ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଗରମ ଚାୟେ କି ପ୍ୟାଲି ହୋ, ଅର୍‌ ଉସକୋ ପିଲାନେ ୱାଲି ହୋ’ରେ ଝୁମିଲେ ଦର୍ଶକ, ଗୀତର ଯାଦୁ ଦେଖାଇଲେ ଅନୁ ମଲ୍ଲିକ...

କଟକ,୦୪/୧୨: ‘ଭାରତ ମାତା କି ଜୟ,  ବନ୍ଦେ ମାତରମ୍‌, ଜୟ ଜଗନ୍ନାଥ’ । ଏହି ଧ୍ୱନିରେ କମ୍ପି ଉଠିଥିଲା ବାଲିଯାତ୍ରା ପଡିଆ । ମଞ୍ଚରେ ଯେତିକି  ଝୁମାଇଲେ ସେତିକି ଆବେଗଭରା ପରିବେଶ ସୃଷ୍ଟି  କଲେ । ଶେଷରେ ଦେଶାତ୍ମବୋଧକ ଗୀତରେ ସମସ୍ତଙ୍କ ମନ ଜିଣିଲେ । ରବିବାର ଗଣକବି ବୈଷ୍ଣବ ପାଣି ମଞ୍ଚର ସପ୍ତମ ସଂଧ୍ୟାରେ ପ୍ରଖ୍ୟାତ ସଙ୍ଗୀତ  ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ସୁପରଷ୍ଟାର୍‌ ଅନୁ ମଲ୍ଲିକଙ୍କ ବଲିଉଡ୍‌ ନାଇଟ୍‌ରେ ବିଭୋର ହୋଇଥିଲେ ହଜାର ହଜାର ଦର୍ଶକ ।

ମଞ୍ଚରେ କଟକର ସିଙ୍ଘମ ଡ୍ୟାନ୍ସ  ଏକାଡେମୀର ଶିବ ତାଣ୍ଡବ, କଟକ ନୃତ୍ୟତ୍ସୋବ କମିଟି  ଦ୍ୱାରା ଶିଳ୍ପୀ କଳା ନିକେତନର କଳାକାରଙ୍କ ଶାସ୍ତ୍ରୀୟ  ନୃତ୍ୟ ପରିବେଷିତ ହୋଇଥିଲା । ଶେଷରେ ଅନୁ ମଲ୍ଲିକ ମଞ୍ଚକୁ ଆସିଥିଲେ । ସେ ଆସିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା । ଆରମ୍ଭରୁ ଏକ ଗରମ ଚାୟେ କି ପ୍ୟାଲି ହୋ, ଅର୍‌ ଉସକୋ ପିଲାନେ  ୱାଲି ହୋ’ ଗାଇଥିଲେ । ତାହାପରେ ଅର ଉସ୍‌କୋ ପିଲାନେ ୱାଲି ହୋ । ଉଁଚି ହେ ବିଲ୍ଡିଂ, ମେଁ ଖିଲାଡି ତୁ  ଅନାଡି, ସନ୍ଦେସ୍‌ ଆତେ ହେଁ ଭଳି ଅନେକ ଗୀତରେ  ଲୋକଙ୍କୁ ବାନ୍ଧି ଦେଇଥିଲେ । ଶେଷରେ ଦର୍ଶକଙ୍କୁ ପ୍ରଶଂସା କରିବା ସହ ମଞ୍ଚରେ ଏଭଳି ଉତ୍ସାହ ତାଙ୍କ  ପାଇଁ ପ୍ରଥମ ବୋଲି କହିଥିଲେ ଅନୁ । ସୋମବାର ଶେଷ ସଂଧ୍ୟା ଥିବାରୁ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ  ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

