ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଈଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ଝଟକା, ବାର୍ଷିକ ଚୁକ୍ତିରୁ ବାଦ୍ ଦେଲା BCCI

ମୁମ୍ବାଇ, ୨୮/୦୨: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ବାର୍ଷିକ ଚୁ୍କ୍ତିନାମା ଘୋଷଣା କରାଯାଇଛି । ଯେଉଁଥିରେ ଈଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ଝଟକା ଲାଗିଛି । ରାଜିନାମାରୁ ଈଶାନ କିଷନ ଓ ଶ୍ରେୟସ ଆୟରଙ୍କୁ ବାଦ୍ ଦେଇଛି ବିସିସିଆଇ ।

ବିସିସିଆଇର ବାର୍ଷିକ ଚୁକ୍ତି (ଅକ୍ଟୋବର ୨୦୨୩ରୁ ସେପ୍ଟେମ୍ବର ୨୦୨୪)

ଗ୍ରେଡ୍ ଏ+: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡ଼େଜା

ଗ୍ରେଡ୍ ଏ: ଆର୍ ଅଶ୍ୱୀନ୍, ମହମ୍ମଦ ସାମି, ମହମ୍ମଦ ସିରାଜ, ଶୁଭମନ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା

ଗ୍ରେଡ୍ ବି: ସୂର୍ଯ୍ୟକୁମାର, ଋଷଭ ପନ୍ତ, କୁଲଦୀପ ଯାଦବ, ଅକ୍ଷର ପଟେଲ୍ ଓ ଯଶ୍ୱସୀ ଜୟସୱାଲ୍

ଗ୍ରେଡ୍ ସି: ରିଙ୍କୁ ସିଂ, ତିଲକ ବର୍ମା, ଋତୁରାଜ ଗାୟକୱାଡ଼, ଶାର୍ଦ୍ଦୁଲ୍ ଠାକୁର, ଶିବମ ଦୁବେ, ରବି ବିଷ୍ନୋଇ, ଜିତେଶ ଶର୍ମା, 

ୱାଶିଂଟନ୍ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସ୍ୟାମସନ୍, ଅର୍ଶଦୀପ ସିଂହ, କେଏସ୍ ଭରତ, ପ୍ରସିଦ୍ଧ କ୍ରୀଷ୍ଣା, ଆଭେଶ ଖାନ୍ ଓ ରଜତ ପାଟିଦାର୍ ।

ଏହା ଛଡ଼ା ଆକାଶ ଦୀପ, ବିଜୟକୁମାର ବିଶାକ, ଉମରାନ ମଲିକ, ୟଶ ଦୟାଲ ଓ ବିଦ୍ୱତ କାବେରପ୍ପାଙ୍କୁ ଫାଷ୍ଟ ବୋଲିଂ ଚୁକ୍ତିରେ ସାମିଲ୍ କରାଯାଇଛି ।

ବାଦ୍ ପଡ଼ିଥିବା ଖେଳାଳି

ଏହା ପୂର୍ବରୁ ହୋଇଥିବା ଚୁକ୍ତିରେ ଶ୍ରେୟସଙ୍କୁ ଗ୍ରେଡ୍ ବି ଏବଂ ଈଶାନଙ୍କୁ ଗ୍ରେଡ୍ ସିରେ ରଖିଥିଲା ବିସିସିଆଇ । ସେତେବେଳେ ଶ୍ରେୟସଙ୍କୁ ବାର୍ଷିକ ୩ କୋଟି ଓ ଈଶାନଙ୍କୁ ୧ କୋଟି ଟଙ୍କା ମିଳୁଥିଲା । ଏହା ଛଡ଼ା ଗ୍ରେଡ୍ ଏରେ  ଥିବା ଋଷଭ ପନ୍ତ ଓ ଅକ୍ଷର ପଟେଲ ଗ୍ରେଡ୍ ବିକୁ ଖସିଛନ୍ତି । ଗ୍ରେଡ୍ ବିରେ ଥିବା ଚେତେଶ୍ୱର ପୂଜାରା ବାଦ୍ ପଡ଼ିଛନ୍ତି । ଗ୍ରେଡ୍ ସିରେ ଥିବା ଉମେଶ ଯାଦବ, ଶିଖର ଧାୱନ, ଦୀପକ ହୁଡ୍ଡା, ୟୁଜବେନ୍ଦ୍ର ଚହଲ ମଧ୍ୟ ବାଦ୍ ପଡ଼ିଛନ୍ତି ।

କେତେ ଟଙ୍କା ମିଳେ ?

ବିସିସିଆଇ ଚୁକ୍ତି ଅନୁସାରେ, ଗ୍ରେଡ୍ ଏ+ରେ ଥିବା ଖେଳାଳିକୁ ୭ କୋଟି, ଗ୍ରେଡ୍ ଏ ଖେଳାଳି ୫ କୋଟି, ଗ୍ରେଡ୍ ବି ୩ କୋଟି ଓ ଗ୍ରେଡ୍ ସିରେ ୧ କୋଟି ଟଙ୍କା ବାର୍ଷିକ ମିଳିଥାଏ । ଗ୍ରେଡ୍ ଏ+ ଖେଳାଳି କ୍ରିକେଟର ୩ଟି ଯାକ ଫର୍ମାଟରେ ଖେଳିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.