ଭୁବନେଶ୍ୱର, ୦୬/୧୧ : ଆଲୋକର ପର୍ବ ଦୀପାବଳି ଏବଂ ଧନତେରସ୍ର ଶୁଭ ଅବସରରେ ଲାଲ୍ଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଦିଆଯାଉଛି ଆକର୍ଷଣୀୟ ଅଫର୍ । ସମସ୍ତ ଏଚ୍ୟୁଆଇଡି ହଲ୍ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍ ପିଛା ଫ୍ଲାଟ୍ ୬୨୫ଟଙ୍କା ରଖାଯାଇଛି। ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ୍ ପିଛା ଫ୍ଲାଟ୍ ୨୦,୦୦୦ ଟଙ୍କା ରିହାତି ରଖାଯାଇଛି । ଏହାବ୍ୟତୀତ ନିର୍ଦ୍ଦିଷ୍ଟ ହାତଘଣ୍ଟା ବ୍ରାଣ୍ଡ୍ ଗୁଡ଼ିକ ଉପରେ ଫ୍ଲାଟ୍ ୨୦%, ରୁପା ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୫୦% ଏବଂ ବ୍ରାଣ୍ଡେଡ୍ ଆଇଟମ୍ ଉପରେ ଫ୍ଲାଟ୍ ୧୫% ରିହାତି ପ୍ରଦାନ କରାଯାଉଛି । ଏହାସହ ଧନତେର୍ସକୁ ଦୃଷ୍ଟିରେ ରଖି ୨୫, ୦୦୦ଟଙ୍କା କିମ୍ବା ତାଠୁ ଉର୍ଦ୍ଧ୍ଵ ମୂଲ୍ୟର କିଣାକିଣି ଉପରେ ନିଶ୍ଚିତ ଉପହାର ଲାଲ୍ଚାନ୍ଦ୍ ପକ୍ଷରୁ ପ୍ରଦାନ କରାଯାଉଛି ।
ଏପରିକି ଲାଲ୍ଚାନ୍ଦ୍ର ପ୍ରତ୍ୟେକ ଶୋ’ରୁମ୍ରେ ବିଆଇଏସ୍ ହଲ୍ମାର୍କଯୁକ୍ତ ପୁରୁଣା ସୁନାର ଏକ୍ସଚେଞ୍ଜ୍ ଉପରେ ୧୦୦% ସୁନା ମୂଲ୍ୟ ମିଳୁଥିବା ନେଇ ସୂଚନା ଦିଆଯାଇଛି । ଲାଲ୍ଚାନ୍ଦ୍ ଜୁଏଲର୍ସରେ ଆଇଜେଏସ୍ଏଫ୍ ବିଶ୍ୱର ସର୍ବବୃହତ ଅଳଙ୍କାର ମହୋତ୍ସବ ଚାଲିଥିବା ବେଳେ ଚଳିତ ଦୀପାବଳି ଓ ଧନତେରସ୍ରେ ଗ୍ରାହକଙ୍କର ଭାଗ୍ୟ ଚମକାଇବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । ଏହି ପରିପ୍ରେକ୍ଷୀରେ ୨୫ ହଜାର ଟଙ୍କାର ଗହଣା କ୍ରୟ ଉପରେ ନିଶ୍ଚିତ କୁପନ୍ ଏବଂ ସୀମିତ ସଂସ୍କରଣର ରୁପା ମୁଦ୍ରା ମିଳୁଛି । ଏହି ଅବିଶ୍ୱସନୀୟ ପୁରସ୍କାରରେ ପର୍ଯ୍ୟାୟକ୍ରମ ଡ୍ର'ରେ ୫୦୦୦ କୁପନ୍ର ପ୍ରତି ସେଟ୍ରେ ୨୫ ଗ୍ରାମ୍ ସୁନା ମୁଦ୍ରା ଜିତିପାରିବେ । ଏଥିସହ ୧ କିଲୋଗ୍ରାମ ସୁନାର ୫ଟି ପୁରସ୍କାର, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଜୁଡାଉ ଜୁଏଲାରୀ, ୧୦ ଲକ୍ଷ ଟଙ୍କା ବିଶିଷ୍ଟ ୫ଟି ଟେମ୍ପଲ୍ ଜୁଏଲାରୀ, ୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ହୀରା ଓ ମୂଲ୍ୟବାନ ପଥର ଖଚିତ ଜୁଏଲାରୀ, ୨.୫ ଲକ୍ଷ ଟଙ୍କା ବିଶିଷ୍ଟ ୧୦ଟି ସୁନା ଗହଣା ଏବଂ "ଡିଭାଇନ୍ ସଲିଟେଆର୍'ରୁ ୧୦୦ଟି ହୀରା ଖଚିତ ସ୍ୱର୍ଣ୍ଣ ମୁଦ୍ରା ଜିତିବାର ଅପୂର୍ବ ସୁଯୋଗ ରହିଛି ।
