ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫେବ୍ରୁଆରୀ ୨୦ରେ ମାଟ୍ରିକ୍ ପରୀକ୍ଷା, କଡ଼ା ସୁରକ୍ଷା ବଳୟରେ ୭ ଜିଲ୍ଲାକୁ ପଠାଗଲା ମାଟ୍ରିକ୍‌ ପ୍ରଶ୍ନପତ୍ର

କଟକ,୧୩/୦୨: ଆସନ୍ତା ୨୦ ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ଲାଗି ପ୍ରଶ୍ନପତ୍ର ସୋମବାରଠାରୁ ବୋର୍ଡ  କାର୍ଯ୍ୟାଳୟରୁ ୭ ଜିଲ୍ଲାକୁ ପଠାଯାଇଛି ।  କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି,  ରାୟଗଡ଼ା, କୋରାପୁଟ, ନୂଆପଡ଼ା  ଏବଂ ବରଗଡ଼ ଜିଲ୍ଲାକୁ ଏହି ପ୍ରଶ୍ନପତ୍ର  ପଠାଯାଇଛି । ବୋର୍ଡ ସଭାପତି ଶ୍ରୀକାନ୍ତ  ତରାଇ, ଉପସଭାପତି ଡ. ନିହାର ରଞ୍ଜନ  ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ବୋର୍ଡ  ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ପ୍ରଶ୍ନପତ୍ରଗୁଡ଼ିକୁ କଡ଼ା  ସୁରକ୍ଷା ବଳୟରେ ଟ୍ରକ୍‌ରେ ପଠାଯାଇଛି ।  ପ୍ରଶ୍ନପତ୍ର ସୁରକ୍ଷା ପାଇଁ ପୁଲିସ୍‌ ଟିମ୍‌  ସହ ବୋର୍ଡ କର୍ମଚାରୀମାନେ ଯାଇଛନ୍ତି ।  

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୭ଟି ଯାକ  ଜିଲ୍ଲାର ନୋଡାଲ୍‌ ସେଣ୍ଟରଗୁଡ଼ିକରେ  ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ  ସୂତ୍ରରୁ ସୂଚନା ମିଳିଛି । ନୋଡାଲ୍‌ ସେଣ୍ଟରରେ ସୁପରିଟେଣ୍ଡେଣ୍ଟ୍‌ମାନେ  ପର୍ଯ୍ୟବେକ୍ଷକ ଓ ପୁଲିସ୍‌ ଉପସ୍ଥିତିରେ  ପ୍ରଶ୍ନପତ୍ର ପ୍ୟାକେଟ୍‌ଗୁଡ଼ିକୁ ଗ୍ରହଣ  କରିବେ । ନୋଡାଲ୍‌ ସେଣ୍ଟରରେ ପ୍ରଶ୍ନପତ୍ର ସୁରକ୍ଷିତ ଅଛି କି ନାହିଁ ତାହା ଜିଲ୍ଲା ଶିକ୍ଷାଧିକାରୀମାନେ ତଦାରଖ କରି ବୋର୍ଡ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ଦେବେ।  ତେବେ ଶନିବାର ସୁଦ୍ଧା ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ନୋଡାଲ୍‌ ସେଣ୍ଟରରେ  ପ୍ରଶ୍ନପତ୍ର ପହଞ୍ଚିଯିବ ବୋଲି ବୋର୍ଡ ପକ୍ଷରୁ  କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.