ଅକ୍ଷୟ ମହାନ୍ତି ମଞ୍ଚରେ ରବିବାର ପରିବେଷିତ ହୋଇଥିଲା  ‘ଭକ୍ତ ଯୋ ମହାକାଲ କା...ମହାକାଳଙ୍କ ତାଣ୍ଡବ  ନୃତ୍ୟ’ । ଏହି ଗୀତ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ  ଭରି ଦେଇଥିଲା । ଏପରିକି ଦର୍ଶକ ମଞ୍ଚ ପାଖକୁ ଯାଇ  ତଳେ ଗଡ଼ିଥିଲେ, ନାଚିଥିଲେ ଓ ପୁଲିସକୁ ନାକେଦମ୍‌ କରିଥିଲେ ।  ଅକ୍ଷୟ ମହାନ୍ତି ମଞ୍ଚରେ ମହାକାଳ,  ଦୁର୍ଗା, କାଳୀ ଏବଂ ଶିବଙ୍କ ତାଣ୍ଡବ ନୃତ୍ୟରେ ଦର୍ଶକ  ଝୁମିଥିଲେ । ଗଣକବି ବୈଷ୍ଣବ ପାଣି କ୍ଲବ ପକ୍ଷରୁ  ସୁଶାନ୍ତ କୁମାର ନନ୍ଦଙ୍କ ଗୀତିନାଟ୍ୟ ପରେ ଆସାମର  କଳା ରତ୍ନମ୍‌ ପକ୍ଷରୁ ବିହୁ, ନୃତ୍ୟାଙ୍ଗନା ପକ୍ଷରୁ ସୁବାସ  ଚନ୍ଦ୍ର ସ୍ୱାଇଁଙ୍କ ଓଡିଶୀ, ତ୍ରିନେତ୍ର କଳାକୁଞ୍ଜ ପକ୍ଷରୁ ରାମାକାନ୍ତ ସାହୁଙ୍କ ଗଣେଶ  ବନ୍ଦନା, ଶିଳ୍ପୀ  ଏଣ୍ଟରଟନମେଣ୍ଟ  ପକ୍ଷରୁ ସୁରଜିତ ମହାପାତ୍ରଙ୍କ ଲୋକକଳା  ଙ୍କ  େ  ଜୟପୁର କଳାକେନ୍ଦ୍ର ପକ୍ଷରୁ  କାହ୍ନୁଚରଣ ପ୍ରଧାନଙ୍କ ଢ଼େମସା,  ଚାରୁ ନରତନ୍‌ ପକ୍ଷରୁ ଆହେ ନୀଳଶୈଳ  କୃଷ୍ଣ ରସ ନୃତ୍ୟ ପରିବେଷଣ କରାଯାଇଥିଲା ।  ଜେମ୍ସ, ପ୍ରୀତିରେଖା ଏବଂ ଅର୍ଚ୍ଚିତା ଅକ୍ଷୟ ମହାନ୍ତିଙ୍କ  ସ୍ମୃତି ଉଦ୍ଦେଶ୍ୟରେ ଯାଯାବର ମନ ମୋର ଗୀତ  ପରିବେଷଣ କରିଥିଲେ । ଏହାପରେ ତାରିକ୍‌  ଅଜିଜ୍‌ଙ୍କ ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଦ କରିଥିଲା ।  କାର୍ଯ୍ୟକ୍ରମକୁ ସଂସ୍କୃତି ଅଧିକାରୀ ନଳିନୀକାନ୍ତ  ସାହୁ, ପୂର୍ବତନ ସଂସ୍କୃତି ଅଧିକାରୀ ସୁରେନ୍ଦ୍ର  ନାଥ ସାମନ୍ତରାୟ ଏବଂ ପୂର୍ବତନ ଜରୁରିକାଳୀନ  ଅଧିକାରୀ ପ୍ରଦୀପ୍ତ ତ୍ରିପାଠୀ ପରିଚାଳନା କରିଥିଲେ। ଲୋକକଳା ମଞ୍ଚରେ ପରିବେଷିତ ହୋଇଥିଲା  କୋରାପୁଟ ଜିଲ୍ଲାର ଲୋକନୃତ୍ୟ ଢ଼େମସା । ପ୍ରତ୍ୟେକ  ପର୍ବରେ ମହୁରି, ଢ଼ୋଲ, ତାମଳ ଓ ଝୁଡ଼ୁକୁଡ଼ି  ବାଦ୍ୟରେ ନାଚ ଗୀତରେ ଏହାକୁ ପରିବେଷଣ  କରାଯାଏ । ମହିଳା ଓ ପୁରୁଷ ମିଳିମିଶି ଏହାକୁ  ପାଳନ କରିଥାନ୍ତି ।  ଆଜି ମଞ୍ଚରେ ଏହି  ନୃତ୍ୟ ଦେଖିବାକୁ ପ୍ରବଳ  ଗହଳି ହୋଇଥିଲା ।

 ପ୍ରଥମେ ସୁନ୍ଦର ମୋହନ  ବାରିକଙ୍କ ନିର୍ଦ୍ଦେଶନାରେ ଢ଼େମସା ୨୦ ଜଣ  କଳାକାରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।  ଶଙ୍କର ପ୍ରସାଦ ବେହେରାଙ୍କ ଦ୍ୱାରା କରାଯାଇଥିବା  ରସର କେଲି ସମ୍ବଲପୁରୀ ନୃତ୍ୟରେ ୧୫ ଜଣ  କଳାକାର ଭାଗ ନେଇଥିଲେ । ଏହାପରେ ଅର୍ଜୁନ  ଏବଂ ସୁଭଦ୍ରାଙ୍କ ବିବାହ ଉତ୍ସବକୁ ନେଇ ୧୦  ଜଣ କଳାକାର ନୃତ୍ୟାଭିନୟ କରିଥିଲେ । ଆଜିର  ଅତିଥି ଭାବେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ  ଅଧିକାରୀ ଶ୍ରୀକାନ୍ତ ବେହେରା, ନିରାମୟ ଉପଦେଷ୍ଟା  ଡ. ରଞ୍ଜନ ବିଶ୍ୱାଳ ଏବଂ ଜିଲ୍ଲା ସଂସ୍କୃତି ସଂଘର  ଉପସଭାପତି ଜ୍ଞାନପ୍ରିୟ କାନୁନ୍‌ଗୋ ଯୋଗ ଦେଇ  କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଭର୍‌ପୂର୍‌  ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.