ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ରାଜ୍ୟରେ ପ୍ରଥମ ଘଟଣା: ହାତୀ ଦେହରେ ଲାଗିଲା ରେଡିଓ କଲାର୍‌, ବନକର୍ମଚାରୀଙ୍କ ନଜରରେ ରହିବ

Published By : Prameya | February 22, 2024 8:11 AM

ଅନୁଗୁଳ/ଛେଣ୍ଡିପଦା,୨୨/୦୨: ଛେଣ୍ଡିପଦା ବନାଞ୍ଚଳରେ ଠାବ ହୋଇଥିବା ଗୁଳିବିଦ୍ଧ ଦନ୍ତା ହାତୀ ସୁସ୍ଥ ହେଉଛି । ୫ ଦିନର ଚିକିତ୍ସାରେ ବୁଧବାର ତୃତୀୟ ଥର ଡ୍ରେସିଂ ହୋଇଥିଲା । କ୍ଷତ ଶୁଖି ଆସୁଥିବା ଜଣାପଡ଼ିବା ପରେ ବନବିଭାଗ ଦନ୍ତାକୁ ମୁକ୍ତ କରିଛି । ହାତୀକୁ ଜଙ୍ଗଲକୁ ଛାଡ଼ିବା ପୂର୍ବର ଶରୀରରେ ରେଡିଓ କଲାର୍‌ ଖଞ୍ଜାଯାଇଛି । ଯେପରିକି ତା’ର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇପାରିବ । ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରେଡିଓ କଲାର୍‌ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖାଯିବ ବୋଲି ଅନୁଗୁଳ ଡିଏଫ୍‌ଓ ବିବେକ କୁମାର ପ୍ରକାଶ କରିଛନ୍ତି । ଅନ୍ୟପଟେ ହାତୀ ଶରୀରରେ ରେଡିଓ କଲାର୍‌ ଖଞ୍ଜାଯିବା ଏହା ରାଜ୍ୟରେ ପ୍ରଥମ ଘଟଣା ବୋଲି ପିସିସିଏଫ୍‌ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଆଠମଲ୍ଲିକ ବନଖଣ୍ଡ ଇଲାକାରୁ ଗୁଳିବିଦ୍ଧ ଏହି ହନ୍ତାହାତୀଟି ଗତ ୧୩ ତାରିଖରେ ଛେଣ୍ଡିପଦା ବନାଞ୍ଚଳରେ ପ୍ରବେଶ କରିଥିଲା । ଜନବସତି ଆଖପାଖରେ ଘୂରି ବୁଲିଥିଲା । ତିନି ଦିନ ପରେ ଗତ ୧୬ ତାରିଖରେ ପୁରୁଣାଗଡ଼ ଛକ ନିକଟରେ ଏକ ପାଣି ଚହଲା ଭିତରେ ରହିଥିଲା । ଡ୍ରୋନ୍‌ ଓ ବାଇନାକୁଲାର ମାଧ୍ୟମରେ ଅନୁଧ୍ୟାନ ପରେ ହାତୀ କପାଳରେ ଗଭୀର କ୍ଷତ ସହ ରକ୍ତସ୍ରାବ ହେଉଥିବା ସ୍ପଷ୍ଟ ହୋଇଥିଲା । ସାତକୋଶିଆରୁ ଡାକ୍ତରୀ ଟିମ୍‌ ପହଞ୍ଚିଥିଲେ ମଧ୍ୟ ହାତୀକୁ ଟ୍ରାଂକୁଲାଇଜ୍‌ କରିବା ସମ୍ଭବ ହୋଇନଥିଲା । ୧୭ ତାରିଖରେ ଡିଏଫ୍‌ଓଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ଛେଣ୍ଡିପଦା ସାପୋଇସାହି ନିକଟରେ ହାତୀକୁ ଟ୍ରାଙ୍କୁଲାଇଜ୍‌ କରିଥିଲା । ନନ୍ଦନକାନନ, ଢେଙ୍କାନାଳର କପିଳାସ ଓ ସାତକୋଶିଆରୁ ଆସିଥିବା ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହାତୀର ଚିକିତ୍ସା କରାଯାଇଥିଲା ।

