ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବିଲ୍ ଗେଟ୍ସଙ୍କ ଭବିଷ୍ୟବାଣୀ, ୫ ବର୍ଷରେ ଏଭଳି ବଦଳି ଯିବ ଦୁନିଆ

ନୂଆଦିଲ୍ଲୀ, ୧୫/୧୧: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)କୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏଆଇ ଉପରେ ବିଭିନ୍ନ ସମୟରେ ମତ ରଖୁଥିବା ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଗାମୀ ୫ ବର୍ଷ ନେଇ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି, ଆଗାମୀ ୫ ବର୍ଷରେ ଆମ ଜୀବନ ସମ୍ପୂର୍ଣ୍ଣ ବଦଳି ଯିବ । କମ୍ପ୍ୟୁଟର ଚଳାଇବାରୁ ନେଇ ଆମ କାମ କରିବା ପର୍ଯ୍ୟନ୍ତ ସବୁକିଛିର ତରିକା ସମ୍ପୂର୍ଣ୍ଣ ବଦଳି ଯିବ ।

ବିଲ୍ ଗେଟ୍ସ କହିଛନ୍ତି, ଆଗାମୀ ଦିନରେ ‘ଏଆଇ୍ ପାୱର୍ଡ ଡିଜିଟାଲ୍ ଏଜେଣ୍ଟ୍ସ’ ଆମ କାମ କରିବେ ଏବଂ ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ସେ ଆହୁରି କହିଛନ୍ତି, ନୂଆ ଜେନେରେସନର ସିଷ୍ଟମ କେବଳ ଦ୍ରୁତଗତିରେ କଣ୍ଟେଣ୍ଟ ବନାଇବନି ବରଂ ମଣିଷ ସ୍ଥାନରେ ଉତ୍ପାଦନକୁ ସ୍ୱୟଂ ବଢ଼ାଇବ । 

ରାଜ୍ୟରେ ୬୪ ହଜାର କୁକୁର କାମୁଡ଼ା ଆକ୍ରାନ୍ତ, ବୁଲା କୁକୁର ବନ୍ଧ୍ୟାକରଣରେ ଓଡି଼ଶା ସରକାର ବିଫଳ

ସେ କହିଛନ୍ତି, ‘ଏଆଇ୍ ପାୱର୍ଡ ଡିଜିଟାଲ୍ ଏଜେଣ୍ଟ୍ସ’ ଅଧିକ ହୁସିଆର୍, ସକ୍ରିୟ ରହିବା ସହ କାମ କରୁଥିବା ମଣିଷ ଠାରୁ ଆଗୁଆ ରହିବ । ସୂଚନାଯୋଗ୍ୟ, ନିକଟରେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ତାର ଗ୍ରୋକ୍ ଟୁଲ୍ ଲଞ୍ଚ କରିଥିଲା । ଏହା ପୂର୍ବରୁ ଓପନ୍ ଏଆଇ ଚାଟ୍ ଜିପିଟି, ଗୁଗଲ, ବାର୍ଡ ଓ ମାଇକ୍ରୋସଫ୍ଟ ବିଗ୍ ଚାଟବଟ୍ ଲଞ୍ଚ କରିଥିବା ବେଳେ ଏହାକୁ ଉନ୍ନତ କରାଯାଉଛି ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ବୃଦ୍ଧି ପାଉଥିବା ଦେଖି ବିଲ୍ ଗେଟ୍ସ କହିଛନ୍ତି, ଆଗାମୀ ସମୟରେ ଆଡଭାନ୍ସ ଏଲଗୋରିଦମ୍ ସହାୟତାରେ ଆମେ ଇମେଲ୍ ଲେଖି ଡ୍ରାଫ୍ଟ କରି ପାରିବେ । ଏଥିସହ କୌଣସି ବୈଠକରୁ ଅପଡେଟକୁ ଜେନରେଟ୍ କରିବା, କୌଣସି ଡକ୍ୟୁମେଣ୍ଟର ସ୍ଲାଇଡ୍ ଶୋ ଓ କମ୍ପ୍ୟୁଟର କୋଡକୁ ଡିବଗ୍ ଏବଂ ଲେଖିବା ଆଦି ସମସ୍ତ କାମ କରି ହେବ ।

ୟୁକ୍ରେନ୍‌କୁ ବିପୁଳ ଅସ୍ତ୍ର ବିକିଛି ପାକ୍‌, ପାକିସ୍ତାନ ପାଇଛି ୩୬୪ ନିୟୁତ ଡଲାର

ବିଲ୍ ଗେଟ୍ସଙ୍କ ଅନୁସାରେ, ଆଗାମୀ ଦିନରେ ‘ଏଆଇ୍ ପାୱର୍ଡ ଡିଜିଟାଲ୍ ଏଜେଣ୍ଟ୍ସ’ ଆପଣଙ୍କ ପାଇଁ ବ୍ୟବସାୟିକ ଯୋଜନା, ପ୍ରେଜେଣ୍ଟେସନ୍, ବର୍ଥଡେ ରିମାଇଣ୍ଡର, ରେଷ୍ଟୁରାଣ୍ଟରେ ଟେବୁଲ୍ ବୁକ୍ କରି ପାରିବେ । ତେବେ ଏହି ଏଜେଣ୍ଟ ବ୍ୟବସାୟରେ କୌଣସି ଏକ କମ୍ପାନୀର ଦବଦବା ରହିବ ନାହିଁ । ଭବିଷ୍ୟତରେ ଅଧିକାଂଶ ‘ଏଆଇ୍ ପାୱର୍ଡ ଡିଜିଟାଲ୍ ଏଜେଣ୍ଟ୍ସ’ କମ୍ ମୂଲ୍ୟରେ ମିଳିବ । ଫଳରେ ଏହାର ବ୍ୟବହାର କେହି ବି କରି ପାରିବେ । ଏହା ଲୋକଙ୍କ ଜୀବନକୁ ଆହୁରି ସରଳ କରି ଦେବ ।

  • Artificial Intelligence
  • Copyright © 2022 - Summa Real Media Private Limited. All Rights Reserved.