ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏଲନ ମସ୍କଙ୍କୁ କୋର୍ଟଙ୍କ ଝଟ୍‌କା, ଆଉ ଟେସ୍‌ଲାରୁ ନେଇପାରିବେ ନାହିଁ ଅଧିକ ଦରମା !

ଓ୍ବାସିଂଟନ: ବିଶ୍ବର ସର୍ବଶ୍ରେଷ୍ଠ ଧନୀ କ୍ୟକ୍ତି ଏଲନ ମସ୍କଙ୍କୁ ଆମେରିକାର ଏକ କୋର୍ଟ ଶକ୍ତ ଝଟକା ଦେଇଛନ୍ତି । ନିଜର ଇଭି କାର କମ୍ପାନି ଟେସଲାରୁ ମସ୍କଙ୍କ ମୋଟା ଅଙ୍କର ଦରମା ଉପରେ ଆପତ୍ତି ଉଠାଇଛନ୍ତି କୋର୍ଟ । ଏତେ ଦରମା ନେବା ପାଇଁ ମସ୍କଙ୍କ ପାଖରେ ଅଧୀକାର ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି । ଟେସଲା ବୋର୍ଡ ଏଲନ ମସ୍କଙ୍କୁ ନୂଆ ପ୍ୟାକେଜ ଲାଗି ମଞ୍ଜୁରି ଦେଇଛି । ଟେସଲା କମ୍ପାନିରୁ ଏଲନ ମସ୍କ ପ୍ରାୟ ୫୬ ବିଲିୟନ୍‌ ଡଲାର ଦରମା ନେଉଛନ୍ତି । ଭାରତୀୟ ମୁଦ୍ରାରେ ମସ୍କଙ୍କ ଦରମା ୪୬ ହଜାର କୋଟି ଟଙ୍କାରୁ ଅଧିକ ହେବ । 

ମସ୍କଙ୍କ ଦରମା ଏତେ ଅଧିକ ଯେ, ଦୁନିଆରେ ହାତ ଗଣତି କେତେଜଣ ବ୍ୟକ୍ତିଙ୍କ ପାଖରେ ଥିବା ମୋଟ ସମ୍ପତ୍ତିର ମୂଲ୍ୟ ୪୬ ହଜାର କୋଟି ହେବ । ଫୋର୍ବସ୍‌ର ରିୟଲଟାଇମ୍‌ ବିଲେନିୟର୍ସ ଲିଷ୍ଟ ଅନୁସାରେ, ଏବେ ବିଶ୍ବରେ ଏଭଳି ୨୬ ଜଣ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ସଂପତ୍ତି ୪୫ ବିଲିୟନ ଡଲାରରୁ ଅଧିକ । ଭାରତରେ କେବଳ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପାଖରେ ହିଁ ଏତେ ପରିମାଣର ସଂପତ୍ତି ରହିଛି ।

 ଡେଲାଓ୍ବେର କୋର୍ଟ ମସ୍କଙ୍କ ଦରମା ବରୋଧରେ ହୋଇଥିବା ଆବେଦନର ଶୁଣାଣି କରି କହିଛନ୍ତି ଯେ, ଏତେ ବଡ଼ ପ୍ୟାକେଜରେ ତ୍ରୁଟି ରହିଛି । ଏପରିକି ବୋର୍ଡର ନିଷ୍ପତ୍ତିକୁ କୋର୍ଟ ଭୁଲ ବୋଲି କହିବା ସହ ଦରମା ନେବା ପଛରେ ମସ୍କଙ୍କ ହାତ ରହିଛି ବୋଲି କହିଛନ୍ତି । ଏହା କମ୍ପାନି ନୀତି ବିରୋଧୀ ବୋଲି କୋର୍ଟ କହିଛନ୍ତି । 

ସେପଟେ ଅଦାଲତଙ୍କ ରାୟ ଆସିବା ପରେ ମସ୍କ ଏକ୍ସରେ ନିଜର ପ୍ରତିକ୍ରିୟା ରଖିଛନ୍ତି । କେବେ ବି ଡେଲାଓ୍ବେରରେ କମ୍ପାନି ପ୍ରତିଷ୍ଠା ନକରିବାକୁ ସେ କହିଛନ୍ତି ।  ଏଲନ ମସ୍କ ଇଭି କାର କମ୍ପାନିର ଟେସଲାର ପ୍ରତିଷ୍ଠାତା । କମ୍ପାନିର ୧୩ ପ୍ରତିଶତ ଶେୟାର ତାଙ୍କ ପାଖରେ ରହିଛି । ନିକଟରେ କମ୍ପାନିରେ ନିଜର ଶେୟାର ୨୫ ପ୍ରତିଶତକୁ ବୃଦ୍ଧି କରିବା ସହ ପ୍ୟାକେଜ ବଢ଼ାଇବାକୁ ବୋର୍ଡକୁ କହିଛନ୍ତି ମସ୍କ । 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.