ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦ୍ୱାରଶୁଣୀ ଘାଟି ରାସ୍ତା ସମ୍ପ୍ରସାରଣ ଦାବିରେ ଭଞ୍ଜସେନାର ରାସ୍ତା ଅବରୋଧ

Published By : Prameya | February 2, 2024 10:27 AM

ବାଙ୍ଗିରିପୋଷି, ୦୨/୦୨ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଦ୍ଵାରଶୁଣୀ ଘାଟି ରାସ୍ତାରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଦ୍ଵାରଶୁଣୀ ଘାଟି ଏବେ ମରଣଯନ୍ତା ପାଲଟିଛି l ତେଣୁ ରାସ୍ତା ସମ୍ପ୍ରସାରଣ ଦାବିରେ କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ଶୁକ୍ରବାର ସକାଳ ୭ଟା ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୪୯କୁ ବନ୍ଦ କରି ଧାରଣାରେ ବସିଛି ଭଞ୍ଜସେନା । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଅଟକି ରହିଛି।

ଏ ବାବଦରେ ଜିଲ୍ଲାର ଅଣରାଜନୈତିକ ଯୁବ ଏବଂ ଛାତ୍ର ସଙ୍ଗଠନ ଭଞ୍ଜସେନା ବହୁବାର ଆନ୍ଦୋଳନ କରିଛି। ହେଲେ ଭଞ୍ଜସେନାର ରାସ୍ତା ସମ୍ପ୍ରସାରଣ ଦାବି କେବଳ ପ୍ରତିଶୃତିରେ ହିଁ ରହିଯାଇଛି l ସ୍ଥାନୀୟ ନେତା ମନ୍ତ୍ରୀଙ୍କ ପ୍ରତିଶୃତି ଉପରେ ଆଉ ବିଶ୍ୱାସ ନକରି ପୁନର୍ବାର ଭଞ୍ଜସେନା ଧାରଣାରେ ବସିଛି। ଘାଟି ରାସ୍ତା ପ୍ରଶସ୍ତିକରଣ ନହେଲା ପର୍ଯ୍ୟନ୍ତ ଅନର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯିବ ବୋଲି ଭଞ୍ଜସେନା ଜିଲ୍ଲା ସଭାପତି ପିଣ୍ଟୁ ମାଇତି ପ୍ରକାଶ କରିଛନ୍ତି । ଧାରଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.