ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୋଇବା ସମୟରେ ଦାନ୍ତ ରଗଡ଼ୁଛି କି ପିଲା? ଜାଣନ୍ତୁ ଏହାର ଚିକିତ୍ସା

ଭୁବନେଶ୍ୱର ୨୬/୦୧: ଅନେକ ସମୟରେ ପିଲାମାନେ ରାତିରେ ଶୋଇଥିବା ବେଳେ ଦାନ୍ତ ରଗଡ଼ିଥାନ୍ତି । ଏହାକୁ ପ୍ରାୟ ଅଭିଭାବକ ସାଧାରଣ ଭାବିଥାନ୍ତି । ପେଟରେ କୃମି ହେଲେ ଏମିତି ହୁଏ ବୋଲି କୁହାଯାଇଥାଏ । ଏହି ଦାନ୍ତ ରଗଡ଼ିବାକୁ ଡାକ୍ତରୀ ଭାଷାରେ ଟିଥ୍‌ ବ୍ରକ୍ସିଜିମ୍‌ କୁହାଯାଏ । ଏହି ସମସ୍ୟା କେବଳ ପିଲାମାନଙ୍କଠାରେ ଦେଖା ଦେଇନଥାଏ । ଅନେକ ବୟସ୍କଙ୍କଠାରେ ମଧ୍ୟ ଦେଖାଦିଏ । ଚାଲନ୍ତୁ ଜାଣିବା ବିଶେଷଜ୍ଞଙ୍କଠାରୁ ଟିଥ୍‌ ବ୍ରକ୍ସିଜିମ୍‌ ବିଷୟରେ । 

ବ୍ରକ୍ସିଜିମ୍‌ କ'ଣ?

ବ୍ରକ୍ସିଜିମ୍‌ ବା ଦାନ୍ତ ରଗଡ଼ିବା ସମସ୍ୟା ପିଲାମାନଙ୍କଠାରେ ପ୍ରାୟ ଦେଖା ଦେଉଥିବା ବେଳେ ବଡ଼ମାନଙ୍କଠାରେ ଖୁବ୍‌ କମ୍‌ ଦେଖାଦେଇଥାଏ । ପିଲାମାନଙ୍କର ନୂଆ ଦାନ୍ତ ଉଠିବା ସମୟରେ ମାଢିମୂଳ ଶୁଳେଇ ହେଉଥିବାରୁ ସେମାନେ ଏପରି କରିଥାନ୍ତି । ପିଲାମାନେ ଦୁଇ କଡ଼କୁ ଜାକି ଦୁଇ ମାଢିକୁ ଘଷିଥାନ୍ତି । ଏପରି କରିବା ଦ୍ୱାରା ସେମାନଙ୍କୁ ଆରାମ ଲାଗିଥାଏ । ଏହାକୁ ଟିଥ୍‌ ଗ୍ରାଇଣ୍ଡିଂ ବା ଟିଥ୍‌ ବ୍ରକ୍ସିଜିମ୍‌ କୁହାଯାଏ । ଏହି ସମସ୍ୟା କେବଳ ଦାନ୍ତ ଉଠିବା ସମୟରେ ନୁହେଁ, ବରଂ ପିଲାଙ୍କ ପେଟରେ କୃମି ହେଲେ ମଧ୍ୟ ସେମାନେ ଶୋଇପାରି ନଥାନ୍ତି । ଫଳରେ ଏପରି କରିଥାନ୍ତି । 

