ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିବାହିତ ନା ଅବିବାହିତ କିଏ ସବୁଠୁ ଅଧିକ ଖୁସି ? ଆପଣଙ୍କ ଭାବନାକୁ ଭୁଲ୍ ସାବ୍ୟସ୍ତ କରିବ ସର୍ଭେ ଫଳାଫଳ

ନୂଆଦିଲ୍ଲୀ, ୨୯/୦୨: ଏକୁଟିଆ ଜୀବନ ନା ଦାମ୍ପତ୍ୟ ଜୀବନ, ଅଧିକ ଶାନ୍ତି ଓ ଖୁସି କେଉଁଠି ପାଇବେ । ବୈବାହିକ ଜୀବନରେ ଖୁସି ତ ମିଳିବ । ଏସବୁ ପ୍ରଶ୍ନର ଉତ୍ତର ମିଳିଛି ସର୍ଭେରୁ । ସର୍ଭେ ଅନୁସାରେ, ବିବାହ ପରେ ଏକ ହସଖୁସିର ଜୀବନ କେବଳ ପରୀ କାହାଣୀ ନୁହେଁ ବରଂ ବାସ୍ତବ ଦୁନିଆରେ ସମ୍ଭବ ।

ଆମେରିକୀୟ କମ୍ପାନୀ ଗ୍ୟାଲପ ପୋଲ୍ ପକ୍ଷରୁ ଏହି ସର୍ଭେ ହୋଇଛି । ୨୦୦୮ରୁ ୨୦୨୩ ମଧ୍ୟରେ ଗ୍ୟାଲପ ୨, ୫୭୮, ୩୪୨ ଆମେରିକୀୟ ବୟସ୍କଙ୍କ ତଥ୍ୟକୁ ଏକାଠି କରିଥିଲା । ୨୦୨୦ ମାର୍ଚ୍ଚରୁ ୨୦୨୩ ନଭେମ୍ବର ମଧ୍ୟରେ ୱେବରେ ୫୬ ହଜାର ୬୫୩ ଜଣଙ୍କ ପ୍ରତିକ୍ରିୟା ନେଇଥିଲା କମ୍ପାନୀ ।

ସର୍ଭେରେ ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ୦ରୁ ୧୦ ମଧ୍ୟରେ ଏକ ଅଙ୍କ ଭାବିବାକୁ କୁହା ଯାଇଥିଲା । ସେହି ହିସାବରେ ବୈବାହିକ ଜୀବନର ଖୁସିକୁ ନମ୍ବର ଦେବାର ଥିଲା । ଯେତେ ଅଧିକ ରେଟିଂ ବୈବାହିକ ଜୀବନକୁ ନେଇ ସେତେ ଅଧିକ ଖୁସି । ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତଙ୍କୁ ପଚରା ଯାଇଥିଲା ଆପଣ ୫ ବର୍ଷ ପରେ ନିଜକୁ କେଉଁଠି ଦେଖିବାକୁ ଚାହୁଁଛନ୍ତି ।

ଏହି ପ୍ରଶ୍ନ ପାଇଁ ୨ଟି ବିକଳ୍ପ ଥିଲା- ସବୁଠୁ ଖରାପ ଓ ଯାହା ସମ୍ଭବ । ସର୍ଭେରେ ବିବାହିତ ଲୋକ ଅବିବାହିତଙ୍କ ତୁଳନାରେ ସେମାନେ ଅଧିକ ଖୁସି ଥିବା କହିଥିଲେ । ଖୁସିର ସ୍ତର ୧୨ରୁ ୨୪ ପ୍ରତିଶତ ଅଧିକ । ବିବାହିତ ବୟସ୍କ ସବୁଠୁ ଅଧିକ ଖୁସି ବୋଲି ଜଣା ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.