ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ଦାଦାସାହେବ ଫାଲ୍‌କେ ଆୱାର୍ଡସ୍‌, ଶାହାରୁଖ-ରାନୀ ଶ୍ରେଷ୍ଠ ଇଭିନେତା-ଅଭିନେତ୍ରୀ

ମୁମ୍ବାଇ ୨୨/୦୨: ଗତ ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି ସମ୍ମାନାସ୍ପଦ ଦାଦାସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ସମ୍ମାନ । ୨୦୨୩ ମସିହାରେ ସିନେମା ଜଗତକୁ ଉଲ୍ଲେଖଯୋଗ୍ୟ ଯୋଗଦାନ ଲାଗି ଚଳଚ୍ଚିତ୍ର ଓ ଟିଭି କଳାକାରଙ୍କୁ ଏହି ଗ୍ଲାମରସ୍‌ ସନ୍ଧ୍ୟାରେ ସମ୍ମାନିତ କରାଯାଇଥିଲା । ଫିଲ୍ମ ‘ଯୱାନ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଲାଭ କରିଛନ୍ତି ଶାହରୁଖ ଖାନ୍‌ । ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ପାଇଛି ‘ଯୱାନ’ । ଫିଲ୍ମ ‘ମିସେସ୍‌ ଚାଟାର୍ଜୀ ଭର୍ସସ୍‌ ନରୱେ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି ରାନୀ ମୁଖର୍ଜୀ । ଫିଲ୍ମ ‘ସାମ୍‌ ବାହାଦୁର’ ପାଇଁ ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) ପୁରସ୍କାର ପାଇଛନ୍ତି ଭିକି କୌଶଲ । ଫିଲ୍ମ ‘ଜାନେ ଜାନ୍‌’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ପୁରସ୍କାର ପାଇଛନ୍ତି କରୀନା କପୁର । ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍ସ) ସମ୍ମାନ ପାଇଛି ‘ଟ୍ୱେଲ୍‌ଥ ଫେଲ୍‌’ ।

ସେହିପରି ଫିଲ୍ମ ‘ଯୱାନ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍ସ) ସମ୍ମାନ ପାଇଛନ୍ତି ଆଟ୍‌ଲି । ଫିଲ୍ମ ‘ଆନିମଲ୍‌’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ତେଲୁଗୁ ଫିଲ୍ମମେକର୍‌ ସନ୍ଦୀପ ରେଡ୍ଡୀ ଭାଙ୍ଗା । ‘ଆନିମଲ୍‌’ରେ ଶ୍ରେଷ୍ଠ ନକାରାତ୍ମକ ଭୂମିକା ପାଇଁ ପୁରସ୍କୃତ ହୋଇଛନ୍ତି ବବି ଦେଓଲ । ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତା ସମ୍ମାନ ପାଇଛନ୍ତି ଅନିଲ କପୁର । ଫିଲ୍ମ ‘ପଠାନ୍‌’ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଡିମ୍ପଲ କପାଡ଼ିୟା । ସବୁଠୁ ବହୁମଖୀ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ନୟନତାରା । ଅନ୍ତର୍ଜାତୀୟ ଫିଚର୍‌ ଫିଲ୍ମ ବିଭାଗରେ ଫାଲ୍‌କେ ସମ୍ମାନ ପାଇଛି ଖ୍ରିଷ୍ଟୋଫର ନୋଲନ୍‌ଙ୍କ ଫିଲ୍ମ ‘ଓପେନ୍‌ହାଇମର୍‌’ । ଟେଲିଭିଜନ୍‌ କଳାକାର ରୁପାଲି ଗାଙ୍ଗୁଲିଙ୍କୁ ‘ଅନୁପମା’ ଧାରାବାହିକରେ ଚମତ୍କାର ପ୍ରଦର୍ଶନ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ମିଳିଛି । ‘ଗୁମ୍‌ ହୈ କିସିକେ ପ୍ୟାର୍‌ ମେଁ’ ଧାରାବାହିକ ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଛନ୍ତି ନିଲ୍‌ ଭଟ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.