କିଛି ବୟସ୍କ ଲୋକଙ୍କଠାରେ ମଧ୍ୟ ଟିଥ୍‌ ବ୍ରକ୍ସିଜିମ୍‌ ଦେଖା ଦେଇଥାଏ । ଯେଉଁମାନଙ୍କଠାରେ ଟିଏମ୍‌ଜେ ବା ଟେମ୍ପୋରୋମାଣ୍ଡିବୁଲାର୍‌ ଡିସ୍‌ଅର୍ଡର ରହିଥାଏ, ସେମାନଙ୍କଠାରେ ଏପରି ସମସ୍ୟା ଦେଖିବାକୁ ମିଳିଥାଏ । କାନ ପାଖରେ ସ୍କଲ୍ପ ସହ ମାଢିର ଜଏଣ୍ଟ ହୋଇଥାଏ । ସେହି ମାଢିରେ ଦାନ୍ତ ଉଠିଥାଏ । ଏହି ଜଏଣ୍ଟରେ ଯନ୍ତ୍ରଣା ଥିଲେ, ବ୍ୟକ୍ତି ଯନ୍ତ୍ରଣାକୁ ଦୂର କରିବା ପାଇଁ ରାତିରେ ବ୍ରକ୍ସିଜିମ୍‌ କରିଥାନ୍ତି । ଯନ୍ତ୍ରଣା ଯୋଗୁ ଠିକ୍‌ ଭାବେ ନିଦ ହୋଇ ନଥାଏ, ତାଙ୍କର ଧାରଣ ରହିଥାଏ ଯେ ବ୍ରକ୍ସିଜିମ୍‌ କରିବା ଦ୍ୱାରା ନିଦ ହୋଇଯିବ । ଏହା କେବଳ ଏକ ଅଭ୍ୟାସ, ଯାହାକୁ ସାଇକୋ ସୋମାଟିକ୍‌ ମଧ୍ୟ କୁହାଯାଏ । ଏହାବ୍ୟତୀତ ମାନସିକ ଚିନ୍ତା ଅଧିକ ରହିଲେ ମଧ୍ୟ ଏପରି ହୋଇଥାଏ । କିନ୍ତୁ ବ୍ୟକ୍ତି ନିଜେ ଜାଣିପାରି ନଥାନ୍ତି । ସକାଳକୁ ମାଢି ଫୁଲିବା ସହ ଦରଜ ହୋଇଯାଇଥାଏ । ଡାକ୍ତରଙ୍କ ପାଖକୁ ଯିବା ପରେ ବ୍ରକ୍ସିଜିମ୍‌ର ଆକଳନ କରାଯାଇଥାଏ ।

ଚିକିତ୍ସା :

ବ୍ରକ୍ସିଜିମ୍‌ ଦ୍ୱାରା ଦାନ୍ତର ଏନାମେଲ୍‌ ଘୋରି ହେବା ସହ କାନ ଜଏଣ୍ଟ ପାଖରେ ଯନ୍ତ୍ରଣା ହୋଇଥାଏ । ଏହାର ଚିକିତ୍ସା ମଧ୍ୟ ରହିଛି । ୨/୩ ବର୍ଷର ପିଲାଙ୍କ ପାଇଁ ଏହା ସାଧାରଣ । କଡ଼ଦାନ୍ତ ଉଠିବା ପୂର୍ବରୁ ପିଲାମାନେ ଏପରି କରିଥାନ୍ତି । ପରେ କୃମି ହେଲେ ମଧ୍ୟ ବ୍ରକ୍ସିଜିମ୍‌ କରିଥାନ୍ତି । ପିଲାଙ୍କଠାରେ କାରଣ ଖୋଜିବା ପରେ ହିଁ ଚିକିତ୍ସା କରାଯାଇଥାଏ । ଔଷଧ ମଧ୍ୟ ଦିଆଯାଇଥାଏ । ଯେଉଁ ପିଲା ଓ ବଡ଼ମାନଙ୍କର ଅଭ୍ୟାସଗତ କାରଣରୁ ଏପରି ହେଉଥାଏ, ତେବେ ସେମାନଙ୍କୁ ରବରର ନାଇଟ୍‌ ଗାର୍ଡ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏହାର ବ୍ୟବହାର ଦ୍ୱାରା ଦାନ୍ତର କ୍ଷତି ହୋଇ ନଥାଏ, ବରଂ ନାଇଟ୍‌ ଗାର୍ଡ ନଷ୍ଟ ହୋଇଥାଏ । ନାଇଟ୍‌ ଗାର୍ଡ ବ୍ୟବହାର ପରେ ଟିଥ୍‌ ଗ୍ରାଇଣ୍ଡିଂ କରିବା ସେମାନଙ୍କୁ ଭଲ ଲାଗି ନଥାଏ । ତେଣୁ ସେମାନେ କ୍ରମଶଃ ଏହି ଅଭ୍ୟାସ ଛାଡିକୁ ବାଧ୍ୟ ହୋଇଥାଏ । ବିଶେଷକରି ବଡ଼ମାନଙ୍କୁ ଡାକ୍ତର ଏହି ଅଭ୍ୟାସ ଛାଡ଼ିବା ପାଇଁ କାଉନ୍‌ସେଲିଂ କରିଥାନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.