ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

୧୫ ଲକ୍ଷ ଶିକ୍ଷକଙ୍କ ଦକ୍ଷତା ବଢ଼ିବ, ମାଲବୀୟ ମିଶନ ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୬।୯: ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ପ୍ରାଧ୍ୟାପକଙ୍କ କାପାସିଟି ବିଲଡିଂ ବା ଦକ୍ଷତା ବିକାଶ ପାଇଁ ମଙ୍ଗଳବାର ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ ନିରନ୍ତର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ମାଲବୀୟ ମିଶନ'ର ଶୁଭାରମ୍ଭ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଏହି ମିଶନ ଦ୍ୱାରା ସମଗ୍ର ଭାରତ  ବର୍ଷରେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ୧୧୧ଟି ମାଲବୀୟ  ମିଶନ କେନ୍ଦ୍ର ମାଧ୍ୟମରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟରତ  ୧୫ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରାଧ୍ୟାପକମାନଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ତାଲିମ ଦିଆଯିବ । ଭାରତୀୟ ମୂଲ୍ୟବୋଧକୁ  ଗଭୀର ଭାବରେ ବୁଝିବା ସହିତ ଶିକ୍ଷକମାନଙ୍କୁ ଭବିଷ୍ୟତ  ପାଇଁ ପ୍ରସ୍ତୁତ କରିବା ଦିଗରେ ଏହି ମିଶନ ଆରମ୍ଭ  କରାଯାଇଛି । ଶିକ୍ଷକଙ୍କ ପ୍ରଶିକ୍ଷଣରେ ଗୁଣାତ୍ମକ ମାନ   ବଢାଇବା, ଶିକ୍ଷକମାନଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା  ବୃଦ୍ଧି ଏବଂ ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟକୁ ବାସ୍ତବ ରୂପ ଦେବା   ଏହି ମିଶନର ଲକ୍ଷ୍ୟ ରହିଛି । 

ଶିକ୍ଷକଙ୍କ କ୍ୟାରିୟର ମାର୍ଗକୁ  ଆଗକୁ ନେବା ପାଇଁ ମାଲବୀୟ ମିଶନ ଅଧୀନରେ କାପାସିଟି  ବିଲ୍‌ଡିଂକୁ କ୍ରେଡିଟ୍‌ ଫ୍ରେମୱାର୍କରେ ମଧ୍ୟ ମ୍ୟାପିଂ କରାଯିବ । ଦେଶର ସାମାଜିକ ସମରସତ୍ତା, ସମ୍ବିଧାନ ଓ   ପ୍ରଜାତନ୍ତ୍ର ପ୍ରତି ପ୍ରତିବଦ୍ଧତାର ମୂଳ ପ୍ରୟୋଗଶାଳା  ହେଉଛି ଶିକ୍ଷା । ମଦନ ମୋହନ ମାଲବୀୟଙ୍କ ଭଳି ଆମର  ମହାପୁରୁଷମାନେ ସବୁବେଳେ ଶିକ୍ଷା ମାଧ୍ୟମରେ ସମାଜରେ  ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି । ସମାଜ ଓ  ଶିକ୍ଷାର ଅନନ୍ୟ ସମ୍ପର୍କ ରହିଛି । ଚନ୍ଦ୍ରଯାନ-୩ ଅଭିଯାନରେ  ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ସମାଜକୁ ବୈଜ୍ଞାନିକ   ଓ କୁଶଳୀ କରିବା ହେଉଛି ଶିକ୍ଷକଙ୍କର ଦାୟିତ୍ୱ ବୋଲି  କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ  ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ.  ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

dharmendra pradhan

Copyright © 2022 - Summa Real Media Private Limited. All Rights Reserved.