ଭୁବନେଶ୍ୱର,୦୧/୦୨: ଆସନ୍ତା ୩ ତାରିଖରୁ ଏଫ୍ଆଇଏଚ୍ ମହିଳା ପ୍ରୋ ଲିଗ୍ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ । ଏନେଇ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ କରିଛି ହକି ଇଣ୍ଡିଆ । ଷ୍ଟାଡିୟମର ଗେଟ୍ ନମ୍ବର ୯ରେ ଦର୍ଶକଙ୍କ ପାଇଁ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ୍ ଉପଲବ୍ଧ ରହିଛି । ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧୦୦ ଏବଂ ସର୍ବାଧିକ ୫୦୦ ଟଙ୍କା ରଖାଯାଇଛି ।
ଷ୍ଟାଡିୟମର ପଶ୍ଚିମ ଷ୍ଟାଣ୍ଡର ପ୍ରଥମ ଫ୍ଲୋର ୫୦୦, ପୂର୍ବଷ୍ଟାଣ୍ଡର ପ୍ରଥମ ଫ୍ଲୋର ୨୦୦, ଉତ୍ତର ଷ୍ଟାଣ୍ଡର ପ୍ରଥମ ଫ୍ଲୋର ୧୦୦ ଓ ଦକ୍ଷିଣ ଷ୍ଟାଣ୍ଡର ପ୍ରଥମ ଫ୍ଲୋର ୧୦୦ ଟଙ୍କା ରଖାଯାଇଛି । ପୂର୍ବରୁ ଉଭୟ ପୁରୁଷ ଓ ମହିଳା ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ଭୁବନେଶ୍ୱର ଓ ରାଉରକେଲା ଭେନ୍ୟୁ ସକାଶେ ଟିକେଟ୍ ବିକ୍ରି ହେବା ବିଷୟ ହକି ଇଣ୍ଡିଆ ଘୋଷଣା କରିଥିଲା । ଦର୍ଶକ ଅନ୍ଲାଇନରେ ମଧ୍ୟ ଟିକେଟ୍ କିଣିପାରିବେ ।