ଦନ୍ତା ହାତୀର ମୁଣ୍ଡରେ ୯ଟି ସ୍ଥାନରେ ଛୋଟ ବଡ଼ କ୍ଷତ ଚିହ୍ନଟ ହୋଇଥିବା ବେଳେ ୩ଟି ସ୍ଥାନ ଗୁରୁତର ଭାବରେ ପଚି ଯାଇଥିଲା । ମେଟାଲ୍‌ ଡିଟେକ୍ସର୍‌ ଓ ଏକ୍ସ-ରେ ମାଧ୍ୟମରେ ଅନୁଧ୍ୟାନ କରାଯାଇଥିଲେ ମଧ୍ୟ ଶରୀର ମଧ୍ୟରେ ଗୁଳି ଠାବ ହୋଇପାରିନଥିଲା । ଶିକାରୀ ଦେଶୀ ବନ୍ଧୁକରୁ ଛର୍‌ରା ମାଡ଼ କରିଥିବା ବନ ବିଭାଗ ସନ୍ଦେହ କରିଥିଲା । ୪ ଘଣ୍ଟାରୁ ଅଧିକ ସମୟ ଧରି ହାତୀର ଚିକିତ୍ସା କରାଯାଇଥିଲା । ନିକଟସ୍ଥ ଦୁଇଟି ତାଳ ଗଛରେ ଲୁହା ଶିକୁଳିରେ ହାତୀର ଗୋଡ଼ ବାନ୍ଧି ଦିଆଯାଇଥିଲା । ଖରାରୁ ରକ୍ଷା ପାଇବାକୁ ଉପରେ ପାଲ ଭିଡ଼ିବା ସହ ହାତୀର ଚିକିତ୍ସା ଓ ଆବଶ୍ୟକ ଖାଦ୍ୟ ଦିଆଯାଇଥିଲା । ନିୟମିତ ବ୍ୟବଧାନରେ ପାଣି ସିଞ୍ଚନ କରାଯାଇଥିଲା । ବନ କର୍ମଚାରୀଙ୍କ ସହ ୩ ଜଣ ମାହୁନ୍ତ ନଜର ରଖିଥିଲେ । 

ଦୁଇ ଦିନ ତଳେ ଟ୍ରାଂକୁଲାଇଜ୍‌ କରି ଘା’ ଡ୍ରେସିଂ କରାଯାଇ ଔଷଧ ଦିଆଯାଇଥିଲା । ଆଜି ଅପରାହ୍ଣରେ ଡିଏଫ୍‌ଓଙ୍କ ସମେତ ବନ ବିଭାଗର ଅନ୍ୟ ଅଧିକାରୀ ପହଞ୍ଚିବା ପରେ ପୁଣି ଡ୍ରେସିଂ ହୋଇଥିଲା ।  ୫ ଦିନର ଚିକିତ୍ସା ପରେ ଘା’ ଶୁଖିଆସିବା ସହ ହାତୀର ସ୍ୱାସ୍ଥ୍ୟାବସ୍ଥାରେ ଅନେକ ସୁଧାର ଆସିଥିବା ଜଣାପଡ଼ିଥିଲା । ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଶିକୁଳି ଖୋଲି ହାତୀକୁ ମୁକ୍ତ କରିଦିଆଯାଇଥିଲା । ଯେହେତୁ ହାତୀ ସଂପୂର୍ଣ୍ଣ ସୁସ୍ଥ ହୋଇନାହିଁ, ତା’ର ଗତିବିଧି ଉପରେ ନଜର ରଖିବାକୁ ଶରୀରରେ ରେଡିଓ କଲାର୍‌ ଖଞ୍ଜି ଜଙ୍ଗଲକୁ ଛଡ଼ାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.