ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ରେଷ୍ଟୁରାଣ୍ଟ, ଥାନା ଓ କ୍ୟାମେରା ଫୁଟେଜ୍; କିଛି ଅସ୍ପଷ୍ଟ, କିଛି ଅସମାହିତ, ତଦନ୍ତ ସରିଲେ ମିଳିପାରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର:୨୦/୯: ଗତ ୧୪ ତାରିଖ, ଶନିବାର ରାତିରେ ଘଟିଗଲା ଅନେକ ଘଟଣା। କ୍ୟାପ୍ଟେନ, ତାଙ୍କ ବାନ୍ଧବୀ, ପୁଲିସ ଏବଂ ସେହି ଅଜଣା ୧୦-୧୨ ଅସାମାଜିକ ଯୁବକଙ୍କୁ କେନ୍ଦ୍ରକରି ଘଟିଥିବା ଘଟଣା ଏବେ ଥମିବାର ନାଁ ନେଉନି। କାରଣ ଏହାକୁ ନେଇ ଏବେ ରାଜ୍ୟ ଏବଂ ଦେଶରେ ଆଲୋଡନ। ଥାନାରେ ଜଣେ ମହିଳାଙ୍କୁ ପୁଲିସର ଅକଥନୀୟ ନିର୍ଯାତନା ଅଭିଯୋଗ। ଏହାସହ ଅଭିଯୋଗକାରିଣୀ ମଧ୍ୟ ଗଣଧ୍ୟମକୁ ଦେଇଥିବା ବୟାନ ଆହୁରି ସଂଗୀନ। ଅଦାଲତ, ପ୍ରଶାସନରୁ ରାଜନୀତି ସବୁଠି ଏବେ ଏହି ପ୍ରସଙ୍ଗ। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଘଟଣାର ତଦନ୍ତ ତ୍ୱରାନ୍ବିତ। କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଆଇଆଇସିଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ସସ୍‌ପେଣ୍ଡ। 

ଘଟଣାକୁ ନେଇ ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ଜୋର ଧରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘଟଣାକୁ ତୀବ୍ର ସମାଲୋଚନା କରି ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି। ଏହାର ଚଟାପଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି, ଏବଂ ଦୋଷୀଙ୍କୁ ଦଣ୍ଡିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଡିସିପିଙ୍କୁ ଡକାଇ ମାମଲାର ତଦନ୍ତ ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଆଉ ଏହି ଘଟଣାରେ ଛାନଭିନ ତ୍ୱରାନ୍ନିତ କରିଥିବା ପୁଲିସ ୭ ଜଣ ରୋଡ ରୋମିଓଙ୍କୁ ଗିରଫ କରିଛି। ସେହିଦିନ ରାତିରେ ରେଷ୍ଟୁରାଣ୍ଟରୁ ଫେରିବା ବାଟରେ କ୍ୟାପ୍ଟେନ୍ ଏବଂ ତାଙ୍କ ବାନ୍ଧବୀଙ୍କ ସହ ଝଗଡ଼ା କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରେ ଏହି ରୋମିଓମାନେ ଥିଲେ କି ନା ତା’ର ତଦନ୍ତ ଚାଲିଛି। କାରଣ କ୍ୟାପ୍ଟେନଙ୍କ ଏଫ୍ଆଇଆର ଅନୁଯାୟୀ ୧୪ ତାରିଖ ରାତିରେ ରେଷ୍ଟୁରାଣ୍ଟରୁ ଫେରିବା ବେଳେ ୩ଟି ଗାଡ଼ିରେ ଆସିଥିବା ୧୦-୧୨ ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇ ଝଗଡା କରିଥିଲେ। ଆଉ ସେମାନଙ୍କ ଧମକରୁ ସୁରକ୍ଷା ଲାଗି ବାନ୍ଧବୀଙ୍କ ସହ କ୍ୟାପ୍ଟେନ୍ ଭରତପୁର ଥାନାକୁ ଆସି ପୁଲିସର ସହାୟତା ଲୋଡ଼ିଥିଲେ। 

