ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁନାର ନିହାଣ, ଚାନ୍ଦିର ହାତୁଡ଼ିରେ ଖୋଦେଇ ହୋଇଥିଲା ପ୍ରଭୁ ରାମଲଲାଙ୍କ ଆଖି

ଅଯୋଧ୍ୟା, ୧୧/୦୨: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସମସ୍ତେ ଦର୍ଶନ ପାଇଁ ବ୍ୟାକୁଳ ଅଛନ୍ତି । ଦୈନିକ ଲକ୍ଷାଧିକ ଭକ୍ତ ପ୍ରଭୁ ଶ୍ରୀରାମଙ୍କ ବାଳ ସ୍ୱରୂପକୁ ଦର୍ଶନ କରୁଥିବା ବେଳେ ସ୍ଥପତି ଅରୁଣ ଯୋଗୀରାଜ ସେୟାର କରିଛନ୍ତି ଫଟୋ ।

ଯେଉଁଥିରେ ସ୍ଥପତି ଯୋଗୀରାଜ ଲେଖିଛନ୍ତି, ଏହି ରୂପା ହାତୁଡ଼ି ଏବଂ ସୁନାର ନିହାଣରେ ମୁଁ ପ୍ରଭୁ ରାମଲଲାଙ୍କ ଦିବ୍ୟ ଆଖିକୁ ଖୋଦେଇ କରିଛି । ଭାବିଲି ସମସ୍ତଙ୍କ ସହ ସେୟାର କରିବି । ଜାନୁଆରୀ ୨୨ରେ ଅରୁଣ ତିଆରି କରିଥିବା ରାମଲଲାଙ୍କ ପ୍ରତିମାରେ ହୋଇଥିଲା ପ୍ରାଣ ପ୍ରତିଷ୍ଠା ।

ପ୍ରାଣ ପ୍ରତିଷ୍ଠାର ୩ ଦିନ ପୂର୍ବରୁ ସୋସିଆଲ୍ ମିଡିଆରେ ପ୍ରତିମାର ଫଟୋ ଭାଇରାଲ୍ ହୋଇଥିଲା । ତେବେ ସେତେବେଳେ ପ୍ରତିମାର ଆଖିରେ କପଡ଼ା ଢଙ୍କା ଯାଇଥିଲା । ପ୍ରାଣ ପ୍ରତିଷ୍ଠା ପରେ ସମସ୍ତେ ରାମଲଲାଙ୍କ ଆଖି ପ୍ରଥମଥର ଦେଖି ଅରୁଣ ଯୋଗୀରାଜଙ୍କ ପ୍ରଶଂସା କରିଥିଲେ । ରାମଲଲାଙ୍କ ପ୍ରତିମା କଳା ରଙ୍ଗର ଗୋଟିଏ ପଥରରେ ନିର୍ମିତ ହୋଇଛି ।

ଅରୁଣ ଯୋଗୀରାଜଙ୍କ ପତ୍ନୀ ବିଜେତା କହିଛନ୍ତି, ଯେବେ ଯୋଗୀରାଜ ରାମଲଲାଙ୍କ ପ୍ରତିମା ନିର୍ମାଣ କାମ ମିଳିଲା । ସେବେଠୁ ସେ ୨ ହଜାରରୁ ଅଧିକ ଛୁଆଙ୍କ ଫଟୋ ଦେଖିଥିଲେ । ମାସେ ଧରି ଛୁଆଙ୍କୁ ପର୍ଯ୍ୟବେକ୍ଷଣ କରିଥିଲେ । ଏଥିପାଇଁ ସ୍କୁଲ୍, ପାର୍କ ଯାଉଥିଲେ । ସେ ଧ୍ୟାନ ରଖିଥିଲେ ପ୍ରଭୁଙ୍କ ପ୍ରତିମା ନିର୍ମାଣ ଶାସ୍ତ୍ର ଅନୁସାରେ କରାଯିବ । ଏଥିସହ ଡିଜାଇନ୍ ସହ ରାମଲଲାଙ୍କ ପ୍ରତିମା ମେଳ ଖାଇବ । ପ୍ରତିମାରେ ଲୋକଙ୍କୁ ଭଗବାନ ନଜର ଆସିବେ ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଦସ୍ୟ ତଥା ସନ୍ଥ ବିଶ୍ୱପ୍ରସନ୍ନା ତୀର୍ଥ ସ୍ୱାମୀ କହିଛନ୍ତି, ଯୋଗୀରାଜ କର୍ଣ୍ଣାଟକର କଳା ପଥରରେ ରାମଲଲାଙ୍କ ପ୍ରତିମା ତିଆରି କରିଛନ୍ତି । ଏହି ପଥରକୁ କରକଲାର ନୋଲ୍ଲିକାଋ ଗାଁରୁ ଅଯୋଧ୍ୟା ଅଣା ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.