ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା, ବିଶୋଇ ଥାନା ଏଏସଆଇ ନିଲମ୍ବିତ

ବାରିପଦା, ୧୪।୯ :ବିଶୋଇ ଥାନା ଏଏସଆଇ ଲାଞ୍ଚ ନେବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମୟୂରଭଞ୍ଜ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଏହି ଘଟଣାରେ ସଙ୍ଗେ ସଙ୍ଗେ  ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି।ଏହି ଭିଡିଓ ବାବଦରେ ଅଧିକ ଖୋଳତାଡ଼ କରିବାକୁ ଏସପି ବି ଗଙ୍ଗାଧର ଆଦେଶ ଦେଇଛନ୍ତି l

ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଏଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିଲା l ଏଏସଆଇ ଅବଦୁଲ ମତଲବୀ ଖାନ ୫ ଜଣଙ୍କ ନାମ ଏତଲାରୁ ବାଦ ଦେବା ପାଇଁ କୁଆଡେ ଏହି ଲାଞ୍ଚ ନେଉଥିଲେ ବୋଲି ଚର୍ଚ୍ଚା ହେଉଛି l ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଞ୍ଜ ଏସପି ୨୪ଘଣ୍ଟା ମଧ୍ୟରେ ଭିନ୍ନ ଭିନ୍ନ ଘଟଣାରେ ୨ଜଣ ଙ୍କୁ ନିଲମ୍ବିତ କରିଛନ୍ତି l

ଆହୁରି ପଢନ୍ତୁ : ଟ୍ରକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.