ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କ ପରଲୋକ; ୯୫ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ

ଭୁବନେଶ୍ବର,୧୧/୦୨: ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତାଙ୍କର ୯୫ ବର୍ଷ ବୟସରେ ପରଲୋକ ହୋଇଛି। ଭୁବନେଶ୍ବରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା ସୂଚନା। ଦିବଂଗତ ସାହିତ୍ୟିକ ସାତକଡ଼ି ହୋତା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ। ସେ କଲମ ରୁପକ ତୁଳୀ ଧରି ମନ୍ଦିର ରୁପକ ସାଧା କାଗଜରେ ଖୋଦିତ କରିଥିଲେ ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ ଓ ଆତ୍ମଜୀବନୀ ରୁପକ କାରୁକାର୍ଯ୍ୟ। 

ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିଜ ମାତୃଭାଷା ସାଧନାର ସଫଳ ସୂତ୍ରକୁ ବାଣ୍ଟିଥିଲା ଆଗାମୀ ଦିନର ଲେଖକ ଓ ଲେଖିକାଙ୍କ ପାଇଁ। ସେ ଭାରତୀୟ ରେଳସେବାରୁ ଅବସର ନେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଓ ସମୟ ଖବରକାଗଜର ସମ୍ପାଦକଭାବରେ ମଧ୍ୟ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ।   

୧୯୮୫ମସିହାରେ "ଭୁବନେଶ୍ୱର ପୁସ୍ତକ ମେଳା" ଆରମ୍ଭ କରିବାରେ ସେ ଥିଲେ ଅନ୍ୟତମ ଉଦ୍ୟୋକ୍ତା । ସାତକଡ଼ିଙ୍କର ୨୭ଟି ଗଳ୍ପ, ୨୧ଟି ଉପନ୍ୟାସ ଓ ଗୋଟିଏ କବିତା ବହି ପ୍ରକାଶ ପାଇସାରିଛି । କବିତାରୁ ସେ ନିଜ ସାହିତ୍ୟର ପ୍ରଥମ ପାହାଚ ଚଢ଼ିଥିଲେ। ୧୯୬୭ରେ ତାଙ୍କର ପ୍ରଥମ ଉପନ୍ୟାସ "ବ୍ୟାକୁଳ ହୃଦୟ" ଓ ୧୯୭୧ରେ ପ୍ରଥମ ଗପ ପ୍ରକାଶ ପାଇଥିଲା। ଆଜି ଏଭଳି ଜଣେ ସାହିତ୍ୟ ସାଧକଙ୍କୁ ହରାଇ ସ୍ବବ୍ଧ ପାଲଟିଯାଇଛନ୍ତି ସାହିତ୍ୟକୁ ସାଧନାରେ ପରିଣତ କରିଥିବା କବି, ଲେଖକ, ଔପନ୍ୟାସିକ ଓ କଥାକାରମାନେ।

୧୯୮୭ରେ 'ଅଶାନ୍ତ ଅରଣ୍ୟ' ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୪ରେ 'ମୁକ୍ତିମନ୍ତ୍ର ଓ ଜନନୀ ଜନ୍ମଭୂମୀ' ପାଇଁ ଶାରଳା ପୁରସ୍କାର ଏବଂ ୨୦୧୭ରେ ସାହିତ୍ୟ ଭାରତୀ ସମ୍ମାନରେ ସମ୍ନାନୀତ କରାଯାଇଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.