ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଫେରାର୍ ଘୋଷଣା କଲେ କୋର୍ଟ, ଧରିବା ପାଇଁ ପୋଲିସକୁ ନିର୍ଦ୍ଦେଶ

Published By : Sushanta Sahu | February 27, 2024 9:29 PM

ଲକ୍ଷ୍ନୌ, ୨୭/୦୨: ପ୍ରସିଦ୍ଧ ଫିଲ୍ମ ଅଭିନେତ୍ରୀ ଓ ରାମପୁରର ପୂର୍ବତନ ସାଂସଦ ଜୟା ପ୍ରଦାଙ୍କୁ ଫେରାର୍ ଘୋଷଣା କରିଛନ୍ତି କୋର୍ଟ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ଜୟା ପ୍ରଦା ପ୍ରଚାର ସମୟରେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ରାମପୁରରେ ୨ଟି ମାମଲା ଦାଏର କରା ଯାଇଥିଲା । ଯାହାର ଶୁଣାଣି ରାମପୁର ଏମପି-ଏମଏଲଏ ସ୍ପେସାଲ୍ କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍)ରେ ଚାଲିଛି ।

ସୂଚନା ଅନୁସାରେ, କୋର୍ଟରେ ଶୁଣାଣି ଚାଲିଥିବା ବେଳେ ଏକାଧିକ ବାର ସମନ ସତ୍ତ୍ୱେ ଜୟ ପ୍ରଦା କୋର୍ଟରେ ହାଜର ହୋଇ ନାହାନ୍ତି । ଏହା ପରେ ତାଙ୍କ ବିରୋଧରେ ୱାରେଣ୍ଟ ସହ ଜାମିନ୍ ବିହୀନ ପରୱାନା ଜାରି କରାଯାଇଥିଲା । ତଥାପି କୋର୍ଟରେ ହାଜର ହୋଇ ନଥିଲେ ଜୟ ପ୍ରଦା । ଅଭିନେତ୍ରୀଙ୍କ ବିରୋଧରେ କୋର୍ଟ ୭ ଥର ଜାମିନ୍ ବିହୀନ ପରୱାନା ଜାରି କରିଛନ୍ତି । ଏହା ପରେ ରାମପୁର ଏସପି ବାରମ୍ବାର ଜୟ ପ୍ରଦାଙ୍କୁ ହାଜର ହେବାକୁ ନୋଟିସ୍ କରିବା ସତ୍ତ୍ୱେ ସେ ହାଜର ହୋଇ ନାହାନ୍ତି ।

ମଙ୍ଗଳବାର କୋର୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବ ସାଂସଦ ତଥା ଅଭିନେତ୍ରୀ ଜୟା ପ୍ରଦାଙ୍କୁ କୋର୍ଟ ଫେରାର୍ ଘୋଷଣା କରିବା ସହ ତାଙ୍କ ବିରୋଧରେ ସିଆରପିସି ୮୨ରେ ପଦକ୍ଷେପ ନେଇଛନ୍ତି । ରାମପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଜଣେ ଡେପୁଟି ଏସପିଙ୍କ ନେତୃତ୍ୱରେ ଟିମ୍ ପ୍ରସ୍ତୁତ କରି ୨୦୨୪ ମାର୍ଚ୍ଚ ୬ ସୁଦ୍ଧା ଜୟ ପ୍ରଦାଙ୍କୁ କୋର୍ଟରେ ହାଜର କରାଯାଉ ।

ଜୟ ପ୍ରଦାଙ୍କ ଫୋନ୍ ସ୍ୱିଚ୍ ଅଫ୍

ମାମଲାରେ ବରିଷ୍ଠ ଅଧିକାରୀ ଅମରନାଥ ତିୱାରୀ କହିଛନ୍ତି, ବାରମ୍ବାର ସମନ ସତ୍ତ୍ୱେ ଜୟ ପ୍ରଦା ହାଜର ହେଉ ନାହାନ୍ତି । ପୋଲିସ ରିପୋର୍ଟ ଅନୁସାରେ, ଜୟ ପ୍ରଦାଙ୍କ ଫୋନ୍ ସ୍ୱିଚ୍ ଅଫ୍ ରହିଛି । ଏବେ ୮୨ ସିଆରପିସିରେ ପଦକ୍ଷେପ ନେଇ ମାର୍ଚ୍ଚ ୬ ସୁଦ୍ଧା କୋର୍ଟରେ ହାଜର କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.