ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବସ୍ ଚଳାଇବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟଆଟାକ୍, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୫୦ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କ ଜୀବନ

ନୀଳଗିରି, ୩୦/୧ : ବସ୍ ଚଳାଇବା ବେଳେ ଡ୍ରାଇଭର୍‌ଙ୍କୁ ହେଲା ହାର୍ଟଆଟାକ୍। ହେଲେ ଉପସ୍ଥିତ ବୁଦ୍ଧି ଯୋଗୁଁ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୫୦ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। 

ସୂଚନାନୁଯାୟୀ, ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱରକୁ ୫୦ରୁ ଉର୍ଦ୍ଧ୍ଵ ପର୍ଯ୍ୟଟକଙ୍କୁ ନେଇ ଏକ ବସ୍ ଆସୁଥିଲା। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକରେ ଡ୍ରାଇଭରଙ୍କ ହୃଦଘାତ୍‌ ହେବା ଯୋଗୁଁ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ। ହେଲେ ମୃତ୍ୟୁ ପୁର୍ବରୁ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଜଣକ ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ରାସ୍ତା ମଝିରୁ ବସ୍‌କୁ କଡ଼କୁ ଆଣି ଷ୍ଟେରିଂ ଉପରେ ଟଳିପଡିଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ଥାନୀୟ ଲୋକ ପର୍ଯ୍ୟଟକଙ୍କୁ ସେହି ବସ୍‌ରେ ସୁରକ୍ଷିତ ଭାବେ ପଞ୍ଚଲିଙ୍ଗେଶ୍ୱର ଠାରେ ପହଁଚାଇଥିଲେ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.