ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦାୟିତ୍ୱ ଗ୍ରହଣ କଲେ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା

ଜି.ଉଦୟଗିରି, ୬/୧୨ : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ଅଧ୍ୟକ୍ଷା ଭାବେ ଦାୟିତ୍ଵ ଗ୍ରହଣ କଲେ ଦେବସ୍ମିତା ଶତପଥି। ଗତ ୨୯ ତାରିଖରେ ଅନୁଷ୍ଠିତ ଉପନିର୍ବାଚନରେ ଦେବସ୍ମିତା ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବୁଧବାର ସେ ଏନଏସି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ଅଧ୍ୟକ୍ଷା ଦାୟିତ୍ଵ ଗ୍ରହଣ କରିଛନ୍ତି। ଦେବସ୍ମିତା ଶତପଥି ଜି. ଉଦୟଗିରିର ପରଲୋକାଗତ ପୂର୍ବତନ ଅଧ୍ୟକ୍ଷା ସ୍ଵର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଝିଅ। 

ସୂଚନାଯୋଗ୍ୟ, ଆଜି ଏନଏସି ସଭାଗୃହରେ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, କାଉନସିଲର ସିଦ୍ଧେଶ୍ୱରୀ ନାୟକ, ଭାରତୀ ବେହେରା, ସଂଗୀତା ନାୟକ, ନିଶାରାଣୀ ନାୟକ, ଦୀପକ କୁମାର ନାୟକ, ଲକ୍ଷ୍ମୀପ୍ରିୟା ପରିଛା, ମୋନାଲିଶା ଦଳବେହେରା, ନନ୍ଦିତା ପ୍ରଧାନ, ଯାକେଶ କୁମାର ପ୍ରଧାନ, ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା ଉପସ୍ଥିତ ରହି ନୂତନ ଅଧ୍ୟକ୍ଷାଙ୍କୁ ସ୍ଵାଗତ କରିଥିଲେ। ଏନଏସିର ସମସ୍ତ କର୍ମଚାରୀ ଦେବସ୍ମିତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ନୂତନ ଅଧ୍ୟକ୍ଷା ସମସ୍ତ କାଉନସିଲର, ଜନସାଧାରଣ ଏବଂ ଏନଏସି କର୍ମକର୍ତ୍ତାଙ୍କ ସହଯୋଗ କାମନା କରି ମାଆଙ୍କ ଅଧୁରା ସ୍ଵପ୍ନକୁ ପୂରଣ କରିବା ସହ ଜି. ଉଦୟଗିରି ସହରର ବିକାଶ ପାଇଁ କାମ କରିବେ ବୋଲି କହିଥିଲେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.