ଚୌଦ୍ୱାର-ଗୁରୁଡ଼ିଝାଟିଆ, ୦୯/୦୯ : ଗୁରୁଡ଼ିଝାଟିଆ ଥାନା ଡବାଗଡ଼ିଆ ଗ୍ରାମ ନିକଟସ୍ଥ ସଂଖପୋଇ ଜଙ୍ଗଲରୁ ହରିଣ ଦେହାବଶେଷ ଜବତ। ଖୁଣ୍ଟୁଣୀ ରେଞ୍ଜ ବନ କର୍ମଚାରୀମାନେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଜଙ୍ଗଲ ମଧ୍ୟରୁ ଏକ ହରିଣର ମୃତଦେହ ଉଦ୍ଧାର କରିଛି l
ଶିକାରୀମାନେ ହରିଣକୁ ଶିକାର କରି ମାରିବା ପରେ ତାର ମୁଣ୍ଡ ସହ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗକୁ କାଟିବା ସହ ମାଂସ ଭାଗ କରି ରଖିଥିଲେ l ହେଲେ ବନ କର୍ମଚାରୀ ଆସିବା ଜାଣିପାରି ସେଠାରୁ ଫେରାର ହୋଇ ଯାଇଥିଲେ l ଖୁଣ୍ଟୁଣୀ ରେଞ୍ଜର ନୀଳମାଧବ ସାହୁଙ୍କ ସହ ଅନ୍ୟ କର୍ମଚାରୀ ହରିଣର ବିଭିନ୍ନ ଅଂଶକୁ ଜବତ କରି ଆଣିଥିବା ବେଳେ ଅଭିଯୁକ୍ତମାନେ କେହି ଧରା ପଡ଼ିନଥିବା ବନ ବିଭାଗ ସୂଚନା ଦେଇଛିl