ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମେରିକୀୟ ପାସପୋର୍ଟ ନବୀକରଣ କରୁ କରୁ ଚାଲିଗଲା ୬୧ ବର୍ଷୀୟ ଡାକ୍ତରଙ୍କ ନାଗରିକତା

ନୂଆଦିଲ୍ଲୀ, ୨୯/୧୧: ଆମେରିକାରେ ଜନ୍ମ, ଦେଶରେ ୩୦ ବର୍ଷର ଡାକ୍ତରୀ ସେବା । ତଥାପି ନାଟକୀୟ ମୋଡ଼ରେ ଚାଲିଗଲା ଭର୍ଜିନିଆର ୬୧ ବର୍ଷୀୟ ଡାକ୍ତରଙ୍କ ନାଗରିକତା । ଏହା ପଛର କାରଣ ହେଉଛି ଡାକ୍ତର ଜନ୍ମ ସମୟରେ ତାଙ୍କ ଦିବଙ୍ଗତ ପିତା ଥିଲେ ଇରାନିଆନ୍ କୂଟନୀତିଜ୍ଞ । 

ରିପୋର୍ଟ ଅନୁସାରେ, ଡକ୍ଟର ସିଆଭାଶ୍ ସୋଭାନିଙ୍କ ପାଦ ଦଳୁ ସେତେବେଳେ ମାଟି ଖସିଗଲା ଯେତେବେଳେ ତାଙ୍କୁ ଏକ ଚିଠି ଆମେରିକାର ଗୃହ ବିଭାଗରୁ ମିଳିଲା । ଚିଠିରେ ଲେଖାଥିଲା, ଆପଣ ଜନ୍ମ ହେବା ବେଳେ ଆପଣଙ୍କୁ ଭୁଲ୍ ବଶତଃ ଆମେରିକାର ନାଗରିକତା ପ୍ରଦାନ କରାଯାଇଥିଲା । ଉକ୍ତ ଚିଠିରେ ଲେଖା ଯାଇଥିଲା, କୂଟନୀତିଜ୍ଞ ଥିବା ଅଭିଭାବକଙ୍କ ଠାରୁ ଆମେରିକାରେ ଜନ୍ମିତ ଛୁଆଙ୍କୁ ସ୍ୱୟଂ ଆମେରିକୀୟ ନାଗରିକତ୍ୱ ମିଳେ ନାହିଁ । 

ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲା ମଣିପୁରର UNLF, ୬ ଦଶନ୍ଧି ଧରି ଭ୍ୟାଲିରେ ସାଜିଥିଲା ବିଦ୍ରୋହୀ

ଏହି ଚିଠି ପାଇବା ପରେ ସିଆଭାଶ୍ ସୋଭାନି କହିଛନ୍ତି, ମୁଁ ଜଣେ ଡାକ୍ତର । ମୁଁ ସାରା ଜୀବନ ଏଇଠି କାଟିଛି, ଟିକସ ବି ଦେଇଛି । ମୁଁ ରାଷ୍ଟ୍ରପତିଙ୍କୁ ଭୋଟ୍ ବି ଦେଇଛି । କୋଭିଡ୍ ସମୟରେ ଲୋକଙ୍କ ଚିକିତ୍ସା କରିଛି । ମହାମାରୀ ସମୟରେ ନିଜକୁ ଓ ମୋ ପରିବାରକୁ ବିପଦରେ ପକାଇ ସେବା କରିଛି । ତଥାପି ଆପଣ ୬୧ ବର୍ଷ ପରେ କହୁଛନ୍ତି, ଏଥିରେ ଭୁଲ୍ ଥିଲା । ଆପଣ ଆମେରିକାର ନାଗରିକ ନୁହନ୍ତି । ଏହା ନିହାତି ଆଶ୍ଚର୍ଯ୍ୟଜନକ ।

ଗତ ଫେବ୍ରୁଆରୀରେ ଡକ୍ଟର ସିଆଭାଶ୍ ସୋଭାନି ପାସପୋର୍ଟ ନବୀକରଣ ଲାଗି ଆବେଦନ କରିଥିଲେ । ଏହା ପୂର୍ବରୁ ବି ସେ ଏକାଧିକ ବାର ପାସପୋର୍ଟ ନବୀକରଣ କରିଥିବା ବେଳେ କୌଣସି ସମସ୍ୟାର ସାମ୍ନା କରି ନଥିଲେ । ତେବେ ଚଳିତ ଥର ତାଙ୍କୁ ନୂଆ ପାସପୋର୍ଟ ମିଳି ନଥିଲା । ପାସପୋର୍ଟ ପରିବର୍ତ୍ତେ ଗୃହ ବିଭାଗରୁ ଆସିଥିବା ଚିଠିରେ ସେ ଆମେରିକାର ନାଗରିକତା ହରାଇଥିବା ଉଲ୍ଲେଖ ଥିଲା । ଏଥିସହ ଚିଠିରେ ଏକ ୱେବସାଇଟ୍ ଲିଙ୍କ୍ ଦିଆଯାଇଥିଲା, ଯେଉଁଥିରେ ସ୍ଥାୟୀ ବାସିନ୍ଦା ଲାଗି ଆବେଦନ କରିବାକୁ କୁହାଯାଇଛି । 

ଜୟାପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ, ଜାଣନ୍ତୁ କ’ଣ ରହିଛି ମାମଲା ?

ଏବେ ଡକ୍ଟର ସୋଭାନି ସ୍ଥାୟୀ ବାସିନ୍ଦା ଲାଗି ଆବେଦନ କରିଛନ୍ତି । ଏଥିପାଇଁ ତାଙ୍କୁ ୪୦ ହଜାରରୁ ଅଧିକ ଆମେରିକୀୟ ଡଲାର୍ ଖର୍ଚ୍ଚ କରିବାକୁ ପଡ଼ିଛି । ତେବେ ତାଙ୍କ ଏହି ମାମଲା କେବେ ଶେଷ ହେବ ସେନେଇ ସେ ବ୍ୟତିବ୍ୟସ୍ତ ଥିବା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.