କଟକ,୦୫/୧୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଡିସେମ୍ବର ୩ ତାରିଖ ରବିବାର ଦିନ ଆୟୁର୍ବେଦିକ ମେଡ଼ିକାଲ ଅଫିସର ଏବଂ ହୋମିଓପାଥିକ ମେଡ଼ିକାଲ ଅଫିସର ଲିଖିତ ପରୀକ୍ଷା କରାଯିବ । ପେପର-୧ ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କ ପାଇଁ ଆଉ ୩୦ ମିନିଟ୍ ଅଧିକ ସମୟ ଦିଆଯିବ । ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୩୦ରେ ଶେଷ ହେବ। ଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ମଧ୍ୟ ସେହିପରି ଆଉ ୩୦ ମିନିଟ୍ ଅଧିକ ସମୟ ଦିଆଯିବ ।
ଆୟୁର୍ବେଦିକ୍ ମେଡ଼ିକାଲ ଅଫିସର ଲିଖିତ ପରୀକ୍ଷା ଭୁବନେଶ୍ୱରର ବିଭିନ୍ନ କେନ୍ଦ୍ରରେ କରାଯିବ। ହୋମିଓପାଥିକ ମେଡ଼ିକାଲ ଅଫିସର ଲିଖିତ ପରୀକ୍ଷା କଟକର ବିଭିନ୍ନ କେନ୍ଦ୍ରରେ କରାଯିବ । ପରବର୍ତ୍ତୀ ସମୟରେ ଓପିଏସ୍ସି ପକ୍ଷରୁ ପରୀକ୍ଷା କେନ୍ଦ୍ର ସଂପର୍କରେ ପରୀକ୍ଷାର୍ଥୀଙ୍କୁ ୱେବ୍ସାଇଟ୍ରେ ଜଣାଇ ଦିଆଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।