ଏସବୁ ଭିତରେ ଚନ୍ଦ୍ରଶେଖରପୁରର ସ୍ଥିତ ସେହି ରେଷ୍ଟୁରାଣ୍ଟର କିଛି ସିସିଟିଭି ଫୁଟେଜ୍, ବିଲ, ପେମେଣ୍ଟ ରସିଦ ଆମର ହସ୍ତଗତ ହୋଇଛି। ଯାହାକି ଥାନାକୁ କ୍ୟାପ୍ଟେନ୍ ଏବଂ ତାଙ୍କ ବାନ୍ଧବୀ ଆସିବା ପୂର୍ବର। ଏହା ରେଷ୍ଟୁରାଣ୍ଟରେ କ୍ୟାପ୍ଟେନ୍ ତାଙ୍କ ବାନ୍ଧବୀ ଓ ଅନ୍ୟ କିଛି ବନ୍ଧୁ ତଥା ବାନ୍ଧବୀ ମଉଜ କରୁଥିବାର ଦୃଶ୍ୟ ବଖାଣୁଛି। ରେଷ୍ଟୁରାଣ୍ଟରେ ସେମାନେ ଡାଇନିଂ ଟେବୁଲରେ ବସି କିଛି ପାନୀୟ ନେଉଥିବା, ଏବଂ ବେଳେବେଳେ ନାଚୁଥିବାର ଭିଜୁଆଲ ରହିଛି। ଏପରିକି ରେଷ୍ଟୁରାଣ୍ଟରେ ବିଲ୍ ମଧ୍ୟ ଅଛି। ସେଥିରେ ସେମାନେ ଆଲକହଲ ନେଇଥିବାର ଜଣାପଡ଼ୁଛି। ଏଥିସହ କ୍ୟାପ୍ଟେନଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ ରିସିପ୍ଟ ମଧ୍ୟ ରହିଛି। ସେଥିରେ କ୍ୟାପ୍ଟେନଙ୍କ ନାମ ରହିଛି। ସମୟ ରାତି ୧.୩୪ ମିନିଟ ୧୦ ସେକେଣ୍ଡ ଉଲ୍ଲେଖ ଅଛି। ଯଦିଓ ରେଷ୍ଟୁରାଣ୍ଟରେ ଯାହାକିଛି ଖାଇବା ପିଇବା କିମ୍ବା ସେବନ କରିବା, ମଉଜ କରିବା, ପଇସା ଖର୍ଚ୍ଚ କରିବ ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର, କିନ୍ତୁ ସେହି ଘଟଣା ସହ ପରବର୍ତ୍ତୀ ପ୍ରତିକ୍ରିୟା, ଓ ଘଟଣାର କିଛି ପ୍ରଭାବ ତଥା ସମ୍ପର୍କ ଅଛି କି? ଯଦି କିଛି ଅନିୟନ୍ତ୍ରିତ ପ୍ରଭାବ ଥାଏ ତେବେ ତାହା ଭିନ୍ନ ହୋଇପାରେ।    

ରେଷ୍ଟୁରାଣ୍ଟରୁ ଫେରିବା ବେଳେ କ୍ୟାପ୍ଟେନ୍ ଏବଂ ତାଙ୍କ ବାନ୍ଧବୀ ଥାନାକୁ ଆସିଥିବା ବୁଝାପଡ଼ୁଛି। କାରଣ ପୂର୍ବରୁ ସେମାନେ ଥାନାକୁ ଆସିବାର ସମୟ ଉଲ୍ଲେଖ କରିଛନ୍ତି। ଥାନାରେ ସମ୍ପୃକ୍ତ ମହିଳା ଉଚ୍ଚସ୍ୱରରେ ପାଟି କରୁଥିବା, ଫଟୋ ଉଠାଉଥିବା ଲୋକଙ୍କୁ କିଛି କହୁଥିବା, କବାଟ ବାଡ଼ଉଥିବା ଓ ମହିଳା ପୁଲିସଙ୍କ ସହ ଯୁକ୍ତି କରୁଥିବାର ଭିଜୁଆଲ ରହିଛି। ସେ ମୋବାଇଲରେ କିଛି ଫଟୋ ଉଠାଉଥିବା ରେକର୍ଡ କରୁଥିବା ବଡ଼ ପାଟିରେ ଚିତ୍କାର କରୁଥିବାର ମଧ୍ୟ ଭିଜୁଆଲରେ ଦେଖାଯାଇଛି। ସେହି ସବୁ ଭିଜୁଆଲରୁ ମହିଳାଙ୍କ ଆଚରଣ ଅସ୍ୱାଭାବିକ ମନେ ହେଉଛି। କିନ୍ତୁ କିଛି ଆକ୍ରମଣ କିମ୍ବା ମାଡ଼ପିଟର ଭିଜୁଆଲ ଆମର ହସ୍ତଗତ ହୋଇନାହିଁ।  ସେ ନେଇ ମଧ୍ୟ ଆମେ ସ୍ପଷ୍ଟ ନୋହୁଁ।

ଏହିସବୁ ଦୃଶ୍ୟରୁ ସେହି ରାତିରେ ତା ପରେ କ’ଣ ଘଟିଛି, କାହିଁକି ଓ କିପରି ଘଟିଛି ତାହା ଅନୁମାନ କରିବା କଷ୍ଟକର। ଏହା ଏଥିପାଇଁ ଯେ, ପରବର୍ତ୍ତି ସମୟର ଅଭିଯୋଗ ଏବଂ, ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ସବୁକୁ ନେଇ ତର୍ଜମା କରିବା କଠିନ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରୁ ଘଟଣା ଉପରୁ ପରଦା ଉଠିବ ଓ ସବୁକିଛି ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏହିସବୁ ଭିଜୁଆଲ ଯେ ଘଟଣାକୁ ଆହୁରି ଗୋଳମାଳିଆ କରିଦେଉଛି, ତାହାକୁ ଅସ୍ୱୀକାର କରିହେବନି।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.