ଏହାସହ ଲାଲ୍ଚାନ୍ଦ୍ରେ ସମସ୍ତ ଆକାର ଏବଂ ଓଜନର ୯୯୯ ଶୁଦ୍ଧତା ବିଶିଷ୍ଟ ସ୍ୱର୍ଣ୍ଣ ମୁଦ୍ରା ଉପଲବ୍ଧ । ଖାସ୍ କରି ଲାଲ୍ଚାନ୍ଦ୍ର ସମସ୍ତ ଷ୍ଟୋର୍ରେ ଏଚ୍ଡିଏଫ୍ସି ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଫେଷ୍ଟିଭ୍ ଟ୍ରିଟ୍ ପ୍ରଦାନ କରାଯାଉଛି । ଏହି କ୍ରମରେ ସର୍ବନିମ୍ନ ୪୦,୦୦୦ଟଙ୍କାର ନେଣଦେଣ ଉପରେ ଏଚ୍ଡିଏଫ୍ସି ବ୍ୟାଙ୍କ୍ କ୍ରେଡିଟ୍/ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କୁ ତୁରନ୍ତ ୫% ଏବଂ ସର୍ବାଧିକ ୩,୦୦୦ଟଙ୍କାର ଛାଡ଼ ମିଳିବ । ଲାଲ୍ଚାନ୍ଦ୍ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଅଛି । ସୁନାର ଗୁଣବତ୍ତା ସହ ଲାଲ୍ଚାନ୍ଦ୍ ଜୁଏଲର୍ସ ଗ୍ରାହକଙ୍କୁ "UP TO ' ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍ ଏବଂ ସର୍ତ୍ତମୂଳକ ଅଫର୍ରୁ ବିରତ ରହିବା ନେଇ ସଚେତନ କରିଆସୁଛି ।
ଏଥିସହ ସର୍ବଦା ଫ୍ଲାଟ୍ ଓ ସ୍ୱଚ୍ଛ ଗଢ଼ା ମଜୁରୀକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି । ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍ଚାନ୍ଦ୍ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ଲାଲ୍ଚାନ୍ଦ୍ର ଗ୍ରୁପ୍ର ଫାଉଣ୍ଡର ଚେୟାର୍ମ୍ୟାନ୍ ଶ୍ରୀ ସଂଜୟ ହଂସ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଲାଲ୍ଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଏକ ଲକି ଡ୍ର ଆୟୋଜିତ ହୋଇଥିଲା ଯେଉଁଥିରେ ୩ଜଣ ବିଜେତା କାର ଓ ୫ଜଣ ମୋଟର ସାଇକେଲ୍ ଜିତିବା ସହିତ ୨୭ ଜଣ ଲକ୍ଷପତି ହୋଇଥିଲେ । କରୋନା ପୂର୍ବରୁ ଯେଉଁମାନେ କ୍ରୟ କରିଥିଲେ ସେମାନଙ୍କର ଲକି ଡ୍ର କୋଭିଡ୍ ପାଇଁ ସ୍ଥଗିତ ରହିଥିଲା। ଏହି ଅବସରରେ ଲାଲ୍ଚାନ୍ଦ୍ ଜୁଏଲର୍ସର ଫାଉଣ୍ଡର ଚେୟାର୍ମ୍ୟାନ୍ ଶ୍ରୀ ସଂଜୟ ହଂସ କହିଲେ, ଯେ, ମୁଁ ଏବେ ଆଶ୍ୱସ୍ତ। ପୂର୍ବ ପ୍ରତିଶୃତି ମୁତାବକ ସମସ୍ତ ପୁରସ୍କାର ଦିଆଯାଇଛି । ଗ୍ରାହକମାନଙ୍କର ଲାଲ୍ଚାନ୍ଦ୍ର ପ୍ରତିଶୃତିବଦ୍ଧତା ଉପରେ ବିଶ୍ୱାସ ଥିଲା। ସେମାନେ ଜାଣିଥିଲେ କରୋନା ପରେ ନିଶ୍ଚୟ ଲକି ଡ୍ର ଅନୁଷ୍ଠିତ ହେବ ଏବଂ ସେଥିପାଇଁ ସେମାନେ ବହୁଦିନୁ ଅପେକ୍ଷା କରି ରହିଥିଲେ।