେ ନିଜର ପାକିସ୍ତାନୀ ସ୍ୱାମୀ ନସରୁଲ୍ଲା ଓ ପିଲାଙ୍କ ସହ ଭାରତ ଓ ପାକିସ୍ତାନରେ ନୁହେଁ ଦୁବାଇରେ ରହିବାକୁ ଚାହାନ୍ତି। ଏମିତି କୁହାଯାଉଛି ୫ ମାସ ପାକିସ୍ତାନରେ ରହି ଫେରିଥିବା ଅଞ୍ଜୁ ଏଠାରେ ନିଜ ପୂର୍ବ ସ୍ୱାମୀଙ୍କୁ ଅରବିନ୍ଦଙ୍କୁ ତଲାକ୍‌ ଦେବାକୁ ଆସିଛନ୍ତି। ସେ ପିଲାଙ୍କୁ ନିଜ ସାଥିରେ ରଖିବାକୁ ଚାହିଁଛନ୍ତି। ଏଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇ ପାରନ୍ତି। ସେ ନସରୁଲ୍ଲାଙ୍କୁ ମଧ୍ୟ ଭାରତ ଡାକିବା କଥା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.