ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ସମ୍ବଲପୁରୀ ଗୀତର ତାଳେ ତାଳେ ନାଚିଲେ ଧର୍ମଗଡ଼ ବିଧାୟକ, ବିଡିଓ ଏବଂ ସରପଞ୍ଚ

କୋକସରା, ୩୧/୦୧ : ପ୍ରତି ପଞ୍ଚାୟତରେ ଏବେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଜୋରସୋରରେ ଆୟୋଜନ ହେଉଛି। ଏହି କ୍ରମରେ ମଙ୍ଗଳବାର କୋକସରା ବ୍ଲକ ମୂଷାପାଳି ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ହୋଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବିଡିଓ ସ୍ନେହାପ୍ରଭା ମାଝୀ ଓ ସରପଞ୍ଚ ଅକ୍ଷୟ ନାଏକ ଯୋଗ ଦେଇଥିଲେ। ଏହି ସମୟରେ ଧର୍ମଗଡ଼ ବିଧାୟକ, ବିଡିଓ ଓ ସରପଞ୍ଚ ଲୋଇସିଙ୍ଗା ବଜାସାଲ କଳାକାରଙ୍କ ଏକଡା ଏକଡା ରା... ଗୀତର ତାଳେ ତାଳେ ମଞ୍ଚ ଉପରେ କଳାକାରଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି। 

ସେପଟେ କିଛି ଦିନ ପୂର୍ବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ନିଜ ପଞ୍ଚାୟତର ବିଭିନ୍ନ ମଞ୍ଚରେ ରସ ଜାମୁଡାଲି ସମ୍ବଲପୁରୀ ଗୀତରେ ନାଚି ଧୂମ ମଚାଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ନାଚ ଦେଖି ଉପସ୍ଥିତ ଦଳୀୟ କର୍ମୀ ନିଜକୁ ସମ୍ଭାଳି ନପାରି ନାଚୁଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ସୁନାମ ଧନ୍ୟ ଗାୟକ ସର୍ବେଶ୍ଵର ଭୋଇ ଯୋଗ ଦେଇ ନିଜ ଗୀତରେ ଦଳୀୟ କର୍ମୀଙ୍କୁ ମତୁଆଲା କରିଥିଲେ।

 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.