ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୋମାଞ୍ଚକର ସେମିଫାଇନାଲରେ ପାକିିସ୍ତାନକୁ ଗୋଟିଏ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ; ଫାଇନାଲରେ ଭାରତ ସହିତ ମୁହାଁମୁହିଁ

ବେନୋନୀ,୦୮/୦୨: ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ଅଣ୍ଡର ୧୯ ବିଶ୍ବକପ୍‌ ୨୦୨୪ର ଦ୍ବିତୀୟ ସେମିଫାଇନାଲ ବେନୋନୀର ବିଲୋମୁର ପାର୍କରେ ବୁଧବାର ଖେଳାଯାଇଛି। ଅଷ୍ଟ୍ରେଲିଆ ଅଧିନାୟକ ହ୍ୟଗ୍‌ ଓ୍ବିବଗେନ୍‌ ଟସ୍‌ ଜିତି ପ୍ରଥମ ବୋଲିଂକରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପାକିସ୍ତାନ ୧୭୯ ରନ୍‌ରେ ଅଟକିଥିବା ବେଳେ ଭାରତ ଆଗରେ ୧୮୦ ରନ୍‌ର ବିଜୟଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ମଇଦାନକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ କିନ୍ତୁ ତୁରନ୍ତ ଗୋଟିଏ ପରେ ଗୋଟିଏ ୪ଟି ଓ୍ବିକେଟ ହରାଇଥିଲା ଅଷ୍ଟ୍ରେଲିଆ। ଏହାପରେ କ୍ରିଜରେ   ଯଦିଓ ବ୍ୟାଟରଙ୍କର ବେଶ୍‌ ଜମିଥିଲା, ତଥାପି ସେପଟେ ପାକିସ୍ତାନ ବି ହାର ମାନିନଥିଲା। ପାକିସ୍ତାନୀ ଟିମ୍‌ ମଧ୍ୟ ପ୍ର‌ଥମେ ବ୍ୟାଟିଂ କରି ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା। 

୮୦ ରନ୍‌ ପୂର୍ବରୁ ଟିମ୍‌ର ୫ଟି ଓ୍ବିକେଟ ଖସିଥିବା ବେଳେ ପରେ ପୂରା ଟିମ୍‌ ୧୭୯ ରନ୍‌ରେ ଅଟକିଥିଲା। ଅଷ୍ଟ୍ରେଲିଆକୁ ବିଜୟ ପାଇଁ ଶେଷ ଓଭରରେ ୩ ରନ୍‌ର ଆବଶ୍ୟକତା ଥିବା ବେଳେ ପାକିସ୍ତାନକୁ କେବଳ ଗୋଟିଏ ଓ୍ବିକେଟର ଆବଶ୍ୟକତା ରହିଥିଲା। କିନ୍ତୁ ଅଷ୍ଟ୍ରେଲୀୟ ବ୍ୟାଟର ରାଫ୍‌ ମ୍ୟାକ୍‌ମିଲନ୍‌ ଚୌକା ମାରି ଫାଇନାଲ ଟିକେଟ ହାସଲ କରିଥିଲେ। ଅଷ୍ଟ୍ରେଲିଆକୁ ଗୋଟିଏ ଓ୍ବିକେଟରେ ବିଜୟ ମିଳିଥିବା ବେଳେ ଏବେ ଫାଇନାଲରେ ଭାରତ ସହିତ ମୁହାଁମୁହିଁ ହେବ କଙ୍ଗାରୁ ଦଳ। ଏହି ମ୍ୟାଚ୍‌ ମାର୍ଚ୍ଚ ୧୧ ତାରିଖ ରବିବାର ଦିନ ଖେଳାଯିବ। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.