ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ଟ୍ରମ୍ପଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ, ପୂର୍ବତନ ରାଷ୍ଟ୍ରପତିଙ୍କୁ ‘ମିଛୁଆ’ କହିଥିଲେ ମାରିଆନେ

Image Courtesy: reuters

ଓ୍ବାଶିଂଟନ ଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଭଉଣୀ ମାରିଆନେ ଟ୍ରମ୍ପ ବ୍ୟାରିଙ୍କ ୮୬ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ବ୍ୟାରିଙ୍କ ମୃତଦେହ ତାଙ୍କ ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଫିଫ୍ଥ ଆଭେନ୍ୟୁ ଆପାର୍ଟମେଣ୍ଟରୁ ଆଜି ଭୋର ୪ଟାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିବା ନେଇ ଅନ୍ତର୍ଜାତୀୟ ଗଣାମଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ହେଲେ ବ୍ୟାରିଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି ।

 ମାରିଆନେ ବ୍ୟାରି ଜଣେ ଅବସରପ୍ରାପ୍ତ ଜଜ୍‌ ଥିଲେ । ୧୯୮୩ରେ ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ ତାଙ୍କୁ ନ୍ୟୁଜର୍ସି ଜିଲ୍ଲା କୋର୍ଟର ଜଜ୍‌ ଭାବେ ନିଯୁକ୍ତ କରାଇଥିଲେ । ପରେ ସେ ଫେଡରାଲ ଜଜ୍‌ ହୋଇଥିଲେ ଏବଂ ୨୦୧୯ରେ ଅବସର ନେଇଥିଲେ । ୨୦୨୦ରେ ମାରିଆନେ ଟ୍ରମ୍ପ ତାଙ୍କ ଭାଇ ଡୋନାଲ୍ଡ ଟ୍ରମ୍ପଙ୍କୁ ଜଣେ ମିଛୁଆ ଏବଂ ନିୟମ ମାନୁନଥିବା ମଣିଷ ବୋଲି କହିଥିବାର ଏକ ରେକର୍ଡିଂ ଭାଇରାଲ ହୋଇଥିଲା । ଆଉ ଏହି ରେକର୍ଡିଂ କରିଥିଲେ ମାରିଆନେଙ୍କ ଝିଆରୀ । ଏପରିକି ସେ ତତ୍କାଳୀନ ଟ୍ରମ୍ପ ପ୍ରଶାସନର କାର୍ଯ୍ୟଶୈଳୀକୁ ବି ନିନ୍ଦା କରିଥିଲେ ।

ଏହାକୁ ନେଇ ଡେନାଲ୍ଡ ଟ୍ରମ୍ପ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ, ଏମିତି ସବୁଦିନ ହୁଏ । ତେବେ ମାରିଆନେ ଟ୍ରମ୍ପ ତାଙ୍କ ଭାଇ ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରୁଥିଲେ । ସବୁଦିନ ଡୋନାଲ୍ଡ ଟ୍ରମ୍ପ କିଭଳି ତାଙ୍କୁ ସାକ୍ଷାତ କରିବାକୁ ଯାଉଥିଲେ ସେନେଇ ମାରିଆନେ କହିଥିଲେ । ଏପରିକି ଡୋନାଲ୍ଡଙ୍କୁ ଥରେ ଦେଖିଦେଲେ ତାଙ୍କ ପାଇଁ ଯଥେଷ୍ଟ ବୋଲି ସେ କହୁଥିଲେ । ଏହା ସହ ପିଲା ବେଳେ କିଭଳି ଦୁଇ ଜଣଙ୍କ ମଧ୍ୟରେ ପ୍ରତିଯୋଗୀତା ହୁଏ ସେନେଇ କହିଥିଲେ ମାରିଆନେ ଟ୍ରମ୍ପ ବ୍ୟାରି । 

 

 

  • Donald Trump
  • Copyright © 2022 - Summa Real Media Private Limited. All Rights Reserved.