ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମିତି ଲାଗୁଛି, ମୁଁ ହିଁ ଦେଶର ସବୁଠାରୁ ବଡ଼ ଆତଙ୍କବାଦୀ: କେଜ୍ରିଓ୍ବାଲ

Image Courtesy: telegraphindia

ନୂଆଦିଲ୍ଲୀ: ଭାଷଣ ନୁହେଁ ଶିକ୍ଷା ଦେଲେ ହିଁ ଗରିବୀ ଦୂର ହେବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କେଜ୍ରିଓ୍ବାଲ କହିଛନ୍ତି ଯେ, ମୋ ପଛରେ ଯେମିତି ଇଡି ଏବଂ ସିବିଆଇକୁ ଲଗାଇଛନ୍ତି ଏମିତି ଲାଗୁଛି ମୁଁ ହିଁ ଦେଶର ଜଣେ ବଡ଼ ଆତଙ୍କବାଦୀ ।   ଦିଲ୍ଲୀର ପାଲମ ଅଞ୍ଚଳରେ ଏକ ସ୍କୁଲର ଶିଳାନ୍ୟାସ ପାଇଁ ପହଞ୍ଚିଥିବା କେଜ୍ରିଓ୍ବାଲ କହିଛନ୍ତି, ଏଠାରେ ଆଗରୁ ଅଳିଆ ପଡ଼ୁଥିଲା କିନ୍ତୁ ଏବେ ଏଠାରେ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ ହେବ । ଏହା ସହ ପାଲମରେ ସବୁଠୁ ଉନ୍ନତ୍ତ ସ୍କୁଲ ତିଆରି ହେବ ବୋଲି ସେ କହିଛନ୍ତି । 

୭୫ ବର୍ଷ ପୂର୍ବରୁ ଯଦି ଏଭଳି ଉନ୍ନତ୍ତମାନର ସ୍କୁଲ ତିଆରି ହୋଇଥାନ୍ତା ତେବେ ଜଣେ ହେଲେ ବି ଲୋକ ଗରିବ ନଥାନ୍ତେ ।  ପିଲାଙ୍କୁ ପଢ଼ାଇଲେ ଗୋଟିଏ ପିଢ଼ିରେ ଗରିବୀ ଦୂର ହୋଇଯିବ । ଶିକ୍ଷା ଦ୍ବାରା ଗରିବୀ ଦୂର ହେବ ଭାଷଣ ଦେଲେ ନୁହେଁ ବୋଲି କହିଛନ୍ତି କେଜ୍ରିଓ୍ବାଲ । ସାରା ଦେଶରେ ଯଦି ଭଲ ସ୍କୁଲ ତିଆରି କରାଯାଏ ତେବେ ୧୦-୧୫ ବର୍ଷ ଭିତରେ ଦେଶରୁ ଗରିବୀ ଦୂରୀକରଣ ହୋଇପାରିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ବାଢ଼ିଛନ୍ତି । 

ଏହା ବ୍ୟତୀତ ସେ ଆହୁରି କହିଛନ୍ତି ଯେ, ସୁନ୍ଦର ନଗରୀରରେ ବୁଲୁଥିଲି ହେଲେ ଦିଲ୍ଲୀବାସୀ ମୋତେ କେଉଁଠି ବସାଇଛନ୍ତି । ଆଗାମୀ ୭ ଜନ୍ମ ପାଇଁ ଦିଲ୍ଲୀବାସୀଙ୍କ ଭଲପାଇବାର ଅନୁଭୂତିକୁ ଭୁଲିପାରିବି ନାହିଁ । ସେମାନେ କାମ ରୋକିବାକୁ ଚେଷ୍ଟା କଲେ ହାତଯୋଡ଼ି କାମ କରାଇନେବି । ମୋତେ ରୋକିବା ଲାଗି ସେମାନେ ଏତେ ମାମଲା ରୁଜୁ କରିଛନ୍ତି ଯେ, କେତେବେଳେ ଇଡି ତ ଆଉ କେତେବେଳେ ସିବିଆଇର ନୋଟିସ ଆସୁଛି । ମୋତେ କିଛି ବୁଝାପୁଡ଼ିନି । ଏମିତି ଲାଗୁଛି ଦେଶର ସବୁଠାରୁ ବଡ଼ ଆତଙ୍କବାଦୀ ମୁଁ ବୋଲି କେଜ୍ରିଓ୍ବାଲ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ଗୀତାରେ ଲେଖାଅଛି ଭଗବାନ ସମସ୍ତଙ୍କୁ କିଛି ନା କିଛି ଉଦ୍ଦେଶ୍ୟ ନେଇ ପୃଥିବୀକୁ ପଠାଇଛନ୍ତି । ହେଲେ ସେମାନଙ୍କୁ (ବିଜେପି ସରକାର) ମିଛ ମାମଲା କରି ଜେଲକୁ ପଠାଇବା ଏବଂ ନୋଟିସ ଦେବା ଲାଗି ପଠାଯାଇଛି । ଆପଣଙ୍କ ଲାଗି ସ୍କୁଲ ତିଆରି କରିବାକୁ ପଠାଯାଇଛି, ମୋତେ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ ବୋଲି ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି । 

 

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.