ପ୍ରମୂଖ ଖବର
  • ଜୁଲାଇ ୨୨ରେ ସଂସଦର ବଜେଟ ଅଧିବେଶନ, ୨୧ରେ ସର୍ବଦଳୀୟ ବୈଠକ ଡାକିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ
  • ||
  • ବଲାଙ୍ଗୀର:ଓଲଟିଲା ପରିବା ବୋଝେଇ ପିକଅପ ଗାଡି, ଜଣେ ଗୁରୁତର ୫ ଆହତ
  • ||
  • ଶ୍ରୀଲଙ୍କା ଗସ୍ତ ପାଇଁ ଆଜି ଦଳ ଘୋଷଣା, ଟି-ଟ୍ୱେଣ୍ଟି ଅଧିନାୟକ ମୁଖ୍ୟ ଦାବିଦାର ସୂର୍ଯ୍ୟକୁମାର ଯାଦବ
  • ||
  • ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆସନ୍ତା ୨୧ରୁ ୩୧ ତାରିଖ ଯାଏଁ ଚାଲିବ
  • ||
  • ସୁନାବେଶରେ ଦର୍ଶନ ଦେବେ ବ୍ରହ୍ମାଣ୍ଡନାଥ,୧୩୮ ପ୍ରକାର ରତ୍ନଖଚିତ ଅଳଙ୍କାର ଲାଗି ହେବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବର୍ଷାରେ ଭିଜିବ ଓଡ଼ିଶା, ଆଗାମୀ ୪ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି, ଶୁକ୍ରବାର ପୁଣି ଲୁଘଚାପ
  • ||

ଦିବ୍ୟାଙ୍ଗ କ୍ରିକେଟ୍ ପ୍ରତିଯୋଗୀତା: ବରଗଡ଼ ରାଜିଂ ଷ୍ଟାର ବିଜୟୀ

ମ,ରାମପୁର,୨/୧୨:- ଡିସେମ୍ବର ମାସ ତିନି ତାରିଖ ରେ ବିଶ୍ଵ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଆଜି  ଦିବ୍ୟାଙ୍ଗ ଟି -୨୦ କ୍ରିକେଟ୍ ପ୍ରତିଯୋଗୀତା ସ୍ଥାନୀୟ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଅନୁଷ୍ଠିତ ହୋଇ ଯାଇଛି । 

ଏହି ମ୍ୟାଚ୍ ଟି ବରଗଡ଼ ରାଇଜିଂ ଷ୍ଟାର ଓ ମ,ରାମପୁର ଭୀମ ଭୋଇ ଦିବ୍ୟାଙ୍ଗ ଦଳ ମଧ୍ୟରେ ଖେଳା ଯାଇଥିଲା। ଟସ୍ ଜିଣି ମ,ରାମପୁର ଦଳ ଫିଲ୍ଡିଂ କରିଥିଲା।  ବରଗଡ଼ ରାଇଜିଂ ଷ୍ଟାର୍ ନିର୍ଦ୍ଧାରିତ ଓଭର୍ ରେ ୧୧୫ ରନ୍ ସଂଗ୍ରହ କରିଥିବା ବେଳେ ମ,ରାମପୁର ଦଳ ୧୧୨ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇ ଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶାଖା ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାନ ଭଞ୍ଜନ ସ୍ୱାଇଁ, ସମ୍ମାନୀତ ଅତିଥି ମ,ରାମପୁର ରେଞ୍ଜ ଅଧିକାରୀ ଅସିତ୍ କୁମାର ଦାଶ, ଅଧ୍ୟକ୍ଷ ବିବେକାନନ୍ଦ ପବ୍ଲିକ ସ୍କୁଲ ଡ଼ ଶିବରାମ ନାୟକ ଯୋଗ ଦେଇ ଥିଲେ । ଅମ୍ପାୟାର ଭାବେ ସାଇ ପ୍ରସାଦ ମହାରଣା ଓ ପ୍ରବୀଣ ଦୁବେ , ସ୍କୋରର ମଧୁ ସୂଦନ ମହାଲିକ ଓ ଧାରା ବିବରଣୀ ସୁଶାନ୍ତ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ। ମ୍ୟାଚ୍ ପରିଚାଳନା ରେ ହିତେନ୍ଦ୍ର ମହାନ୍ତି, ମିନେଶ୍ କୁମାର ସାହୁ, ସୁଶ୍ରୀ ସାହୁ, ପ୍ରଦୀପ ପଣ୍ଡା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ମ୍ୟାଚ୍ ଟି ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆମ ଅଞ୍ଚଳ ରେ ପ୍ରଥମ ଥର ପାଇଁ ଆୟୋଜନ ହେଇ ଥିବାରୁ ମ୍ୟାଚ୍ ଦେଖିବାକୁ ସାଧାରଣ ରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.