ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସୁଡ଼ଙ୍ଗରୁ ଵାହାରିଲେ ଭଗବାନ ଭତ୍ରା, ଗ୍ରାମବାସୀଙ୍କ ସହିତ ଖୁସିରେ ନାଚିଲେ ବିଧାୟକ

Published By : Prameya | November 28, 2023 11:05 PM

ନବରଙ୍ଗପୁର,୨୮/୧୧(ଆପ୍ର): ଅପେକ୍ଷାର ଅନ୍ତ ଘଟିଛି। ଉତ୍ତରାଖଣ୍ଡର ଉତ୍ତରକାଶୀର ଏକ ସୁଡ଼ଙ୍ଗରେ ଫସି ରହିଥିବା ୪୧ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ସେଥିରେ ୪୧ରୁ ୫ ଜଣ ଶ୍ରମିକ ଓଡିଶାର ଥିଲେ। ୫ଜଣ ମଧ୍ୟରୁ ଜଣେ ନବରଙ୍ଗପୁର ଜିଲ୍ଲା ଡାଵୁଗା ବ୍ଳକ  ପାଲଵେଡା ଗାଁ ର ଭଗବାନ ଭତ୍ରା ଥିଲେ । ଭଗବାନ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଖବର ପାଇଁ ଗ୍ରାମବାସୀ ଗାଁ ରେ ଉତ୍ସବ ମନାଇଛନ୍ତି।

 ଡାଵୁଗା ବିଧାୟକ ମନୋହର ରନ୍ଧାରୀ ଗାଁ ରେ ପହଞ୍ଚି ଗାଁ ଲୋକଙ୍କ ଖୁସିରେ ସାମିଲ ହୋଇଛନ୍ତି । ଗାଁ ଲୋକ  ଭଗଵାନ ଫେରିପାଇବା ଆନନ୍ଦରେ  ବାଜାବଜଣା , ନାଚ ଗୀତ ସହ ବାଣ ଫୁଟାଇ ଅଦିନିଆ ଦୀପାବଳୀ ପାଳିଛନ୍ତି।

ଆହୁରି ପଢନ୍ତୁ : ପ୍ରଥମ ଦିନରେ ରତ୍ନଭଣ୍ଡାରର ୩୭ଟି ପଏଣ୍ଟରେ ହେଲା ଲେଜର ସ୍କାନିଂ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.