ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇଣ୍ଡିଆ ମେଣ୍ଟକୁ କେଜ୍ରିୱାଲଙ୍କ ଝଟକା, ପଞ୍ଜାବ ଓ ଚଣ୍ଡିଗଡ଼ରେ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ଆପ୍

ଚଣ୍ଡିଗଡ଼, ୧୦/୦୨: ପଞ୍ଜାବରେ ମେଣ୍ଟ କରିବନି ଆପ୍ । ଏକାକୀ ଲଢ଼ିବ ଲୋକସଭା ନିର୍ବାଚନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ୍ର କେଜ୍ରିୱାଲ୍ ଶନିବାର କହିଛନ୍ତି, ଇଣ୍ଡିଆ ମେଣ୍ଟରେ ଥିବା ଦଳ ସହ ପଞ୍ଜାବରେ କୌଣସି ମେଣ୍ଟ ହେବ ନାହିଁ ।
ପଞ୍ଜାବର ସମସ୍ତ ଲୋକସଭା ଆସନ ସହ ଚଣ୍ଡିଗଡ଼ରେ ଆପ୍ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ । 

କେଜ୍ରିୱାଲଙ୍କ ଏଭଳି ନିଷ୍ପତ୍ତି ଇଣ୍ଡିଆ ମେଣ୍ଟ ପାଇଁ ଏକ ବଡ଼ ଝଟକା ହୋଇଛି । ପଞ୍ଜାବର ୧୩ ଓ ଚଣ୍ଡିଗଡ଼ର ଗୋଟିଏ ଳୋକସଭା ଆସନ ପାଇଁ ଆପ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ । କେଜ୍ରିୱାଲ୍ କହିଛନ୍ତି, ଆମ ହାତମୁଠା ଯେତେ ଶକ୍ତ ହେବ, ଆମେ ଆପଣମାନଙ୍କ ଲାଗି ସେତେ ଅଧିକ କାମ କରି ପାରିବୁ ।

ଏହା ପୂର୍ବରୁ ଦିଲ୍ଲୀରେ ମଧ୍ୟ କେଜ୍ରିୱାଲଙ୍କ ଆପ୍ ଇଣ୍ଡିଆ ମେଣ୍ଟର ଦଳ ସହ ମେଣ୍ଟ ନକରି ଏକାକୀ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି କହିଥିଲା । ସେପଟେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ଏକୁଟିଆ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି । କଂଗ୍ରେସକୁ ମାତ୍ର ୨ଟି ଆସନ ଛାଡ଼ିବେ ବୋଲି କହିଛନ୍ତି ଦିଦି ।

୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର ୨ରୁ ୩ ମାସ ସମୟ ଥିବା ବେଳେ ଇଣ୍ଡିଆ ମେଣ୍ଟରେ ଥିବା ୨୮ ଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଅଙ୍କ ଛିଣ୍ଡୁନି । ସିଟ୍ ସେୟାରିଂ ଫର୍ମୁଲାକୁ ନେଇ ମେଣ୍ଟରେ ଥିବା ଦଳ ଗୁଡ଼ିକ ତୁ ତୁ ମେଁ ମେଁ ହେଉଥିବା ବେଳେ ଅନ୍ୟ ଦଳକୁ ଫାଇଦା ହେଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.