ପ୍ରମୂଖ ଖବର
  • ୩ ଓ୍ବିକେଟ୍ ହରାଇ ସେମି ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍‌ର ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ୍
  • ||
  • ଅଷ୍ଟାଦଶ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି ମହତାବ
  • ||
  • ରୁଙ୍ଗଟା କାରଖାନାରେ ଅଘଟଣ, ଲୁହା ପ୍ଲେଟ୍ ଚାପି ହୋଇ ୨ ଶ୍ରମିକ ମୃତ
  • ||
  • ରି ଚେକିଂ ହେବ ୧୮ ହଜାର ମାଟ୍ରିକ୍‌ ଖାତା, ବୋର୍ଡରେ ଆବେଦନ କରିଛନ୍ତି ୫ ହଜାର ପରୀକ୍ଷାର୍ଥ
  • ||
  • କେନ୍ଦୁଝର: ରାସ୍ତା ପାରି ହେଉଥିବା ବେଳେ ମାଡ଼ିଗଲା ଟ୍ରକ୍, ମହିଳା ମୃତ
  • ||
  • ଭୋଗରାଇ: ବଙ୍ଗୀୟ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସହଯୋଗୀ ଫେରାର୍
  • ||
  • ସୁପର ୮ରେ ଭାରତ-ଅଷ୍ଟ୍ରେଲିଆ ବଡ଼ ଲଢ଼େଇ: ନେଟ୍‌ ରନରେଟ୍‌ ହେବ ଖେଳ, ଖଳନାୟକ ସାଜିପାରେ ବର୍ଷା
  • ||
  • ସୋମବାରଠୁ ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ:୨୬ରେ ବାଚସ୍ପତି ନିର୍ବାଚନ, ୨୭ରେ ରାଜ୍ୟ ସଭା ବୈଠକ
  • ||
  • ଓଡ଼ିଶାର ୩୦ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଲା ମୌସୁମୀ ବାୟୁ, ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ମହାନଦୀରେ ବନ୍ୟା, ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ

ବାଙ୍କୀ, ୧୬/୦୯ : ମହାନଦୀରେ ବନ୍ୟା । ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ । ଫଳରେ ଘୋଡ଼ାବର-ରତାଗଡ଼କୁ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପର ଦେଇ ଯାତାୟତ ଠପ୍ ହୋଇଯାଇଛି। ୮ଟି ପଞ୍ଚାୟତର ଲୋକଙ୍କ ଗମନାଗମନ ବାଧାପ୍ରାପ୍ତ ହୋଇଛି। କିଛି ଲୋକଙ୍କର କଟକ ଭୁବନେଶ୍ବର ଆଦି ସହରକୁ କୌଣସି କାମରେ ଯିବା ପାଇଁ ଅଣ୍ଟାଏ ପାଣିରେ ବିପଦପୂର୍ଣ୍ଣ ଭାବେ ବନ୍ୟା ପାଣିରେ ପଶି ଯାତାୟତ କରୁଛନ୍ତି । 

ମହାନଦୀରେ ବନ୍ୟା ଜଳ ଆସିଲେ ଏହି ପୋଲ ଉପରେ ପ୍ରଥମେ ବନ୍ୟାପାଣି ପ୍ରବାହିତ ହେଉଥିବାରୁ ସବୁବେଳେ ଲୋକେ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏଠାରେ ନୂତନ ପୋଲ ନିର୍ମାଣ ହେବା ପାଇଁ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ହୋଇପାରି ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ତୁରନ୍ତ ନୂତନ ପୋଲ ନିର୍ମାଣ ପାଇଁ ଦାବି କରାଯାଉଛି। ସେପଟେ ବନ୍ୟା ପାଣି ଆସିବା ଯୋଗୁଁ ଚାଷ ଜମିରେ ପାଣି ମାଡ଼ିଯିବାରୁ ଚାଷୀ ବହୁ କ୍ଷତି ସହୁଛି । କ୍ଷତି ସହୁଥିବା ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବା ଆବଶ୍ୟକ ହୋଇପଡିଛି ।


  • prameyanews
  • PrameyaOdia
  • prameya
  • mahanadi news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.